Most Dirty Trains in India: ଦେଶର ସବୁଠାରୁ ଅପରିଷ୍କାର ଟ୍ରେନ, ଭୁଲରେ ବି କରନ୍ତୁନି ଏଥିରେ ଯାତ୍ରା!
Advertisement
Article Detail0/zeeodisha/odisha1546687

Most Dirty Trains in India: ଦେଶର ସବୁଠାରୁ ଅପରିଷ୍କାର ଟ୍ରେନ, ଭୁଲରେ ବି କରନ୍ତୁନି ଏଥିରେ ଯାତ୍ରା!

Most Dirty Trains List: ଶସ୍ତା, ସୁନ୍ଦର  ମଜଭୁତ ହିସାବରେ ଲୋକମାନେ ବେଶି ଟ୍ରେନରେ ଯାତ୍ରା କରିବାକୁ ପସନ୍ଦ କରନ୍ତି । ତେବେ ଲୋକମାନଙ୍କ ଅଭିଯୋଗ ଏବେ ରେଳ ବିଭାଗ ପାଇଁ  ଟେନସନର କାରଣ ହେଲାଣି। କାରଣ ଅପରିଷ୍କାର କ୍ଷେତ୍ରରେ କେଉଁ ଟ୍ରେନ ଆଗୁଆ ଆସନ୍ତୁ ଜାଣିବା ।

Most Dirty Trains in India: ଦେଶର ସବୁଠାରୁ ଅପରିଷ୍କାର ଟ୍ରେନ, ଭୁଲରେ ବି କରନ୍ତୁନି ଏଥିରେ ଯାତ୍ରା!

Most Dirty Trains in India: ଭାରତୀୟ ରେଳ ତରଫରୁ ଅନେକ ସୁବିଧା ସୁଯୋଗ ମିଳିଥାଏ ଏକଥା ସତ ହେଲେ ହେଲେ ଏତେ ମାତ୍ରାରେ ବି ସତ ନୁହେଁ। ଅନେକ ଥର ଲୋକମାନେ ରେଳବାଇର ସମସ୍ତ ଅଭିଯୋଗ ଟ୍ୱିଟ୍ କରି କୁହନ୍ତି, କିନ୍ତୁ ଏଥର ରେଳ ସୁବିଧା ଆପରେ ମଧ୍ୟ ଅନେକ ଅଭିଯୋଗ ଆସିଛି। ଅଧିକାଂଶ ଅଭିଯୋଗ ଟ୍ରେନରେ ଥିବା ଅପରିଷ୍କାର ବିଷୟକୁ ନେଇ ହୋଇଥାଏ। ଏଥିରେ ରାଜଧାନୀ ଏକ୍ସପ୍ରେସରୁ ନେଇ ଗରିବ ରଥ ଏବଂ ଅନ୍ୟାନ୍ୟ ଏକ୍ସପ୍ରେସ ଟ୍ରେନର ନାମ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି ଯଦି ଆପଣ ମଧ୍ୟ ଏହି ଟ୍ରେନରେ ଯାତ୍ରା କରିବାକୁ ଚିନ୍ତା କରୁଛନ୍ତି, ତେବେ ପୁନର୍ବାର ଚିନ୍ତା କରନ୍ତୁ ନଚେତ୍ ଆପଣ ଆପଣଙ୍କ ନିଷ୍ପତ୍ତିକୁ ନେଇ ପରେ ଅନୁତାପ କରିବେ।

ରେଳ ସାହାଯ୍ୟ ଆପରେ ମିଳୁଥିବା ଅଭିଯୋଗକୁ ଯଦି ଦେଖିବା ତେବେ ସର୍ବପ୍ରଥମେ ନାମ ସହରସା-ଅମୃତସର ଗରୀବ ରଥ (12203) ରହିଛି। ଏହି ଟ୍ରେନରେ ଥିବା ଅବ୍ୟବସ୍ଥା ଓ ଅପରିଷ୍କାର କୁ ନେଇ ସର୍ବମୋଟ ୮୧ ଟି ମାମଲା ସାମ୍ନାକୁ ଆସିଛି। ଏହି ମାମଲାରେ ଟ୍ରେନର ଅପରିଷ୍କାର ଠାରୁ ଆରମ୍ଭ କରି ଟୟଲେଟ ପର୍ଯ୍ୟନ୍ତ ସବୁ ପ୍ରକାରର ଅଭିଯୋଗ ରହିଛି। ଅପରିଷ୍କାର ଦୃଷ୍ଟିରୁ
ଦୃଷ୍ଟିରୁ ଦ୍ୱିତୀୟରେ ରହିଛି ଜୋଗବାନୀ-ଆନନ୍ଦ ବିହାର ସୀମାଞ୍ଚଳ ଏକ୍ସପ୍ରେସ (12487) । ଏଥିରେ ୬୭ ଟି ଅଭିଯୋଗ ଗ୍ରହଣ କରାଯାଇଛି । 

ଏହା ପରେ ରହିଛି ଶ୍ରୀ ମାତା ବୈଷ୍ଣୋ ଦେବୀ-ବାନ୍ଦ୍ରା ସ୍ୱରାଜ ଏକ୍ସପ୍ରେସ (12472) ରେ ୬୪ ଟି ଅଭିଯୋଗ, ବାନ୍ଦ୍ରା-ଶ୍ରୀ ମାତା ବୈଷ୍ଣୋ ଦେବୀ ସ୍ୱରାଜ ଏକ୍ସପ୍ରେସ (12471)ରେ ୬୧ ଟି ଅଭିଯୋଗ, ଫିରୋଜପୁର-ଅଗରତାଲା ତ୍ରିପୁରା ସୁନ୍ଦର ଏକ୍ସପ୍ରେସ (14620) ରେ ୫୭ଟି ଅଭିଯୋଗ ଗ୍ରହଣ କରାଯାଇଛି। ପରବର୍ତ୍ତୀ ସଂଖ୍ୟା ହେଉଛି ଆନନ୍ଦ ବିହାର-ଜୋଗବାନୀ ସିମାଞ୍ଚଳ ଏକ୍ସପ୍ରେସ (12488), ଯେଉଁଥିରେ ଅପରିସ୍କାର ପ୍ରସଙ୍ଗରେ ୫୨ ଟି ଅଭିଯୋଗ ଆସିଛି। ଏହା ପରେ ଅମୃତସର କ୍ଲୋନ ସ୍ପେଶାଲ (04651) ରେ ୫୦, ଅଜମେର-ଜାମ୍ମୁ ତାୱି ପୂଜା ଏକ୍ସପ୍ରେସ (12413) ପାଇଁ ୪୦ ଏବଂ ଅପରିଷ୍କାର ସମ୍ବନ୍ଧୀୟ ନୂଆଦିଲ୍ଲୀ-ଦିବ୍ରୁଗଡ ରାଜଧଆନୀ ଏକ୍ସପ୍ରେସ (12424) ରେ ୩୫ ଟି ଅଭିଯୋଗ ଗ୍ରହଣ କରାଯାଇଛି। ଏହା ବ୍ୟତୀତ ଅମୃତସର-ସାହାରା ଗରିବ ରଥ (12204) ରେ ଜଳ ଉପଲବ୍ଧ ନହେବା ସମ୍ପର୍କରେ ୫୮ ଟି ଅଭିଯୋଗ ଆସିଛି।

କେବଳ ଅପରିଷ୍କାର ମାମଲା ନୁହେଁ ଅନ୍ୟ ମାମଲା ମଧ୍ୟ ହୋଇଛି ରୁଜୁ
ଅପରିଷ୍କାର ବ୍ୟତୀତ ଏହି ଟ୍ରେନ୍ ଗୁଡିକରେ ଜଳ ଉପଲବ୍ଧ ନହେବା, କମ୍ବଳ-ସିଟ୍ ମଇଳା ଏବଂ ଛିଣ୍ଡାଯାଇଥିବା ସିଟ୍ ଉପରେ ମଧ୍ୟ ଅଭିଯୋଗ ରହିଛି। କିନ୍ତୁ ଧ୍ୟାନ ଦେବା କଥା ହେଉଛି ଅଧିକାଂଶ ଅଭିଯୋଗ ପୂର୍ବ ଭାରତ ଆଡକୁ ଆସୁଥିବା ଟ୍ରେନରୁ ଆସିଛି। ଏହି ଶ୍ରେଷ୍ଠ ୧୦ଟି ଟ୍ରେନ୍ ମଧ୍ୟରୁ ୭ଟି ଉତ୍ତର ଏବଂ ପୂର୍ବ ଭାରତକୁ ସଂଯୋଗ କରେ । ଏହା ବ୍ୟତୀତ ଦୁଇଟି ଟ୍ରେନ୍ ମୁମ୍ବାଇରୁ ମାତା ବୈଷ୍ଣୋ ଦେବୀ କଟରା ଏବଂ ଗୋଟିଏ ହେଉଛି ଦିଲ୍ଲୀ-ଦିବ୍ରୁଗଡ ରାଜଧାନୀ ଟ୍ରେନ୍।

Also Read: Bumper Offer: ମାତ୍ର ୨୯୯୯ ଟଙ୍କା ଦିଅନ୍ତୁ ଆଉ ଘରକୁ ଆଣନ୍ତୁ ଲକ୍ଷାଧିକ ଟଙ୍କାର OLA ସ୍କୁଟର