Khalisthan: ଖଲିସ୍ତାନୀଙ୍କୁ ଚ୍ୟାଲେଂଜ୍ କଲେ ଭାରତୀୟ ଯୁବକ,ତ୍ରିରଙ୍ଗାର ରଖିଲେ ସମ୍ମାନ
Advertisement
Article Detail0/zeeodisha/odisha1901523

Khalisthan: ଖଲିସ୍ତାନୀଙ୍କୁ ଚ୍ୟାଲେଂଜ୍ କଲେ ଭାରତୀୟ ଯୁବକ,ତ୍ରିରଙ୍ଗାର ରଖିଲେ ସମ୍ମାନ

ସତ୍ୟମ ନିଜ ଟ୍ୱିଟର ଆକାଉଣ୍ଟରେ ନିଜକୁ ରାଷ୍ଟ୍ରବାଦୀ ବୋଲି ପରିଚୟ ଦିଅନ୍ତି। ସେ ଆହୁରି ମଧ୍ଯ କହିଛନ୍ତି ଯେ, ଏକଦା ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମ ସ୍ୱରାଜ କହିଥିଲେ ଆପଣ ମଙ୍ଗଳ ଗ୍ରହରେ ଥିଲେ ମଧ୍ଯ ଭାରତୀୟ ଦୂତାବାସ ଆପଣଙ୍କୁ ସାହାଯ୍ୟ କରିବ । ମୁଁ କହିବି ଯେ, ଅସଲି ଭାରତୀୟ ଭାରତ ଓ ଭାରତୀୟ ଦୂତାବାସଙ୍କ ପାଇଁ ଛିଡ଼ା ହେବ।

Khalisthan: ଖଲିସ୍ତାନୀଙ୍କୁ ଚ୍ୟାଲେଂଜ୍ କଲେ ଭାରତୀୟ ଯୁବକ,ତ୍ରିରଙ୍ଗାର ରଖିଲେ ସମ୍ମାନ

Khalisthan: ନୂଆଦିଲ୍ଲୀ: ଗତ କେଇ ମାସ ଧରି ଅଷ୍ଟ୍ରେଲିଆ,ବ୍ରିଟେନରେ ଖଲିସ୍ତାନୀ ବିଛିନ୍ନତାବାଦୀ ସକ୍ରିୟ ହୋଇଛନ୍ତି। ସେମାନେ ଭାରତୀୟ ଦୂତାବାସ ଗୁଡିକୁ ଟାର୍ଗେଟ୍ କରୁଛନ୍ତି। ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ଲଣ୍ଡନସ୍ଥିତ ଭାରତୀୟ ଦୂତାବାସ ଖଲିସ୍ତାନୀ ବିଛିନ୍ନତାବାଦୀଙ୍କ ଟାର୍ଗେଟରେ ଥିଲା। ଦଲ୍ ଖଲସାର ଗୁରଚରଣ ସିଂହ ନେତୃତ୍ୱରେ ଗାନ୍ଧି ଜୟନ୍ତି ଦିନ ଲଣ୍ଡନସ୍ଥିତ ଭାରତୀୟ ଦୂତାବାସ ଆଗରେ ଶିଖ ଆତଙ୍କବାଦୀ ପ୍ରଦର୍ଶନ କରିଥିଲେ। ସେମାନେ ତ୍ରିରଙ୍ଗାର ଅପମାନ କରିବାକୁ ପଛାଇ ନଥିଲେ। ତ୍ରିରଙ୍ଗାକୁ ତଳେ ପକାଇ ତା’ଉପରେ ଗୋମୂତ୍ର ଢାଳିଥିଲେ। ଏସବୁ କିଛି ଲଣ୍ଡନ ପୋଲିସ ଆଖି ଆଗରେ ଘଟୁଥିଲା କିନ୍ତୁ ପୋଲିସ କିଛି ନଦେଖିଲା ଭଳି ଚୁପ ଥିଲା। କିନ୍ତୁ ଜଣେ ଯୁବକ ଏହାକୁ ଦେଖି ନିରବ ରହିନଥିଲେ। ଖଲିସ୍ତାନୀ ଆତଙ୍କବାଦୀଙ୍କ ଧମକକୁ ବେଖାତିକର କରି ସେ ତ୍ରିରଙ୍ଗାର ସମ୍ମାନ ରଖିଥିଲେ। 

ଏସବୁ କାଣ୍ଡ ଚାଲୁଥିବା ବେଳେ ଲଣ୍ଡନ ପୋଲିସର ଜଣେ ଅଧିକାରୀ ଧର୍ମକୁ ଆଖିଠାର ଭଳି ବିଛିନ୍ନତାବାଦୀଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିବାର ଭାଇରାଲ ଭିଡିଓରେ ଦେଖିବାକୁ ମିଳିଥିଲା। ଏହାରି ଭିତରେ ସେ ତ୍ରିରଙ୍ଗା ଉପରେ ଚଢିଯାଉଛନ୍ତି। ସେ ଜାଣିଶୁଣି ତ୍ରିରଙ୍ଗା ଉପରେ ଚଢିଥିଲେ କି ଅଜାଣତରେ ତାହା ଜଣା ପଡିନାହିଁ । ଏହି ସମୟରେ ଭାରତର ସମ୍ମାନ ରକ୍ଷା ପାଇଁ ଆଗକୁ ଆସିଥିଲେ ସେହି ଯୁବକ,ଯାହାଙ୍କୁ ଏବେ ସୋସିଆଲ ମିଡିଆ ସଲ୍ଯୁଟ୍ କରୁଛି। ସେହି ଯୁବକଙ୍କ ନାମ ହେଉଛି ସତ୍ୟମ ସୁରାଣା । ଉଗ୍ର ଖଲିସ୍ତାନୀ ବିଛିନ୍ନତାବାଦୀଙ୍କ ହିଂସା ମଧ୍ଯ ସତ୍ୟମଙ୍କୁ ଭୟଭୀତ କରିନଥିଲା। ସତ୍ୟମଙ୍କ ଏହି ଭିଡିଓକୁ କରନ କଟାରିଆ ନାମକ ବ୍ୟକ୍ତି ଟ୍ୱିଟରରେ ସେୟାର କରିଥିଲେ। ସେ ଲେଖିଥିଲେ ଯେ, ଲଣ୍ଡନ୍ ସ୍କୁଲ ଅଫ୍ ଇକୋନମିକ୍ସରେ ମୋର ଜୁନିଅର ଗର୍ବର ସହିତ ଭାରତୀୟ ହାଇକମିଶନ ବାହାରେ ତ୍ରିରଙ୍ଗାକୁ ଉଠାଇଥିଲେ। ଅହିଂସା ସହିତ ସେ ଆତଙ୍କବାଦ ବିରୋଧରେ ଲଢିଛନ୍ତି। ଏଭଳି କ’ଣ ବାଧା ଅଛି ଯାହାକୁ ପ୍ରେମ ଭାଙ୍ଗି ପାରିବ ନାହିଁ ?

ମହାରାଷ୍ଟ୍ରର ସତ୍ୟମ ପେଶାରେ ଓକିଲ। ସେ ପୁଣେରେ ରୁହନ୍ତି। ଏବେ ଲଣ୍ଡନରେ ଏଲଏଲଏମ ପଢୁଛନ୍ତି। କରନଙ୍କ ଟ୍ୱିଟକୁ ରିଟ୍ୱିଟ୍ କରି ସେ ଲେଖିଛନ୍ତି ଯେ, ମୁଁ ଆପଣଙ୍କ ଶବ୍ଦ ଦ୍ୱାରା ବହୁତ ପ୍ରେରିତ। ମୁଁ ସବୁବେଳେ ଭାରତ ପାଇଁ ଉପଲବ୍ଧ। ଆପଣ ମୋତେ ଭାରତରୁ ବାହାର କରି ପାରନ୍ତି କିନ୍ତୁ ମୋ ମନରୁ ଭାରତକୁ ନୁହେଁ। ସୂଚନାଯୋଗ୍ୟ ଯେ,ସତ୍ୟମ ନିଜ ଟ୍ୱିଟର ଆକାଉଣ୍ଟରେ ନିଜକୁ ରାଷ୍ଟ୍ରବାଦୀ ବୋଲି ପରିଚୟ ଦିଅନ୍ତି। ସେ ଆହୁରି ମଧ୍ଯ କହିଛନ୍ତି ଯେ, ଏକଦା ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମ ସ୍ୱରାଜ କହିଥିଲେ ଆପଣ ମଙ୍ଗଳ ଗ୍ରହରେ ଥିଲେ ମଧ୍ଯ ଭାରତୀୟ ଦୂତାବାସ ଆପଣଙ୍କୁ ସାହାଯ୍ୟ କରିବ । ମୁଁ କହିବି ଯେ, ଅସଲି ଭାରତୀୟ ଭାରତ ଓ ଭାରତୀୟ ଦୂତାବାସଙ୍କ ପାଇଁ ଛିଡ଼ା ହେବ।