Airforce Helicopter: ରାଜସ୍ଥାନରେ ସେନାର ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ
Advertisement
Article Detail0/zeeodisha/odisha2152981

Airforce Helicopter: ରାଜସ୍ଥାନରେ ସେନାର ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ରାଜସ୍ଥାନର ଜୈସଲମେରରେ ଭାରତୀୟ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଜୈସେଲମେରର ଜବାହାର ନଗରରେ ଏଭଳି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ପାଇଲଟ୍ ସୁରକ୍ଷିତ ଥିବା ସୂଚନା ରହିଛି । ସୂଚନା ମୁତାବକ, ଦୁର୍ଘଟଣାଗ୍ରସ୍ତ ହୋଇଥିବା ଭାରତୀୟ ସେନା ବିମାନଟି ହେଲା LCA ଯଥା ଲାଇଟ କମ୍ବାଟ୍ ଏୟାରକ୍ରାଫ୍ଟ ତେଜସ୍ । ଦୁର୍

Airforce Helicopter: ରାଜସ୍ଥାନରେ ସେନାର ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ

Airforce Helicopter: ନୂଆଦିଲ୍ଲୀ: ରାଜସ୍ଥାନର ଜୈସଲମେରରେ ଭାରତୀୟ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଜୈସେଲମେରର ଜବାହାର ନଗରରେ ଏଭଳି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ପାଇଲଟ୍ ସୁରକ୍ଷିତ ଥିବା ସୂଚନା ରହିଛି । ସୂଚନା ମୁତାବକ, ଦୁର୍ଘଟଣାଗ୍ରସ୍ତ ହୋଇଥିବା ଭାରତୀୟ ସେନା ବିମାନଟି ହେଲା LCA ଯଥା ଲାଇଟ କମ୍ବାଟ୍ ଏୟାରକ୍ରାଫ୍ଟ ତେଜସ୍ । ଦୁର୍ଘଟଣା ସମୟରେ ବିମାନଟି ଅପରେସନାଲ ଟ୍ରେନିଂରେ ଥିଲା । ସଠିକ୍ ସମୟରେ ପାଇଲଟ ଜଣକ ପ୍ଲେନରୁ ଡେଇଁ ପଡିବା କାରଣରୁ ତାଙ୍କ ଜୀବନ ବଞ୍ଚିଯାଇଛି । ଦୁର୍ଘଟଣା ପରେ ଏହି ମାମଲାରେ କୋର୍ଟ ଅଫ୍ ଇନକ୍ୱାରୀ କରିବାକୁ ସେନା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଅଧିକାରୀ କହିଛନ୍ତି ଯେ ବିମାନରେ ଉପସ୍ଥିତ ପାଇଲଟଙ୍କୁ ସୁରକ୍ଷିତ ଭାବେ ବାହାରକୁ ନିଆଯାଇଥିଲା। ଟ୍ରେନିଂ ଅପରେସନ୍ ସମୟରେ ଭାରତୀୟ ବାୟୁସେନା ବିମାନ ତେଜସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାର କାରଣ ଜାଣିବା ପାଇଁ କୋର୍ଟ ଅଫ୍ ଇନକ୍ୱାରୀକୁ ନିର୍ଦ୍ଦେଶ ଦିଆଯାଇଛି। ବାୟୁସେନା ଟ୍ୱିଟରରେ ଏକ ପୋଷ୍ଟ ସେୟାର କରି ଲେଖିଛି, "ଅପରେସନ ଟ୍ରେନିଂ ଉଡ଼ାଣ ସମୟରେ ଭାରତୀୟ ବାୟୁସେନାର ଏକ ତେଜ ବିମାନ ଆଜି ଜୈସଲମେରରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ପାଇଲଟ ସୁରକ୍ଷିତ ଭାବେ ବାହାରକୁ ବାହାରିଛନ୍ତି। ଦୁର୍ଘଟଣାର କାରଣ ଜାଣିବା ପାଇଁ କୋର୍ଟ ଅଫ୍ ଇନକ୍ୱାରୀ ଗଠନ କରାଯାଇଛି ବୋଲି ଉଲ୍ଲେଖ କରାଯାଇଛି।