Pakistan Flood: ପାକିସ୍ତାନୀଙ୍କୁ ଶରଣ ଦେବା ପାଇଁ ଖୋଲିଲା ହିନ୍ଦୁ ମନ୍ଦିର
Advertisement
Article Detail0/zeeodisha/odisha1347333

Pakistan Flood: ପାକିସ୍ତାନୀଙ୍କୁ ଶରଣ ଦେବା ପାଇଁ ଖୋଲିଲା ହିନ୍ଦୁ ମନ୍ଦିର

Pakistan Flood: ପାକିସ୍ତାନରେ ବନ୍ୟା ଯୋଗୁଁ ଘରଦ୍ବାର ନଷ୍ଟ ହୋଇଯାଇଛି ଏବଂ ହଜାର ହଜାର ଲୋକ ବାସହୀନ ହୋଇପଡିଛନ୍ତି। ଏସବୁ ମଧ୍ୟରେ ଜଲାଲ ଖାନ ଗାଁର ଏକ ହିନ୍ଦୁ ମନ୍ଦିର (Hindu Temple) ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ଏବଂ ମାନବିକତାର ଉଦାହରଣ ସୃଷ୍ଟି କରିଛି।

ପ୍ରତୀକାତ୍ମକ

Pakistan Flood: ପାକିସ୍ତାନ (Pakistan)ରେ ପ୍ରବଳ ବର୍ଷା (Heavy Rain) ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା (Flood) ପରିସ୍ଥିତିରେ ଅନେକ କ୍ଷୟକ୍ଷତି ହୋଇଛି। ପାକିସ୍ତାନର ଅନେକ ପ୍ରଦେଶରେ ବନ୍ୟାର ବିକଳ ଚିତ୍ର ଦେଖିବାକୁ ମିଳିଛି। ବେଲୁଚିସ୍ତାନର କଚ୍ଛି ଜିଲ୍ଲାର ଏକ ଛୋଟ ଗାଁ ଜଲାଲ ଖାନ (Jalal Khan) ଏବେ ମଧ୍ୟ ବନ୍ୟାରେ ଜୁଝୁଛି। ବନ୍ୟା ଯୋଗୁଁ ଘରଦ୍ବାର ନଷ୍ଟ ହୋଇଯାଇଛି ଏବଂ ହଜାର ହଜାର ଲୋକ ବାସହୀନ ହୋଇପଡିଛନ୍ତି। ଏସବୁ ମଧ୍ୟରେ ଜଲାଲ ଖାନ ଗାଁର ଏକ ହିନ୍ଦୁ ମନ୍ଦିର (Hindu Temple) ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ଏବଂ ମାନବିକତାର ଉଦାହରଣ ସୃଷ୍ଟି କରିଛି। ଗାଁର ଅନେକ ମୁସଲମାନ ପରିବାର ଏହି ଛୋଟ ମନ୍ଦିର (Temple)ରେ ଆଶ୍ରୟ ନେଇଛନ୍ତି ଏବଂ ଏହି ଅସୁବିଧା ସମୟରେ ଏହ ମନ୍ଦିର ସେମାନଙ୍କ ସଙ୍କଟ ମୋଚକ ଭାବେ ଉଭା ହୋଇଛି।

ଏକ ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ମୁତାବକ, ନାରୀ, ବୋଲନ ଏବଂ ଲାହରୀ ନଦୀରେ ବନ୍ୟା ଯୋଗୁଁ ଏହି ଗାଁଟି ଅନ୍ୟ ପ୍ରାନ୍ତରୁ ବିଚ୍ଛିନ୍ନ ହୋଇଯାଇଥିଲା। ଏପରି କଷ୍ଟ ସମୟରେ ସ୍ଥାନୀୟ ହିନ୍ଦୁ ସମ୍ପ୍ରଦାୟ ବାବା ମାଧୋଦାସ, ବନ୍ୟା ପ୍ରଭାବିତ ଲୋକ ଏବଂ ସେମାନଙ୍କ ପଶୁମାନଙ୍କ ପାଇଁ ମନ୍ଦିରର ଦ୍ୱାର ଖୋଲିଥିଲେ।

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ବାବା ମାଧୋଦାସ ଜଣେ ହିନ୍ଦୁ ସାଧୁ, ଯିଏକି ସେହି ଅଞ୍ଚଳର ମୁସଲମାନ ଏବଂ ହିନ୍ଦୁମାନଙ୍କ ଠାରୁ ସମଭାବରେ ସମ୍ମାନ ପାଇଥାନ୍ତି। ଭାଗ ନାରୀ ତହସିଲରୁ ଗାଁକୁ ପ୍ରାୟତଃ ଆସୁଥିବା ଇଲତଫ ବୁଜଦାର କୁହନ୍ତି, 'ସେ ଓଟରେ ଯାତ୍ରା କରୁଥିଲେ। ଆମ ପିତାମାତାଙ୍କ ଦ୍ୱାରା କୁହାଯାଉଥିବା କାହାଣୀ ଅନୁଯାୟୀ, ସାଧୁ ଜଣକ ଧାର୍ମିକ ସୀମାକୁ ଅତିକ୍ରମ କରସାରିଛନ୍ତି। ସେ ଲୋକଙ୍କ ବିଷୟରେ ତାଙ୍କ ଜାତି ଏବଂ ଧର୍ମ ଦୃଷ୍ଟିରୁ ନଦେଖି ମାନବିକତାର ଚଷମାରେ ଦେଖୁଥିଲେ।

ବେଲୁଚିସ୍ତାନର ହିନ୍ଦୁ ଉପାସକଙ୍କ ପୂଜା ସ୍ଥଳ ପ୍ରାୟତଃ କଂକ୍ରିଟରେ ନିର୍ମିତ ଏବଂ ଏହି ଅଞ୍ଚଳ ବହୁତ ବଡ ଆକାର ହୋଇଥାଏ। ଆଉ ଏହା ଭୂମି ଠାରୁ ଉଚ୍ଚରେ ଅବସ୍ଥିତ ଥିବାରୁ ବନ୍ୟା ଜଳରୁ ରକ୍ଷା ପାଇବା ପାଇଁ ଏହା ଉତ୍ତମ ସ୍ଥାନ ହୋଇଥାଏ। ତେଣୁ ଲୋକମାନେ ସେଠାକୁ ସରଣ ନେବାକୁ ଦଉଡି ଆସିଥିଲେ। ଜାଲାଲ ଖାନରେ ଅଧିକାଂଶ ହିନ୍ଦୁ ସମୁଦାୟର ଲୋକ ରୋଜଗାର ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ କଚ୍ଛିର କେତେକ ସହରକୁ ଚାଲିଯାଇଛନ୍ତି। କିନ୍ତୁ, କିଛି ପରିବାର ତାହାର ଦେଖାରଖା ପାଇଁ ସେଠାରେ ରୁହନ୍ତି।

ଭାଗ ନାରୀ ତହସିଲର ୫୫ ବର୍ଷିୟ ଦୋକାନୀ ରତନ କୁମାର ବର୍ତ୍ତମାନ ମନ୍ଦିର ଦାୟିତ୍ବରେ ଅଛନ୍ତି। ସେ କୁହନ୍ତି, ମନ୍ଦିରରେ ଶହେରୁ ଅଧିକ କୋଠରୀ ଅଛି, କାରଣ ପ୍ରତିବର୍ଷ ବେଲୁଚିସ୍ତାନ ଏବଂ ସିନ୍ଧରୁ ବହୁ ସଂଖ୍ୟକ ଲୋକ ତୀର୍ଥଯାତ୍ରା ପାଇଁ ଏଠାକୁ ଆସନ୍ତି। ବର୍ଷା ହେତୁ ମନ୍ଦିରର କୌଣସି କ୍ଷୟକ୍ଷତି ହୋଇ ନାହିଁ ଭାବିବା ଠିକ୍ ନୁହେଁ। ରତନଙ୍କ ପୁଅ ସାୱାନ କୁମାର ଏକ ପାକିସ୍ତାନ ଗଣମାଧ୍ୟକୁ କହିଛନ୍ତି ଯେ, କିଛି କୋଠରୀ ନଷ୍ଟ ହୋଇଯାଇଥିଲା କିନ୍ତୁ, ଆଧାର ସୁରକ୍ଷିତ ରହିଥିଲା।

ପାକିସ୍ତାନ ଗଣମାଧ୍ୟର ରିପୋର୍ଟ ଅନୁଯାୟୀ, ଅତି କମରେ ୨୦୦-୩୦୦ ଲୋକ, ଅଧିକାଂଶ ମୁସଲମାନ ଏବଂ ତାଙ୍କର ପଶୁ ମାନଙ୍କୁ ଆଶ୍ରୟ ଦିଆଯାଇଛି। ହିନ୍ଦୁମାନେ ମଧ୍ୟ ସେମାନଙ୍କର ଯତ୍ନ ତେଉଛନ୍ତି। ପ୍ରଥମେ ଏହି ଅଞ୍ଚଳଟି ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଥିଲା। ବିସ୍ଥାପିତ ମାନେ କହିଛନ୍ତି ଯେ, ସେମାନଙ୍କୁ ହେଲିକପ୍ଟର ଯୋଗେ ରାସନ ଯୋଗାଇ ଦିଆଯାଇଥିଲା କିନ୍ତୁ, ସେମାନେ ମନ୍ଦିରକୁ ଯିବାବେଳେ ସେମାନଙ୍କୁ ହିନ୍ଦୁ ସମ୍ପ୍ରଦାୟ ଖାଇବାକୁ ଦେଉଥିଲେ। ଇସରାଲ ମୁଘେରୀ, ଜାଲାଲ ଖାନ ଅଞ୍ଚଳର ଜଣେ ଡାକ୍ତର। ଏଠାକୁ ଆସିବା ପରଠାରୁ ସେ ମନ୍ଦିର ଭିତରେ ଏକ ମେଡିକାଲ କ୍ୟାମ୍ପ ସ୍ଥାପନ କରିଛନ୍ତି।

ଏହା ବି ପଢନ୍ତୁ: Pakistan And China Relation: ଚୀନ୍ ଉପରେ ଖପ୍ପା ପାକିସ୍ତାନ, ନିମ୍ନ ମାନର ପ୍ରତିରକ୍ଷା ସାମଗ୍ରୀ ଦେଇ ଠକିଦେଲା ଚୀନ୍!