Ayodhya: ୭ ଦିନ ଧରି ଅଯୋଧ୍ୟାରେ ଭବ୍ୟ ସମାରୋହ, ଜାଣନ୍ତୁ କେଉଁ ଦିନ ରହିଛି କେଉଁ କାର୍ଯ୍ୟକ୍ରମ
Advertisement
Article Detail0/zeeodisha/odisha2042724

Ayodhya: ୭ ଦିନ ଧରି ଅଯୋଧ୍ୟାରେ ଭବ୍ୟ ସମାରୋହ, ଜାଣନ୍ତୁ କେଉଁ ଦିନ ରହିଛି କେଉଁ କାର୍ଯ୍ୟକ୍ରମ

Ayodhya Ram Mandir Pran Pratishtha: ରାମ ଜନ୍ମଭୂମି ଅଯୋଧ୍ୟାରେ (Ram Janmabhoomi) ପ୍ରଭୁ ଶ୍ରୀରାମଙ୍କ ମନ୍ଦିରର (Ayodhya Ram Mandir) ପ୍ରାଣ ପ୍ରତିଷ୍ଠା ଉତ୍ସବ ୨୨ ଜାନୁଆରିରେ ଅନୁ‌ଷ୍ଠିତ ହେବ । ଏନେଇ ଦେଶ ବିଦେଶରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି । ଭବ୍ୟ ସମାରୋହ ପାଇଁ ଉତ୍ତରପ୍ରଦେଶ ସରକାର (Uttarpradesh Government) ଓ ମନ୍ଦିର ଟ୍ରଷ୍ଟ (Ram Mandir Trust) ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଜାରି ରହିଛି।

ସୌ(ସୋସିଆଲ ମିଡିଆ)

Ayodhya Ram Mandir: ରାମ ଜନ୍ମଭୂମି ଅଯୋଧ୍ୟାରେ (Ram Janmabhoomi) ପ୍ରଭୁ ଶ୍ରୀରାମଙ୍କ ମନ୍ଦିରର (Ayodhya Ram Mandir) ପ୍ରାଣ ପ୍ରତିଷ୍ଠା ଉତ୍ସବ ୨୨ ଜାନୁଆରିରେ ଅନୁ‌ଷ୍ଠିତ ହେବ । ଏନେଇ ଦେଶ ବିଦେଶରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି । ଭବ୍ୟ ସମାରୋହ ପାଇଁ ଉତ୍ତରପ୍ରଦେଶ ସରକାର (Uttarpradesh Government) ଓ ମନ୍ଦିର ଟ୍ରଷ୍ଟ (Ram Mandir Trust) ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଜାରି ରହିଛି।

ସୂଚନା ଅନୁଯାୟୀ, ଜାନୁଆରି ୧୬ ତାରିଖରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। ଅର୍ଥାତ୍ ଦୀର୍ଘ ସାତ ଦିନ ଧରି ଉତ୍ସବ ମୁଖର ହେବ ରାମ ନଗରୀ ଅଯୋଧ୍ୟା । ତେବେ ପ୍ରଧାନମନ୍ତ୍ରୀ ମୋଦି ରାମଲାଲଙ୍କ ପ୍ରତିମୂର୍ତ୍ତିକୁ ଅନାବରଣ କରିବେ । ସେହିପରି ପ୍ରାଣ ପ୍ରତିଷ୍ଠା ବେଳେ ମନ୍ଦିରର ଗର୍ଭ ଗୃହରେ ମାତ୍ର ୫ ଜଣ ଅର୍ଥାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆରଏସଏସ୍ ମୁଖ୍ୟ ମୋହନ ଭାଗବତ, ୟୁପି ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ ଓ ମୁଖ୍ୟ ଆଚାର୍ଯ୍ୟ ଉପସ୍ଥିତ ରହିବେ । ସର୍ବପ୍ରଥମେ ଭଗବାନ ରାମଙ୍କୁ ଆଇନା ଦେଖାଯିବ । ଏଥିରେ ପ୍ରଭୁ ନିଜ ମୁଖକୁ ଦେଖିବେ । ଦଳ ପୂଜା ପାଇଁ ଆଚାର୍ଯ୍ୟମାନଙ୍କର ୩ଟି ଟିମ୍ ପ୍ରସ୍ତୁତ କରାଯାଇଛି । ସେପଟେ ଟ୍ରଷ୍ଟ ପକ୍ଷରୁ ଜାରି ହୋଇଥିବା କାର୍ଯ୍ୟସୂଚୀ ମୁତାବକ ଭଗବାନ ରାମଲାଲଙ୍କୁ ସୁନା ବସ୍ତ୍ର ପିନ୍ଧାଯିବ । ଏହାପର ଛପନ ଭୋଗ ଲଗାଯିବ । ମାତ୍ର ୧ ମିନିଟ୍ ୨୪ ସେକେଣ୍ତ ମଧ୍ୟରେ ପ୍ରାଣ ପ୍ରତିଷ୍ଠା ଲଗ୍ନ ଥିବାରୁ ବିଶେଷ ପୂଜାବିଧି ପାଳନ କରାଯିବ । ୭ ଦିନ ପର୍ଯ୍ୟନ୍ତ ଏହି ଅଭିଷେକ ସମାରୋହ ଚାଲିବ ।

କେଉଁ ଦିନ ରହିଛି କେଉଁ କାର୍ଯ୍ୟକ୍ରମ

୧୬ରେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ନିଯୁକ୍ତ ଯଜମାନ ପ୍ରାୟଶ୍ଚିତ୍ତ ସମାରୋହ ଆୟୋଜନ କରିବେ । ସରଜୁ ନଦୀ ତଟରେ ‘ଦଶବଧ’ ସ୍ନାନ ହେବ । ଅନୁଷ୍ଠାନରେ ବିଷ୍ଣୁ ପୂଜା ଓ ଗୋଦାନ ସାମିଲ ହେବ । ସେହିପରି ୧୭ରେ ଭଗବାନ ରାମଙ୍କ ବାଳ ସ୍ବରୂପ ମୂର୍ତ୍ତିକୁ ଏକ ଶୋଭାଯାତ୍ରାରେ ନିଆଯିବ । ଏଥିରେ ଭକ୍ତ ମଙ୍ଗଳ କଳସରେ ସରଜୁ ନଦୀରୁ ଜଳ ଆଣିବେ । ୧୮ରେ ଗଣେଷ ଅମ୍ବିକ ପୂଜା, ବରୁଣ ପୂଜା, ମାତୃକା ପୂଜା, ବ୍ରାହ୍ମଣ ବରଣ, ବାସ୍ତୁ ପୂଜା ଆଦି ଆୟୋଜିତ ହେବ । ସେହିପରି ୧୯ରେ ଅଗ୍ନି ସ୍ଥାପନା, ନବଗ୍ରହ ସ୍ଥାପନା ଓ ହୋମ ଯଜ୍ଞ କରାଯିବ । ଏହାର ପରଦିନ ରାମ ମନ୍ଦିର ଗର୍ଭଗୃହକୁ ସରଜୁ ନଦୀର ପବିତ୍ର ଜଳ ଦ୍ବାରା ସଫା କରାଯିବ । ଏହାପରେ ବାସ୍ତୁ ଶାନ୍ତି ଓ ଅନ୍ନାଧିବାସ କରାଯିବ । ୨୧ରେ ରାମଲାଲଙ୍କ ବିଗ୍ରହକୁ ୧୨୫ କଳସ ଜଳ ଦ୍ବାରା ଦିବ୍ୟସ୍ନାନ କରାଯିବ । ଏହା ସହ ଶୈୟାଧିବାସ କାର୍ଯ୍ୟକ୍ରମ ମଧ୍ଯ ଅନୁଷ୍ଠିତ ହେବ । ଶେଷ ଦିନ ଅର୍ଥାତ୍ ୨୨ ତାରିଖ ସକାଳେ ରାମଲାଲଙ୍କ ବିଗ୍ରହ ପୂଜା କରାଯିବା ପରେ ଅପରାହ୍ନରେ ମୃଗଶିରା ନକ୍ଷତ୍ରରେ ରାମଲାଲଙ୍କ ଅଭିଷେକ କରାଯିବ । ପ୍ରଧାନମନ୍ତ୍ରୀଙ୍କ ହାତରେ ଶ୍ରୀରାମଲାଲଙ୍କ ବିଗ୍ରହର ପ୍ରାଣ ପ୍ରତିଷ୍ଠା ହେବ । ଏହାପରେ ରାମଲାଲ ରାମ ନଗରୀରେ ପଞ୍ଚକୋଷି ପରିକ୍ରମା କରିବେ । ଅନ୍ୟପଟେ ଅଯୋଧ୍ୟାର ମନ୍ଦିରଗୁଡ଼ିକରେ ଦର୍ଶନ-ପୂଜନ କରାଯିବ ।

ପ୍ରକାଶଥାଉ କି, ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନେଇ ଅଯୋଧ୍ୟା ନଗରୀରେ ପ୍ରବଳ ଜନ ସମାଗମ ହେବାକୁ ଥିବାରୁ ଜୋରଦାର ପ୍ରସ୍ତୁତି କରାଯାଉଛି । ଏନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି । ପ୍ରାଣ ପ୍ରତିଷ୍ଠା ନେଇ କାଶୀ ବିଶ୍ବନାଥ ଓ ବୈଷ୍ଣୋଦେବୀ ମନ୍ଦିରର ମୁଖ୍ୟମାନଙ୍କ ସମେତ ପ୍ରାୟ ୪ ହଜାର ସନ୍ଥଙ୍କୁ ନିମନ୍ତ୍ରଣ କରାଯାଇଛି ।