Protein Supplements: ପ୍ରୋଟିନ୍ ପାଉଡ଼ରକୁ ନେଇ ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ...
Advertisement
Article Detail0/zeeodisha/odisha2201326

Protein Supplements: ପ୍ରୋଟିନ୍ ପାଉଡ଼ରକୁ ନେଇ ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ...

Protein Supplements: ଜିମ୍ ରେ ବ୍ୟାୟମ କରୁଥିବା ଅଧିକାଂଶ ଲୋକେ ମସଲ୍ସ ପାୱାର ଓ ଷ୍ଟ୍ରେନ୍ଥ ବଢ଼ାଇବାକୁ ପ୍ରୋଟିନ୍ ସପ୍ଲିମେଣ୍ଟକୁ ଆପଣାଇ ଥାଆନ୍ତି । ତେବେ ବଜାରରେ ବିକ୍ରି ହେଉଥିବା ଏହି ପ୍ରୋଟିନ୍ ପାଉଡ଼ର ବା ସପ୍ଲିମେଣ୍ଟର ଗୁଣବତ୍ତା ଆଦୌ ଉକୃଷ୍ଟମାନର ନୁହେଁ । ବ୍ୟବସାୟିକ ଲକ୍ଷ୍ୟରେ ବିକ୍ରି ହେଉଥିବାରୁ ପ୍ରୋଟିନ୍ ପାଉଡ଼ର କମ୍ପାନୀ ନିଜର ଗୁଣବତ୍ତା ରଖୁନଥିବା ଏକ ଗବେଷଣାରୁ ସ୍ପଷ୍ଟ ହୋଇଛି ।

Protein Supplements: ପ୍ରୋଟିନ୍ ପାଉଡ଼ରକୁ ନେଇ ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ...

Protein Supplements: ସୁସ୍ଥ ରହିବା ପାଇଁ ପ୍ରାୟତଃ ଅଧିକାଂଶ ଲୋକେ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଇଥାଆନ୍ତି । ପ୍ରୋଟିନ୍ ଶରୀର ପାଇଁ ଅତ୍ୟନ୍ତ ଜରୁରୀ ଅଟେ । ଜିମ୍ ରେ ବ୍ୟାୟମ କରୁଥିବା ଅଧିକାଂଶ ଲୋକେ ମସଲ୍ସ ପାୱାର ଓ ଷ୍ଟ୍ରେନ୍ଥ ବଢ଼ାଇବାକୁ ପ୍ରୋଟିନ୍ ସପ୍ଲିମେଣ୍ଟକୁ ଆପଣାଇ ଥାଆନ୍ତି । ତେବେ ବଜାରରେ ବିକ୍ରି ହେଉଥିବା ଏହି ପ୍ରୋଟିନ୍ ପାଉଡ଼ର ବା ସପ୍ଲିମେଣ୍ଟର ଗୁଣବତ୍ତା ଆଦୌ ଉକୃଷ୍ଟମାନର ନୁହେଁ । ବ୍ୟବସାୟିକ ଲକ୍ଷ୍ୟରେ ବିକ୍ରି ହେଉଥିବାରୁ ପ୍ରୋଟିନ୍ ପାଉଡ଼ର କମ୍ପାନୀ ନିଜର ଗୁଣବତ୍ତା ରଖୁନଥିବା ଏକ ଗବେଷଣାରୁ ସ୍ପଷ୍ଟ ହୋଇଛି ।

ଭାରତରେ ବିକ୍ରି ହେଉଥିବା ବହୁ ଲୋକପ୍ରିୟ ପ୍ରୋଟିନ୍ ପାଉଡର ଗୁଡିକର ବିଶ୍ଳେଷଣରୁ ଜଣାପଡିଛି ଯେ, ଏହି ସପ୍ଲିମେଣ୍ଟ ଗୁଡ଼ିକ ମଧ୍ୟରୁ ଅଧିକାଂଶର ଗୁଣବତ୍ତା ଖରାପ ଅଟେ । ୩୬ଟି ବ୍ରାଣ୍ଡର ବିଭିନ୍ନ ପ୍ରକାର ପ୍ରୋଟିନ୍ ପାଉଡର ଉପରେ କରାଯାଇଥିବା ଗବେଷଣାରୁ ଏହି ସାଘାଂତିକ ତଥ୍ୟ ସାମ୍ନାକୁ ଆସିଛି । ଲୋକମାନେ ଯେଉଁ ପ୍ରୋଟିନ୍ ସପ୍ଲିମେଣ୍ଟକୁ ନିଜ ସ୍ୱାସ୍ଥ୍ୟ ପାଇଁ ପିଉଛନ୍ତି, ସେଗୁଡ଼ିକରେ ଭୁଲ ଲେବଲିଂ ହେଉଛି। ଭାରତରେ ବିକ୍ରି ହେଉଥିବା ୭୦% ପ୍ରୋଟିନ୍ ସପ୍ଲିମେଣ୍ଟରେ ତ୍ରୁଟିପୂର୍ଣ୍ଣ ଲେବଲିଂ ବା ଭୁଲ ତଥ୍ୟ ଦିଆଯାଉଥିବା ସର୍ଭେରୁ ଜଣାପଡ଼ିଛି।

ସର୍ଭେରେ ଆହୁରି ମଧ୍ଯ କୁହାଯାଇଛି, ଏପରି ସପ୍ଲିମେଣ୍ଟ ଗୁଡ଼ିକରେ ବିଷାକ୍ତ ପଦାର୍ଥ ମଧ୍ୟ ମିଳିବାର ନଜିର ରହିଛି। ଗୁଣବତ୍ତା ହ୍ରାସ ସହ ବିଜ୍ଞାପନ ଜରିଆରେ ଭୁଲ୍ ତଥ୍ୟର ମଧ୍ଯ ପ୍ରଚାର କରାଯାଉଛି। ସର୍ଭେ ବେଳେ ଗବେଷକମାନେ ୩୬ଟି ଲୋକପ୍ରିୟ ପ୍ରୋଟିନ୍ ପାଉଡ଼ରର ଯାଞ୍ଚ କରିଥିଲେ । ଏହା ମଧ୍ଯରେ ହର୍ବାଲ ଓ ଡ଼ାଇଟାରୀ ସପ୍ଲିମେଣ୍ଟ ଯଥା ଭିଟାମିନ୍, ମିନେରାଲ ଓ ପ୍ରାକୃତିକ ଉପାଦନ ଆଦି ଥିବା ନେଇ ଦାବି କରୁଥିବା ସଂସ୍ଥା ରହିଛି ।

ଏହି ୩୬ଟି ପ୍ରୋଟିନ୍ ପାଉଡର ଉପରେ ଗବେଷଣା କରିବା ବେଳେ ଜଣାପଡ଼ିଛି, ପ୍ରୋଟିନ୍ ସମ୍ପର୍କରେ ପ୍ରାୟ ୭୦% ସଂସ୍ଥା ଭୁଲ୍ ତଥ୍ୟ ଦେଇଛନ୍ତି। କିଛି ବ୍ରାଣ୍ଡ ନିଜ ଦାବିର ୫୦% ଅଂଶକୁ ମଧ୍ୟ ପୂରଣ କରି ପାରୁ ନାହାନ୍ତି। ସେହିପରି ୧୪% ନମୁନାରେ କ୍ଷତିକାରକ ଫଙ୍ଘଲ ଏଫଲାଟୋକ୍ସନ ରହିଥିବା ବେଳେ ୮% ସପ୍ଲିମେଣ୍ଟରେ କୀଟନାଶକ ଭଳି ବିପଦପୂର୍ଣ୍ଣ ପଦାର୍ଥ ରହିଥିବା ସର୍ଭେରୁ ଜଣାପଡ଼ିଛି।