‘ସାଇକି’ ପଛରେ ନାସା, ପୃଥିବୀଠାରୁ ବି ଦାମିକା ଧାତୁର ଏହି ଉଲକା ପିଣ୍ଡ
Advertisement
Article Detail0/zeeodisha/odisha1906978

‘ସାଇକି’ ପଛରେ ନାସା, ପୃଥିବୀଠାରୁ ବି ଦାମିକା ଧାତୁର ଏହି ଉଲକା ପିଣ୍ଡ

ନାସା ଏବେ ଏକ ଅଦଭୁତ ମିଶନ ଆରମ୍ଭ କରିବାକୁ ଯାଉଛି । ସୌରମଣ୍ଡଳରେ ଥିବା  ଧାତୁର ଏକ ଉଲକାପୀଣ୍ଡକୁ ମହାକାଶ ଯାନ ପଠାଇବାକୁ ନାସା ପ୍ରସ୍ତୁତ ହେଉଛି । ସାଇକି ନାମକ ଏହି ଉଲକା ପିଣ୍ଡ ଧାତୁରେ ତିଆରି । କୁହାଯାଉଛି ଯେ, ପୃଥିବୀରେ ଯେତିକି ଧାତୁ ଅଛି ତା’ଠରୁ ଢେର ଅଧିକ ଧାତୁ ଏହି ଉଲକା ପିଣ୍ଡରେ ରହିଛି । ସାଇକି ଉପରେ ଅଧିକ ଗବେଷଣା ପାଇଁ ନାସ ତା’ର ନୂଆ ଅଭି

SOCIAL MEDIA

ନାସା ଏବେ ଏକ ଅଦଭୁତ ମିଶନ ଆରମ୍ଭ କରିବାକୁ ଯାଉଛି । ସୌରମଣ୍ଡଳରେ ଥିବା  ଧାତୁର ଏକ ଉଲକାପୀଣ୍ଡକୁ ମହାକାଶ ଯାନ ପଠାଇବାକୁ ନାସା ପ୍ରସ୍ତୁତ ହେଉଛି । ସାଇକି ନାମକ ଏହି ଉଲକା ପିଣ୍ଡ ଧାତୁରେ ତିଆରି । କୁହାଯାଉଛି ଯେ, ପୃଥିବୀରେ ଯେତିକି ଧାତୁ ଅଛି ତା’ଠରୁ ଢେର ଅଧିକ ଧାତୁ ଏହି ଉଲକା ପିଣ୍ଡରେ ରହିଛି । ସାଇକି ଉପରେ ଅଧିକ ଗବେଷଣା ପାଇଁ ନାସ ତା’ର ନୂଆ ଅଭିଯାନ ଆରମ୍ଭ କରିଛି । ଏହାପୂର୍ବରୁ ନାସା ଉଲକାପିଣ୍ଡ ବେତ୍ରୁକୁ ନେଇ ବଡ଼ଧରଣର ମିଶନ ଚଳାଇଥିଲା । ସୂଚନାଯୋଗ୍ଯ ଯେ, ବେତ୍ରୁ ପୃଥିବୀର ନିକଟତର ଓ ଏହା ଆମ ଗ୍ରହ ପାଇଁ ବିପଦ ଅଟେ । ଅନ୍ୟପକ୍ଷରେ ସାଇକି ପୃଥିବୀଠାରୁ ଦୂରରେ ଅଛି ଓ ଏହା ପୃଥିବୀ ପାଇଁ ବିପଦ ନୁହେଁ ।

ସାଇକି ଉଲକାପିଣ୍ଡ ସୂର୍ଯ୍ୟଠାରୁ ୩୭.୮ କୋଟିରୁ ୪୯.୭ କୋଟି କିଲୋମିଟର ମଧ୍ଯରେ ରହିଛି । କୁହାଯାଏ ଯେ, ସୌରମଣ୍ଡଳ ସଂରଚନା କାଳର ଏହି ଉଲକାପିଣ୍ଡ । ନାସାର ମିଶନ ୨୦୨୯ରେ ସାଇକି କକ୍ଷରେ ପହଂଚିବ । ପହଂଚିଲା ପରେ ମିଶନ ସାଇକିର ବାସ୍ତବିକ ଗଠନ ଓ ଆକାରର ଅଧ୍ଯୟନ କରିବ । ଦୁଇ ବର୍ଷ ପର୍ଯ୍ୟନ୍ତ ଏହା ସାଇକିର ଅଧ୍ଯୟନ କରିବ । ମାର୍ଚ୍ଚ ୧୭,୧୮୫୨ ମସିହାରେ ଇଟାଲିର ଜଣେ ବୈଜ୍ଞାନିକର ଏନିବେଲ ଡି ଗେସ୍ପାରିସ ସାଇକିକୁ ଆବିଷ୍କାର କରିଥିଲେ । ଗ୍ରୀକ ପୁରାଣର ଆତ୍ମାର ଦେବୀ ସାଇକିଙ୍କ ନାମାନୁସାରେ ସେ ଏହାର ନାମକରଣ କରିଥିଲେ ।

କେତେ ବଡ଼ ଏହି ଉଲକାପିଣ୍ଡ

ସେଣ୍ଟ୍ରାଲ ଫ୍ଲୋରିଡା ବିଶ୍ୱବିଦ୍ୟାଳୟରେ ଏକ୍ସୋଲିଥ୍ ପ୍ରୟୋଗଶାଳର ବୈଜ୍ଞାନିକ ପରାମର୍ଶଦାତ୍ତା ଡ. ଜୋ ଲେଣ୍ଡସମ୍ୟାନଙ୍କ ଅନୁସାରେ ସାଇକି ରହସ୍ୟମୟ,ବଡ଼ ଓ ଅଜବ ଉଲକାପିଣ୍ଡ ଅଟେ । ସାଇକି ଦେଖିବାକୁ ଆଳୁ ଆକାରର । ଏହାର ସର୍ବାଧିକ ଓସାର ୨୮୦ କିଲୋମିଟର ହୋଇଥିବା ବେଳେ ଦୈର୍ଘ୍ୟ ହେଉଛି ୨୩୨ କିଲୋମିଟର । ରଡାର ଓ ଦୁରବୀକ୍ଷଣ ଅନୁଧ୍ଯାନରୁ ସାଇକି ଉଲକାପିଣ୍ଡ ସମ୍ଭବତଃ ଲୁହା,ନିକଲ ଓ ଅନ୍ଯ ଧାତୁରେ ତିଆରି ଭଳି ଲାଗୁଛି । ଯାହା ସୌରମଣ୍ଡଳରେ ପ୍ରଚୁର ମାତ୍ରରେ ଉପଲବ୍ଧ ।

କାହିଁକି ମୂଲ୍ୟବାନ ସାଇକି ?

ସାଇକିର ଘନତ୍ୱରୁ ଲାଗୁଛି ଯେ, ଏହା କଠୋର ଧାତୁରେ ତିଆରି ହୋଇନାହିଁ । ଏଥିରେ ସିଲିକେଟ୍,କାଚ ଓ ବାଲି ମଧ୍ଯ ଥାଇପାରେ । ତେବେ ଏହାର ଗର୍ଭରେ କିଛି ଥାଇପାରେ ବୋଲି ବୈଜ୍ଞାନିକ ମନେ କରୁଛନ୍ତି । ତେବେ ୨୦୨୨ର ଏକ ଅଧ୍ଯୟନରୁ ଏହାର କେନ୍ଦ୍ରରେ ଲୁହା ଥିବା ଜଣା ପଡ଼ିଥିଲା । ୨୦୨୦ର ଏକ ଅଧ୍ଯୟନରେ ଦାବି କରାଯାଇଥିଲା ଯେ, ଏହି ଉଲକାପିଣ୍ଡରେ ଯେତିକି ଲୁହା ଅଛି ସେତିକି ପୃଥିବୀରେ ନାହିଁ । ମହାକାଶ ମାଇନିଂ ଆଗାମୀ ଦିନର ବ୍ୟବସାୟ ହେବାକୁ ଯାଉଛି । ଚୀନଠାରୁ ଆମେରିକା ସବୁ ଦେଶ ମହାକାଶରୁ ମୂଲ୍ୟବାନ ଧାତୁ ଆଣିବା ପାଇଁ ଦୌଡ଼ରେ ସାମିଲ ଅଛନ୍ତି । କାରଣ ପୃଥିବୀରେ ଥିବା ଧାତୁ ଓ ଖଣିଜ ପଦାର୍ଥ ଦିନେ ନା ଦିନେ ଶେଷ ହୋଇଯିବ । ଏମିତିରେ ସାଇକି ଆଗାମୀ ଯୁଗ ପାଇଁ ଏକ ଅଧ୍ଯୟନ ହେବାକୁ ଯାଉଛି ।