Vastu Tips: ପେଚାର ମୂର୍ତ୍ତି ଘରେ ରଖିବା ଶୁଭ ନା ଅଶୁଭ ?
Advertisement
Article Detail0/zeeodisha/odisha1925883

Vastu Tips: ପେଚାର ମୂର୍ତ୍ତି ଘରେ ରଖିବା ଶୁଭ ନା ଅଶୁଭ ?

Vastu Tips:  ଅନେକ ସମୟରେ ଘର ସଜାଇବା ପାଇଁ ସାମଗ୍ରୀ କିଣିବା ବେଳେ ଆମ ମନକୁ ପ୍ରଶ୍ନ ଆସିଥାଏ ଯେ, ସେହି ସାମଗ୍ରୀ ଘର ପାଇଁ ଶୁଭଙ୍କର ହେବ କି ନାହିଁ । ଏମିତିରେ କେବେ ଆପଣଙ୍କ ମନକୁ ବି ପ୍ରଶ୍ନ ଆସିଥିବ ଯେ, ମା’ ଲକ୍ଷ୍ମୀଙ୍କ ବାହନ ପେଚାରା ମୂର୍ତ୍ତି ଘରେ ରଖାଯାଇ ପାରିବ କି ନାହିଁ ? ଏହା ଘରେ ରଖିବା ଶୁଭଙ୍କର ହେବ କି ନାହିଁ ? ଆସନ୍ତୁ ଆଜି ସେହି ପ୍ରଶ୍ନର ଉତ୍ତର ଜାଣିବା..

ସୌଜନ୍ୟ- ସୋସିଆଲ ମିଡି଼ଆ

Vastu Tips: ସାଧାରଣତ ସମସ୍ତେ ବାସ୍ତୁ ଶାସ୍ତ୍ର ଅନୁସାରେ ନିଜ ଘରକୁ ସଜାଇବାକୁ ଚାହାନ୍ତି । ବାସ୍ତୁ ଅନୁରୂପ ଘର ସୁଖ ସମୃଦ୍ଧିର କାରକ ବନେ ବୋଲି ବିଶ୍ୱାସ ଅଛି । ଘର କହିଲେ କେବଳ ଇଟା ପଥରର ଚାରିକାନ୍ଥରେ ଆବଧ ସ୍ଥାନ ନୁହେଁ । ଘର କହିଲେ ଘରର ଭିତର ଓ ବାହାରକୁ ମଧ୍ୟ ବୁଝାଇଥାଏ । ତେଣୁ ଘର ଭିତରର ସାମଗ୍ରୀ ଚୟନ କରିବା ବେଳେ ମଧ୍ୟ ସାବଧାନତା ଅବଲମ୍ବନ କରିବାକୁ ପଡେ । ଅନେକ ସମୟରେ ଘର ସଜାଇବା ପାଇଁ ସାମଗ୍ରୀ କିଣିବା ବେଳେ ଆମ ମନକୁ ପ୍ରଶ୍ନ ଆସିଥାଏ ଯେ, ସେହି ସାମଗ୍ରୀ ଘର ପାଇଁ ଶୁଭଙ୍କର ହେବ କି ନାହିଁ । ଏମିତିରେ କେବେ ଆପଣଙ୍କ ମନକୁ ବି ପ୍ରଶ୍ନ ଆସିଥିବ ଯେ, ମା’ ଲକ୍ଷ୍ମୀଙ୍କ ବାହନ ପେଚାରା ମୂର୍ତ୍ତି ଘରେ ରଖାଯାଇ ପାରିବ କି ନାହିଁ ? ଏହା ଘରେ ରଖିବା ଶୁଭଙ୍କର ହେବ କି ନାହିଁ ? ଆସନ୍ତୁ ଆଜି ସେହି ପ୍ରଶ୍ନର ଉତ୍ତର ଜାଣିବା..

ପେଚା ପ୍ରତିମା ରଖିବାର ନିୟମ:
1-ବାସ୍ତୁ ଶାସ୍ତ୍ର  ଅନୁଯାୟୀ, ଘରେ ଏକ ପେଚା ଫଟୋ କିମ୍ବା ପ୍ରତିମା (Owl Statue)ରଖିବା ପାଇଁ ପୂଜା କୋଠରୀ କିମ୍ବା ଅଧ୍ୟୟନ କକ୍ଷ ଉପଯୁକ୍ତ ସ୍ଥାନ ଅଟେ। ଏଠାରେ ଏକ ପେଚା ଛବି ରଖିବା ଦ୍ୱାରା ଘରେ ସକାରାତ୍ମକ ଭାବନା ଆସିବ । ଆହୁରି ମଧ୍ୟ,ଖରାପ ଆଖିର ଛାୟା ଘରଠାରୁ ଦୂରରେ ରହିବ । ଏକ ପେଚା ଚିତ୍ର ରଖିବା ଦ୍ୱାରା ଘରେ ସୁଖ ଏବଂ ସମୃଦ୍ଧି ଆସିଥାଏ  । ଆପଣ ପେଚାର ଫଟୋ କିମ୍ବା ପ୍ରତିମାକୁ ଏଭଳି ସ୍ଥାନରେ ରଖି ପାରିବେ ଯେଉଁଠାରୁ ପେଚାର ଆଖି ଘରର ପ୍ରତିକୋଣ ଉପରେ ପଡ଼ିବ । ଯଦି ପେଚାର ମୁହଁ କବାଟ ଆଡକୁ ରହିବ ତେବେ ବହୁତ ଶୁଭ ।

ଅଫିସରେ କେମିତି ରଖିବେ ?
ଅଫିସରେ ପେଚାର ଛବି କିମ୍ବା ପ୍ରତିମା ରଖିବା ଶୁଭ ବୋଲି ବିବେଚନା କରାଯାଏ  । ବାସ୍ତୁଶାସ୍ତ୍ର  ଅନୁଯାୟୀ, ଅଫିସରେ ଏକ ପେଚା ମୂର୍ତ୍ତି ରଖିବା ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ଆଣିଥାଏ। ଏହା କର୍ମକ୍ଷେତ୍ରରେ ସକରାତ୍ମକ ଶକ୍ତିର ପ୍ରବାହକୁ ମଧ୍ୟ ବଢାଇଥାଏ ।  ବ୍ୟବସାୟ ସମ୍ପର୍କିତ ଜିନିସ ପାଖରେ ପେଚାର ଛବିକୁ ରଖନ୍ତୁ । ଆପଣ ଚାହିଁଲେ ଏହାକୁ କ୍ୟାସ କାଉଣ୍ଟର ପାଖରେ ରଖି ପାରିବେ ।ତେବେ ଧ୍ୟାନ ଦିଅନ୍ତୁ ଯେ,ପେଚା ଯେମିତି ଆପଣଙ୍କ ଡାହଣ ପଟେ ରହିବ । ଏଭଳି ରଖିବା ଦ୍ୱାରା ସମ୍ଭାବିତ ବାଧା ଦୁର ହୋଇଥାଏ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)