Vastu Tips: ଘରର ବାସ୍ତୁଦୋଷକୁ ବାଟ ଦେଖାଇଥାଏ ଆପଣଙ୍କର ଏହିସବୁ ଭୁଲ୍!
Advertisement
Article Detail0/zeeodisha/odisha1897407

Vastu Tips: ଘରର ବାସ୍ତୁଦୋଷକୁ ବାଟ ଦେଖାଇଥାଏ ଆପଣଙ୍କର ଏହିସବୁ ଭୁଲ୍!

ଅନେକ ସମୟରେ ଆପଣ ଅନୁଭବ କରୁଥିବେ ଆୟ ଭଲ ହେବା ପରେ ବି ଘରେ ଆର୍ଥିକ୍ ସମସ୍ୟା ଲାଗି ରହିଥାଏ । ଏମିତି ବି, ଦେଖାଯାଏ ଯେ ସ୍ବାମୀ-ସ୍ତ୍ରୀ ଉଭୟ ଆୟ କରୁଥିଲେ ମଧ୍ଯ ଘରେ ଅଭାବ ଅନଟନ ଲାଗି ରହିଥାଏ । ତେବେ ଏହାର କାରଣ କ’ଣ?

ସୌ(ସୋସିଆଲ ମିଡିଆ)

Vastu Tips For Home: ଅନେକ ସମୟରେ ଆପଣ ଅନୁଭବ କରୁଥିବେ ଆୟ ଭଲ ହେବା ପରେ ବି ଘରେ ଆର୍ଥିକ୍ ସମସ୍ୟା ଲାଗି ରହିଥାଏ । ଏମିତି ବି, ଦେଖାଯାଏ ଯେ ସ୍ବାମୀ-ସ୍ତ୍ରୀ ଉଭୟ ଆୟ କରୁଥିଲେ ମଧ୍ଯ ଘରେ ଅଭାବ ଅନଟନ ଲାଗି ରହିଥାଏ । ତେବେ ଏହାର କାରଣ କ’ଣ? ଏହାର ମୁଖ୍ୟ କାରଣ ହେଉଛି ବାସ୍ତୁଦୋଷ । ଘରେ ବାସ୍ତୁଦୋଷ ଥିଲେ ଆୟଠାରୁ ବ୍ୟୟର ମାତ୍ରା ବଢିଯାଇଥାଏ । ଘରେ ଥିବା ବାସ୍ତୁଦୋଷ ଆର୍ଥିକ୍ ଦୂରାବସ୍ଥାର ମୁଖ୍ୟା କାରଣ ହୋଇଥାଏ । ତେଣୁ ଆସନ୍ତୁ ଜାଣିବା ଏଭଳି ବାସ୍ତୁଦୋଷକୁ କେମିତି ଦୂରେଇବେ। 

  • ଶୋଇବା ଘରର ବେଡ଼ ସାମ୍ନାରେ ଆଇନା ଥିଲେ

ଶୋଇବା ଘରର ବେଡ଼ ସମ୍ମୁଖରେ ଆଇନା ରଖିବା ଅନୁଚିତ୍ । ଏହା ବାସ୍ତୁଦୋଷର ବଡ଼ କାରଣ ଅଟେ । ଯଦି ଆପଣଙ୍କ ଶୋଇବା ଘରର ବେଡ଼ ସାମ୍ନାରେ ଆଇନା ଥାଏ, ତେବେ ଏହାକୁ ତୁରନ୍ତ କାଢି ଦିଅନ୍ତୁ । ବେଡ଼ ସାମ୍ନାରେ ଆଇନା ରହିଲେ ସ୍ବାମୀ-ସ୍ତ୍ରୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେବା ସହ ଘରେ ଅଶାନ୍ତି ଓ ଆର୍ଥିକ୍ ସମସ୍ୟା ଦେଖାଦେଇଥାଏ ।

  • ରୋଷେଇ ଘରର ଗୋଟିଏ ଦିଗରେ ଚୁଲି ଓ ପାଣି ଟ୍ୟାପ୍ ଥିଲେ

ଯଦି ରୋଷେଇ ଘରର ଗୋଟିଏ ଦିଗରେ ଚୁଲା ଓ ପାଣି ଟ୍ୟାପ୍ ଅଛି ତାହାଲେ ଏହା ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପକାଇଥାଏ । ଯଦି ଆପଣଙ୍କ ଘରେ ସମାନ ଦିଗରେ ଚୁଲା ଓ ପାଣି ଟ୍ୟାପ୍ ରହିଛି ତାହାଲା ଏହାକୁ ଶୀଘ୍ର ମରାମତି କରି ନିଅନ୍ତୁ । ସର୍ବଦା ରୋଷେଇ ଘରର ଦକ୍ଷିଣ ଦିଗରେ ଚୁଲି ରହିବା ଉଚିତ୍ ହୋଇଥାଏ । ଏହି ଦିଗରେ ଚୁଲି ରହିଲେ ପାରିବାରିକ ସମ୍ପର୍କ ମଧୁର ହେବା ସହ ଆର୍ଥିକ୍ ସମସ୍ୟା ଦୂର ହୋଇଥାଏ । 

  • ଘରର କବାଟ କିମ୍ବା ଝରକା ଭାଙ୍ଗି ଯାଇଥିଲେ

ଘରର କବାଟ କିମ୍ବା ଝରକା ଭାଙ୍ଗିଯାଇଥିଲେ ଏହାକୁ ତୁରନ୍ତ ବଦଳାଇ ନିଅନ୍ତୁ । ଏହା ମଧ୍ୟ ବାସ୍ତୁଦୋଷର କାରଣ ଅଟେ । ଝରକା ଓ କବାଟରୁ ଶବ୍ଦ ଆସିବା ଦ୍ୱାରା ନକରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ । ତେଣୁ ମଝିରେ ମଝିରେ କବାଟ ଓ ଝରକା କବଜାରେ ତେଲ ଦିଅନ୍ତୁ । 

  • ଘର ମଧ୍ଯଭାଗରେ ଓଜନିଆ ସାମଗ୍ରୀ ଥିଲେ

ଘରର ମଧ୍ଯ ଭାଗରେ ଓଜନିଆ ଜିନିଷ ରଖନ୍ତୁ ନାହିଁ । ଘରର ମଧ୍ଯ ଭାଗରେ ଓଜନିଆ ସାମଗ୍ରୀ ରହିବା ଦ୍ୱାରା ଘରର ମୁଖିଆଙ୍କ ମୁଣ୍ଡ ଉପରେ କରଜ ବୋଝ ବଢିଥାଏ । ଏହା ସକରାତ୍ମକ ଶକ୍ତି ପ୍ରବାହକୁ ମଧ୍ୟ ରୋକିଥାଏ । 

  • ମୁଖ୍ଯ ଦ୍ୱାର ସଫା ନଥିଲେ

ଘରର ସମ୍ମୁଖ ଭାଗକୁ ସବୁବେଳେ ସଫା ରଖନ୍ତୁ । ମୁଖ୍ଯ ଦ୍ୱାର ଆଗରେ ଯେମିତି କୌଣସି ଖୁଣ୍ଟ, ଗଛ କିମ୍ବା ବାଧ୍ୟା ନରୁହେ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ । ଘର ସମ୍ମୁଖ ଭାଗ ସଫା ନରହିଲେ ଲକ୍ଷ୍ମୀ ରୋଷ କରିଥାଆନ୍ତି ବୋଲି ବିଶ୍ୱାସ ରହିଛି । 

ଏହିସବୁ ଦିଗ ପ୍ରତି ଧ୍ଯାନ ଦେଲେ ଆପଣଙ୍କ ଘରେ ଆର୍ଥିକ ସମସ୍ୟା ରହିବନାହିଁ । ତେଣୁ ନିଜ ଘରେ ଏଭଳି କିଛି ସମସ୍ୟା ଅଛି କି ନାହିଁ ତାକୁ ଦେଖିନିଅନ୍ତୁ । 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)