ଏସବୁ ରାଶି ଉପରେ ପ୍ରଚୁର ଧନ ବର୍ଷା କରିବେ ଶନି ଦେବ, ମିଳିବ ବଡ଼ ସଫଳତା, ଅର୍ଥରେ ଭରିଯିବ ଘର!
Advertisement
Article Detail0/zeeodisha/odisha1511078

ଏସବୁ ରାଶି ଉପରେ ପ୍ରଚୁର ଧନ ବର୍ଷା କରିବେ ଶନି ଦେବ, ମିଳିବ ବଡ଼ ସଫଳତା, ଅର୍ଥରେ ଭରିଯିବ ଘର!

Shani Gochar 2023: ୨୦୨୩ ବର୍ଷର ଆରମ୍ଭରେ ଶନି ଗୋଚର କରିବାକୁ ଯାଉଛନ୍ତି । ୩୦ ବର୍ଷ ପରେ ଶନି ରାଶି ପରିବର୍ତ୍ତନ କରି ନିଜ ରାଶି କୁମ୍ଭରେ ପ୍ରବେଶ କରିବ । ଶନିଙ୍କ ଗୋଚର ୧୭ ଜାନୁୟାରୀ ୨୦୨୩ରେ ଘଟିବାକୁ ଯାଉଛି । ଶନିଙ୍କ ଏହି ରାଶି ପରିବର୍ତ୍ତନ କିଛି ରାଶି ଉପରେ ସାଢ଼େସାତୀ ଓ ଧାୟାକୁ ହଟାଇବ । ଅନ୍ୟ ପଟେ କିଛି ରାଶି ଉପରେ ସାଢ଼େସାତୀ ଓ ଧାୟା ଆରମ୍ଭ ହେବ । ଆସନ୍ତୁ ଜାଣିବା ଯେ ଶନି ଗୋଚର କେଉଁ ରାଶିର ବ୍ୟକ୍ତିଙ୍କ ପାଇଁ ବହୁତ ଶୁଭ ଫଳାଫଳ ଦେବ ।

ଏସବୁ ରାଶି ଉପରେ ପ୍ରଚୁର ଧନ ବର୍ଷା କରିବେ ଶନି ଦେବ, ମିଳିବ ବଡ଼ ସଫଳତା, ଅର୍ଥରେ ଭରିଯିବ ଘର!

Shani Gochar 2023: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଜୀବନ ଉପରେ ସବୁଠାରୁ  ଅଧିକ ପ୍ରଭାବ ଯେଉଁ ଗ୍ରହ ଗୁଡ଼ିକ ପକାଇଥାଏ, ସେଥି ମଧ୍ୟରୁ ଗୋଟିଏ ହେଉଛନ୍ତି ଶନି । ଶନି ଗ୍ରହ ସବୁଠାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଗୋଟିଏ ହିଁ ସ୍ଥିତିରେ ରହିଥାଏ ଓ କର୍ମ ଅନୁଯାୟୀ ଫଳ ଦେଇଥାଏ । ସେଥିପାଇଁ ଜ୍ୟୋତିଷ ଶାସ୍ତ୍ରରେ ଶନି ଗ୍ରହର ସ୍ଥିତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ୨୦୨୩ ବର୍ଷର ଆରମ୍ଭରେ ଶନି ଗୋଚର (Shani Gochar) କରିବାକୁ ଯାଉଛନ୍ତି । ୩୦ ବର୍ଷ ପରେ ଶନି ରାଶି ପରିବର୍ତ୍ତନ କରି ନିଜ ରାଶି କୁମ୍ଭରେ ପ୍ରବେଶ କରିବ । ଶନିଙ୍କ ଗୋଚର (Saturn Transit 2023) ୧୭ ଜାନୁୟାରୀ ୨୦୨୩ରେ ଘଟିବାକୁ ଯାଉଛି । ଶନିଙ୍କ ଏହି ରାଶି ପରିବର୍ତ୍ତନ କିଛି ରାଶି ଉପରେ ସାଢ଼େସାତୀ ଓ ଧାୟାକୁ ହଟାଇବ । ଅନ୍ୟ ପଟେ କିଛି ରାଶି ଉପରେ ସାଢ଼େସାତୀ ଓ ଧାୟା ଆରମ୍ଭ ହେବ । ଆସନ୍ତୁ ଜାଣିବା ଯେ ଶନି ଗୋଚର କେଉଁ ରାଶିର ବ୍ୟକ୍ତିଙ୍କ ପାଇଁ ବହୁତ ଶୁଭ ଫଳାଫଳ ଦେବ ।

ମେଷ ରାଶି

ଶନି ଗୋଚର (Saturn Transit 2023) ମେଷ ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ । କ୍ୟାରିୟରରେ ବଡ଼ ସଫଳତା ହାସଲ କରାଯାଇପାରେ । ଧନ ଲାଭ ହୋଇପାରେ । ସମ୍ପତ୍ତିରୁ ଲାଭ ହେବାର ଯୋଗ ସୃଷ୍ଟି ହେଉଛି । ବ୍ୟବସାୟୀଙ୍କ ଲାଭ ବୃଦ୍ଧି ପାଇବ । ମୋଟ ଉପରେ ବିଭିନ୍ନ ଉପାୟରେ ଟଙ୍କା ପାଇବା ସମ୍ଭାବନା ରହିବ ।

ବୃଷ ରାଶି

ଶନି ଗୋଚର (Shani Gochar 2023) ବୃଷ ରାଶିର ଲୋକ ମାନଙ୍କ ପାଇଁ ଭାଗ୍ୟ ଖୋଳିବ ବୋଲି ପ୍ରମାଣିତ ହେବ । ଧନୁ ରାଶି ଜାତକର ଲୋକ ମାନେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବା ଆରମ୍ଭ କରିବେ । ଅଦ୍ୟାବଧି ଯେଉଁ କାର୍ଯ୍ୟଗୁଡ଼ିକ ବନ୍ଦ ରହିଥିଲା କିମ୍ବା ଯେଉଁ ବାଧା ଦେଖାଦେଇଥିଲା, ସେଗୁଡ଼ିକ ସମାପ୍ତ ହେବ । ଜୀବନରେ ପ୍ରେମ, ଅର୍ଥ ଏବଂ ପ୍ରଗତିର ମାର୍ଗ ଖୋଲିବ ।

ଧନୁ ରାଶି

ଧନୁ ରାଶିର ଲୋକ ମାନଙ୍କ ପାଇଁ ଶନି ଗୋଚର (Shani Gochar) ସାଢ଼େସାତୀରୁ ମୁକ୍ତି ପ୍ରଦାନ କରିବ । ଯେଉଁ କାରଣରୁ ଦୀର୍ଘ ଦିନର ଟେନସନ, ସମସ୍ୟାରୁ ମୁକ୍ତି ମିଳିବ । କାର୍ଯ୍ୟରେ ସଫଳତା ମିଳିବ । ପୁରାତନ ରୋଗରୁ ମୁକ୍ତି ମିଳିବ । ମାନସିକ ଅସୁବିଧା ଦୂର ହେବ ।

ଅଧିକ ପଢ଼ନ୍ତୁ:-ନୂତନ ବର୍ଷରେ ପେନସନଭୋଗୀଙ୍କୁ ମିଳିଲା ବଡ଼ ଉପହାର, ପାଇବେ ଅଧିକ ପେନସନ

ଅଧିକ ପଢ଼ନ୍ତୁ:-କେତେ କୋଟି ଟଙ୍କାର ମାଲିକ ଋଷଭ ପନ୍ତ, ରହିଛି ଅନେକ ବିଳାସପୂର୍ଣ୍ଣ କାର ଓ ବଙ୍ଗଳା

ଅଧିକ ପଢ଼ନ୍ତୁ:-ରୋହିତ ଶର୍ମାଙ୍କ ହାତରେ ହିଁ ରହିବ ଟିମ୍ ଇଣ୍ଡିଆର କମାଣ, ଦିନିକଆ ବିଶ୍ୱକପ ୨୦୨୩ ପାଇଁ ଚୂଡ଼ାନ୍ତ ହେଲା ୨୦ ଖେଳାଳିଙ୍କ ନାମ

ଅଧିକ ପଢ଼ନ୍ତୁ:-IPL ୨୦୨୩ରୁ ଦୂରେଇ ରହିବ ରୋହିତ-କୋହଲି ଏବଂ ହାର୍ଦ୍ଦିକ! BCCI ବୈଠକରେ ବଡ଼ ନିଷ୍ପତ୍ତି

 

କୁମ୍ଭ ରାଶି

ଶନି ଗୋଚର (Shani Gochar) ମଧ୍ୟ କୁମ୍ଭ ରାଶିର ଲୋକଙ୍କୁ ବହୁତ ଲାଭ ଦେଇପାରେ । ଆପଣ ଏକ ନୂତନ ଚାକିରି ପାଇପାରିବେ । ବଡ଼ ସଫଳତା ହାସଲ ମିଳିପାରେ । ବ୍ୟବସାୟୀ ମାନେ ଏକ ବଡ଼ ଅର୍ଡର ପାଇପାରେ । ଜୀବନରେ ସୁଖ ରହିବ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଓ ବିଭିନ୍ନ ସୂଚନା ଉପରେ ଆଧାରିତ । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ ।)