Shani Gochar 2023: ଶନିଙ୍କ କୃପାରୁ ଦୀପାବଳି ପୂର୍ବରୁ ମାଲେମାଲ୍ ହେବେ ଏହି ତିନି ରାଶି
Advertisement
Article Detail0/zeeodisha/odisha1925687

Shani Gochar 2023: ଶନିଙ୍କ କୃପାରୁ ଦୀପାବଳି ପୂର୍ବରୁ ମାଲେମାଲ୍ ହେବେ ଏହି ତିନି ରାଶି

Shani Gochar 2023:  ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନିଦେବ (shani dev) ନଭେମ୍ବର ୪ ତାରିଖରେ ନିଜ ରାଶି ପରିବର୍ତ୍ତନ କରିବାକୁ ଯାଇଛନ୍ତି। ଅର୍ଥାତ୍ ଶନିଦେବ କୁମ୍ଭ ରାଶିରୁ ମେଷ ରାଶିକୁ ଚଳନ କରିବେ। ଶନିଙ୍କ ଏହି, ରାଶି ପରିବର୍ତ୍ତନ ତିନି ରାଶିକୁ ଶୁଭଫଳ ପ୍ରଦାନ କରିବ। ସେମାନଙ୍କ ଜୀବନରେ ବିରାଟ ପରିବର୍ତ୍ତନ ଆସିବ। ଧନଧାନ୍ୟରେ ସେମାନଙ୍କ ଜୀବନ ଭରିଯିବ।

Shani Gochar 2023: ଶନିଙ୍କ କୃପାରୁ ଦୀପାବଳି ପୂର୍ବରୁ ମାଲେମାଲ୍ ହେବେ ଏହି ତିନି ରାଶି

Shani Gochar 2023: ଏକ ନିର୍ଦ୍ଦିଷ୍ଟ ସମୟରେ ପ୍ରତ୍ୟକ ଗ୍ରହ ଏକ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରନ୍ତି ।  ଆଉ ଗ୍ରହ ମାନଙ୍କର ରାଶି ପରିବର୍ତ୍ତନ କିଛି ରାଶିକୁ (Zodiac signs) ଶୁଭଫଳ ପ୍ରଦାନ କରୁଥିବା ବେଳେ ଆଉ କିଛି ରାଶିକୁ ଅଶୁଭ ଫଳ ପ୍ରଦାନ କରିଥାଏ। ଏହି କ୍ରମରେ ଶନିଦେବ (shani dev)ମଧ୍ୟ ନିଜ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନିଦେବ (shani dev) ନଭେମ୍ବର ୪ ତାରିଖରେ  ନିଜ ରାଶି ପରିବର୍ତ୍ତନ କରିବାକୁ ଯାଇଛନ୍ତି। ଅର୍ଥାତ୍ ଶନିଦେବ କୁମ୍ଭ ରାଶିରୁ ମେଷ ରାଶିକୁ ଚଳନ କରିବେ। ଶନିଙ୍କ ଏହି, ରାଶି ପରିବର୍ତ୍ତନ ତିନି ରାଶିକୁ ଶୁଭଫଳ ପ୍ରଦାନ କରିବ। ସେମାନଙ୍କ ଜୀବନରେ ବିରାଟ ପରିବର୍ତ୍ତନ ଆସିବ। ଧନଧାନ୍ୟରେ ସେମାନଙ୍କ ଜୀବନ ଭରିଯିବ। 

Also Read: Today Horoscope: ଅଯଥା ଖର୍ଚ୍ଚ ବଢିବା ସହ ସାବଧାନ୍ ରୁହନ୍ତୁ ଏହି ରାଶିର ଲୋକେ, ଜାଣନ୍ତୁ କେମିତି କଟିବ ଆଜିର ଦିନ?

ମାଲେମାଲ୍ ହେବେ ଏହି ସବୁ ରାଶି:

ତୁଳା: ଶନିଦେବଙ୍କ କୃପାରୁ ଏହି ରାଶିର ଭାଗ୍ୟ ଚମକି ଉଠିବ।  ଏହି ରାଶିର ଲୋକମାନେ ସେମାନଙ୍କ କ୍ୟାରିଅରରେ ସଫଳତା ମିଳିବ । କାର୍ଯ୍ୟାଳୟରେ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି। ଆୟରେ ବୃଦ୍ଧି ଘଟିବ । ନିଜ ଜୀବନସାଥୀଙ୍କ ସହିତ ଭଲ ସମୟ ଅତିବାହିତ କରିବେ । କଳା, ଲେଖକ, ଗଣମାଧ୍ୟମ ସହିତ ଜଡିତ ଲୋକମାନେ ଖାସ୍ କରି ଏହି ଅବଧି ମଧ୍ୟରେ ବିଶେଷ ଲାଭ ପାଇବେ । ବିଦେଶୀ ଯାତ୍ରାର ଯୋଗ ରହିଛି । ନିଜ ସନ୍ତାନ ସନ୍ତତିମାନେ ଏହି ସମୟରେ ଭଲ ଚାକିରି ପାଇଁ ଅଫର ପାଇବେ। ବ୍ୟବସାୟରେ ଲାଭ ବଢିବ। ଏବଂ ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ। 

ମକର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ମକର ରାଶିର ଲୋକଙ୍କ ଉପରେ ଶନିଦେବଙ୍କ କୃପା ରହିବ। ଏହି ଲୋକମାନଙ୍କର ଜୀବନରେ ଲାଗି ରହିଥିବା ପୁରୁଣା ସମସ୍ୟାର ସମାଧାନ ହେବ । ପ୍ରଗତିର ରାସ୍ତା ଖୋଲିବ । ଆପଣଙ୍କର ଜୀବନରେ ଧନ, ସମୃଦ୍ଧତା ଏବଂ ସୁଖ ଆସିବ । ଆପଣଙ୍କର ପ୍ରେମ ଜୀବନ ଭଲ ହେବ । ଅଟକି ଥିବା ଟଙ୍କା ମିଳିବ । ଚାକିରିରେ ଅଗ୍ରଗତି ହେବ। କମ୍ପିଟେଟିଭ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀମାନେ ଶୁଭଫଳ ପାଇବେ।  ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିଛି।

ବୃଷ: ଶନି ଗୋଚର ବୃଷ ରାଶିର ଲୋକଙ୍କ ପାଇଁ ବରଦାନ ପ୍ରମାଣିତ ହେବ । ଭାଗିଦାରୀରେ ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ବହୁତ ଲାଭ ପାଇବେ । ଯେଉଁମାନେ ଚାକିରି କରୁଛନ୍ତି ସେମାନେ ଅଗ୍ରଗତି କରିବେ । ଜୀବନ ସାଥୀ ମଧ୍ୟ ଭଲ ହେବ । ଆର୍ଥିକ ଅବସ୍ଥା ଭଲ ହେବ । ପୌତୃକ ସମ୍ପତ୍ତିରୁ ଲାଭ ପାଇବେ। ଏହି ସମୟରେ ଆପଣ ନୂଆ ଘର କିଣିପାରନ୍ତି।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)