Mahashivratri 2024: ମହାଶିବରାତ୍ରୀ ଦିନ ଏହି ସମୟରେ କରନ୍ତୁ ପୂଜାର୍ଚ୍ଚନା, ପୂରା ହେବ ସମସ୍ତ ମନୋକାମନା!
Advertisement
Article Detail0/zeeodisha/odisha2142818

Mahashivratri 2024: ମହାଶିବରାତ୍ରୀ ଦିନ ଏହି ସମୟରେ କରନ୍ତୁ ପୂଜାର୍ଚ୍ଚନା, ପୂରା ହେବ ସମସ୍ତ ମନୋକାମନା!

Mahashivratri 2024: ଚଳିତ ବର୍ଷ ମହାଶିବରାତ୍ରୀ ପର୍ବ ମାର୍ଚ୍ଚ ୮ ରେ ପାଳନ କରାଯିବ। ଏହି ବ୍ରତ ଭଗବାନ ଶଙ୍କରଙ୍କୁ ସମର୍ପିତ। ମାନ୍ୟତା ଅନୁଯାୟୀ, ମହାଶିବରାତ୍ରୀ ଦିନ ମା’ପାର୍ବତୀ ଓ ଭଗବାନ ଶିବଙ୍କ ବିବାହ ହୋଇଥିଲା। ଏହି ଦିନ ବ୍ରତ ଉପବାସ କରିବା ଦ୍ୱାରା ମନୁଷ୍ୟର ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି। 

Mahashivratri 2024: ମହାଶିବରାତ୍ରୀ ଦିନ ଏହି ସମୟରେ କରନ୍ତୁ ପୂଜାର୍ଚ୍ଚନା, ପୂରା ହେବ ସମସ୍ତ ମନୋକାମନା!

Mahashivratri 2024: ମହାଶିବରାତ୍ରୀ ବ୍ରତର ଶାସ୍ତ୍ରରେ ଖୁବ ମହତ୍ତ୍ୱ ରହିଛି। ଏହି ବ୍ରତ ପ୍ରତ୍ୟେକ ବର୍ଷ ଫାଲଗୁଣ ମାସର କୃଷ୍ଣ ପକ୍ଷର ଚତୁର୍ଦଶୀ ତିଥିରେ ପାଳନ କରାଯାଏ। ଚଳିତ ବର୍ଷ ମହାଶିବରାତ୍ରୀ ପର୍ବ ମାର୍ଚ୍ଚ ୮ ରେ ପାଳନ କରାଯିବ। ଏହି ବ୍ରତ ଭଗବାନ ଶଙ୍କରଙ୍କୁ ସମର୍ପିତ। ମାନ୍ୟତା ଅନୁଯାୟୀ, ମହାଶିବରାତ୍ରୀ ଦିନ ମା’ପାର୍ବତୀ ଓ ଭଗବାନ ଶିବଙ୍କ ବିବାହ ହୋଇଥିଲା। ଏହି ଦିନ ବ୍ରତ ଉପବାସ କରିବା ଦ୍ୱାରା ମନୁଷ୍ୟର ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି। ମହାଶିବରାତ୍ରୀରେ ବ୍ରତ ରଖିବା ସମୟରେ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ।

ମହାଶିବରାତ୍ରୀ ଦିନ ଉପବାସ ରଖିବାର ମଧ୍ଯ ବିଶେଷ ମହତ୍ତ୍ୱ ରହିଛି । ବିଶ୍ୱାସ କରାଯାଏ, ଏହି ଦିନ ଉପବାସ କରିବା ସହ ରୀତିନୀତି ଅନୁଯାୟୀ ଶିବଲିଙ୍ଗର ପୂଜାର୍ଚ୍ଚନା କରିବା ଦ୍ବାରା ଭଗବାନ ଶିବ ପ୍ରସନ୍ନ ହୋଇଥାଆନ୍ତି। ସେହିପରି ଏହି ଦିନ ଶିବଲିଙ୍ଗ ଉପରେ ଜଳାଭିଷେକ କରିବାର ମଧ୍ଯ ବିଶେଷ ମହତ୍ତ୍ୱ ରହିଛି । ତେଣୁ ଆଜି ଆସନ୍ତୁ ଜାଣିବା ମହାଶିବରାତ୍ରୀ ଦିନ ଜଳାଭିଷେକ କରିବାର ଶୁଭ ସମୟ ଓ ପଦ୍ଧତି ବିଷୟରେ?

ଶୁଭ ସମୟ

ବୈଦିକ କ୍ୟାଲେଣ୍ଡର ଅନୁଯାୟୀ, ମହାଶିବତ୍ରୀ ଚଳିତ ବର୍ଷ ମାର୍ଚ୍ଚ ୮ରେ ପାଳନ କରାଯିବ ଓ ପରଦିନ ଅର୍ଥାତ୍ ମାର୍ଚ୍ଚ ୯ ସନ୍ଧ୍ୟା ୬:୧୭ ମିନିଟ୍ ରେ ଶେଷ ହେବ।

ପୂଜା ସମୟ

ଧାର୍ମିକ ବିଶ୍ୱାସ ଅନୁଯାୟୀ, ମହାଶିବରାତ୍ରୀ ଦିନ ଭଗବାନ ଶିବଙ୍କୁ ଚାରି ପ୍ରହର ପୂଜା କରାଯିବ।

ପ୍ରଥମ ପ୍ରହର ପୂଜା ମାର୍ଚ୍ଚ ୮ ସନ୍ଧ୍ୟା ୬:୨୯ ରୁ ୦୯:୩୦ ମଧ୍ୟରେ କରାଯିବ, ସେହିପରି ଦ୍ୱିତୀୟ ପ୍ରହର ପୂଜା ରାତି ୯:୩୦ରୁ ୧୨:୩୦ ପର୍ଯ୍ୟନ୍ତ । ତୃତୀୟ ପ୍ରହର ପୂଜା ମଧ୍ଯରାତ୍ରୀ ୧୨:୩୧ରୁ ୩:୩୪ ପର୍ଯ୍ୟନ୍ତ । ଚତୁର୍ଥ ପ୍ରହର ପୂଜା ସମୟ ଭୋର ୩:୩୪ରୁ ସକାଳ ୬:୩୭ ପର୍ଯ୍ୟନ୍ତ ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ମହାଶିବରାତ୍ରୀ ଦିନ ବ୍ରହ୍ମ ମୁହୂର୍ତ୍ତରୁ ଉଠି ସ୍ନାନ କରନ୍ତୁ। ଭଗବାନ ଶିବଙ୍କୁ ଧ୍ୟାନ କରିବା ପରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ । ପରେ, କ୍ଷୀର, କଦଳୀ, ମହୁ ଓ ଗଙ୍ଗା ଜଳରେ ଭଗବାନ ଶିବଙ୍କୁ ଅଭିଷେକ କରନ୍ତୁ । ଏହା ପରେ ଶିବଲିଙ୍ଗା ଉପରେ ଚନ୍ଦନ, ଫଳ, ଫୁଲ ଓ ନଡ଼ିଆ ଆଦି ଆର୍ପଣ କରନ୍ତୁ । ପରେ, ଘି ଦୀପ ଜାଳି ମହାଦେବଙ୍କ ଆଳତୀ କରନ୍ତୁ । ଶେଷରେ, ଫଳମୂଳ ଓ ବିଭିନ୍ନ ପ୍ରକାର ଭୋଗ ଅର୍ପଣ କରି ତାହାକୁ ଲୋକମାନଙ୍କ ମଧ୍ୟରେ ବଣ୍ଟନ କରନ୍ତୁ ।

 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ।)