Gold Price Today: ଆଜି ସୁନା କିଣିବାକୁ ପ୍ଲାନ୍ କରୁଛନ୍ତି କି? ଜାଣନ୍ତୁ ଭୁବନେଶ୍ବରରେ ୧୦ ଗ୍ରାମ୍ ପିଛା କେତେ ରହିଛି ଦର
Advertisement
Article Detail0/zeeodisha/odisha2220213

Gold Price Today: ଆଜି ସୁନା କିଣିବାକୁ ପ୍ଲାନ୍ କରୁଛନ୍ତି କି? ଜାଣନ୍ତୁ ଭୁବନେଶ୍ବରରେ ୧୦ ଗ୍ରାମ୍ ପିଛା କେତେ ରହିଛି ଦର

Gold Price Today: ଦେଶରେ ସୁନା ମୂଲ୍ୟ ହୁ ହୁ ହୋଇ ବଢିଚାଲିଛି। ଏହା ଚଳିତ ବର୍ଷ ରେକର୍ଡ଼ ଭାଙ୍ଗିଛି।  ଦର ବୃଦ୍ଧି ଗ୍ରାହକଙ୍କ ଚିନ୍ତା ବଢାଇ ଦେଇଛି।  ଯଦି ଆପଣ ଆଜି ସୁନା ଗହଣା କିଣିବାକୁ ଯୋଜନା କରୁଛନ୍ତି । ତେବେ, ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ଦର? 

Gold Price Today: ଆଜି ସୁନା କିଣିବାକୁ ପ୍ଲାନ୍ କରୁଛନ୍ତି କି? ଜାଣନ୍ତୁ ଭୁବନେଶ୍ବରରେ ୧୦ ଗ୍ରାମ୍ ପିଛା କେତେ ରହିଛି ଦର

Gold Price Today: ସୁନା ଦରରେ ଲାଗୁନି ବ୍ରେକ୍ ।  ସାରା ଦେଶରେ ସୁନା ମୂଲ୍ୟ ହୁ ହୁ ହୋଇ ବଢିଚାଲିଛି। ଏହା ଚଳିତ ବର୍ଷ ରେକର୍ଡ଼ ଭାଙ୍ଗିଛି।  ଦର ବୃଦ୍ଧି ଗ୍ରାହକଙ୍କ ଚିନ୍ତା ବଢାଇ ଦେଇଛି।  ଜଣେ ମଧ୍ୟବିତ ପରିବାରର ଲୋକେ ଏବେ ସୁନା ଗହଣା କିଣିବା ପାଇଁ ସାହାସ ବି କରିପାରୁ ନାହାଁନ୍ତି । ଗତକାଲି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ କମ୍ ଥିବା ବେଳେ ଆଜି ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି। ଯଦି ଆପଣ ଆଜି ସୁନା ଗହଣା କିଣିବାକୁ ଯୋଜନା କରୁଛନ୍ତି । ତେବେ, ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ଦର? 

ALSO READ: Petrol Diesel Price Today: ଗ୍ରାହକଙ୍କୁ ଝଟକା! ରାଜ୍ୟରେ ବଢିଲା ପେଟ୍ରୋଲ-ଡିଜେଲ ଦର

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୬,୬୧୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୨, ୬୬୦ ଟଙ୍କା ରହିଛି । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୨ ଓ ୨୪ କ୍ୟାରେଟ୍ ରେ ୧୦ ଟଙ୍କା ବୃଦ୍ଧି ପାଇଛି। ସେହିପରି, ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୬,୭୬୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୨,୮୧୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ  ୧୦ ଟଙ୍କା ବୃଦ୍ଧି ପାଇଛି। 

ଅନ୍ୟପଟେ, ମାୟାନଗରୀ ମୁମ୍ବାଇରେ  ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୬, ୬୧୦ ଟଙ୍କା ହୋଇଥିବା ବେଳେ  ୨୪ କ୍ୟାରେଟର ଦାମ୍ ୭୨ ,୬୬୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ବି ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଚେନ୍ନାଇ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୭,୩୧୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ମୂଲ୍ୟ ୧୦ ଗ୍ରାମ୍ ପିଛା ୭୩,୪୩୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟରେ ମାତ୍ର ୧୦ ଟଙ୍କା ବୃଦ୍ଧି ପାଇଛି।  ସେହିକ୍ରମରେ ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୬,୬୧୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ୧୦ ଗ୍ରାମ୍ ମୂଲ୍ୟ ୭୨ , ୬୬୦ ଟଙ୍କା ରହିଛି । ୨୨ ଓ ୨୪ କ୍ୟାରେଟରେ ମାତ୍ର ୧୦ ଟଙ୍କା ବୃଦ୍ଧି ପାଇଛି। ସେପଟେ ସୁନା ଦର କେଜି ପିଛା ୧୦୦ ଟଙ୍କା ହ୍ରାସ ହୋଇ ଦର ୮୬,୩୦୦ରେ ପହଞ୍ଚିଛି।