Bhaum Aditya Yoga: ବିଛା ରାଶିରେ ସୂର୍ଯ୍ୟ-ମଙ୍ଗଳଙ୍କ ଦୁର୍ଲଭ ସଂଯୋଗ ଫିଟାଇବ ୪ ରାଶିଙ୍କ ଭାଗ୍ୟ
Advertisement
Article Detail0/zeeodisha/odisha1970463

Bhaum Aditya Yoga: ବିଛା ରାଶିରେ ସୂର୍ଯ୍ୟ-ମଙ୍ଗଳଙ୍କ ଦୁର୍ଲଭ ସଂଯୋଗ ଫିଟାଇବ ୪ ରାଶିଙ୍କ ଭାଗ୍ୟ

Bhaum Aditya Yoga: ଗ୍ରହମାନଙ୍କର ଏହି ଚଳନ କେତେକ ରାଶି ଉପରେ ଭଲ ତ ଆଉ କେତେକ ରାଶି ଉପରେ ଖରାପ ପ୍ରଭାବ ପକାଇଥାଏ । ସୂର୍ଯ୍ୟ ୧୭ ନଭେମ୍ବରରେ ବିଛା ରାଶିରେ ପ୍ରବେଶ କରିଛନ୍ତି । ଫଳରେ ବିଛା ରାଶିରେ ସୂର୍ଯ୍ୟ ଓ ମଙ୍ଗଳଙ୍କ ସଂଯୋଗ ହେତୁ ଭୌମ ଆଦିତ୍ୟ ଯୋଗ ସୃଷ୍ଟି ହୋଇଛି। 

ସୌ(ସୋସିଆଲ ମିଡିଆ)

Bhaum Aditya Yoga: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସମସ୍ତ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି । ଗ୍ରହମାନଙ୍କର ଏହି ଚଳନ କେତେକ ରାଶି ଉପରେ ଭଲ ତ ଆଉ କେତେକ ରାଶି ଉପରେ ଖରାପ ପ୍ରଭାବ ପକାଇଥାଏ । ସୂର୍ଯ୍ୟ ୧୭ ନଭେମ୍ବରରେ ବିଛା ରାଶିରେ ପ୍ରବେଶ କରିଛନ୍ତି । ଫଳରେ ବିଛା ରାଶିରେ ସୂର୍ଯ୍ୟ ଓ ମଙ୍ଗଳଙ୍କ ସଂଯୋଗ ହେତୁ ଭୌମ ଆଦିତ୍ୟ ଯୋଗ ସୃଷ୍ଟି ହୋଇଛି। ସୂର୍ଯ୍ୟ ୧୬ ଡ଼ିସେମ୍ବର ଯାଏଁ ବିଛା ରାଶିରେ ଅବସ୍ଥାନ କରିବେ ।

ସେପଟେ ସୂର୍ଯ୍ୟ-ମଙ୍ଗଳଙ୍କ ଉପରେ ରାହୁ ଓ ଶନିଙ୍କ ପ୍ରଭାବ ରହିବ। ଏଭଳି ସ୍ଥିତିରେ ମଙ୍ଗଳ ଓ ସୂର୍ଯ୍ୟଙ୍କ ଦ୍ବାରା ସୃଷ୍ଟି ହୋଇଥିବା ଏହି ଦୁର୍ଲଭ ଯୋଗ ୪ଟି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ । ତେବେ ଆସନ୍ତୁ ଜାଣିବା କେଉଁ ରାଶି ପାଇଁ ମଙ୍ଗଳ ଓ ସୂର୍ଯ୍ୟଙ୍କ ଏହି ବିରଳ ସଂଯୋଗ ଶୁଭଫଳଦାୟୀ ରହିବ ।

ମେଷ ରାଶି- ସୂର୍ଯ୍ୟ ଓ ମଙ୍ଗଳଙ୍କ ମିଳନ ଯୋଗୁଁ ସୃଷ୍ଟି ହୋଇଥିବା ଏହି ଭୌମ ଆଦିତ୍ୟ ଯୋଗ ଶୁଭଫଳ ଦାୟୀ ଅଟେ। ଏହାର ଶୁଭ ପ୍ରଭାବ ଯୋଗୁଁ, ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ ବିଶେଷ ପରିବର୍ତ୍ତନ ଆସିବ । ଏହି ଅବଧି ମଧ୍ୟରେ ଚାକିରିରେ ପଦୋନ୍ନତି ସହ ଦରମା ବୃଦ୍ଧି ନେଇ ଯୋଗ ରହିଛି । ଜୀବନସାଥୀଙ୍କଠାରୁ ସମ୍ପୂର୍ଣ୍ଣ ସମର୍ଥନ ପାଇବେ । ଆର୍ଥିକ୍ ସମସ୍ୟା ଦୂର ହେବ । ବ୍ୟବସାୟ ଶ୍ରେଣୀର ଲୋକେ ଲାଭବାନ ହେବେ ।

ବୃଷ ରାଶି- ଭୌମ ଆଦିତ୍ୟ ଯୋଗର ଶୁଭ ପ୍ରଭାବ ଯୋଗୁଁ ବ୍ୟବସାୟରେ ଅଗ୍ରଗତି ହେବ । କଠିନ ପରିଶ୍ରମ କରି ପୂର୍ଣ୍ଣ ଲାଭ ପାଇବେ । ଆୟ ବୃଦ୍ଧି ହେବ । ପ୍ରେମ ସମ୍ପର୍କ ଉନ୍ନତ ହେବ । ପରିବାରରେ ସୁଖ ଶାନ୍ତିର ବାତାବରଣ ରହିବ । ମାନସିକ ଶାନ୍ତି ମିଳିବ । ସନ୍ତାନ ସନ୍ତତି ମାନଙ୍କଠାରୁ ସୁସମ୍ବାଦ ମିଳିବା ନେଇ ଯୋଗ ରହିଛି । ବିନିଯୋଗରୁ ଲାଭ ମିଳିବ।

ମିଥୁନ ରାଶି- ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବ୍ୟକ୍ତି ବିଶେଷ ଏହି ସମୟରେ ସୂର୍ଯ୍ୟ ଓ ମଙ୍ଗଳଙ୍କ ଆଶୀର୍ବାଦ ଦ୍ବାରା ସଫଳତା ହାସଲ କରିବେ । ଭାଗ୍ୟର ପୂର୍ଣ୍ଣ ସମର୍ଥନ ମିଳିବ । ବ୍ୟବସାୟରେ ଆର୍ଥିକ ଲାଭର ସମ୍ଭାବନା ରହିଛି । ସ୍ୱାସ୍ଥ୍ୟରେ ସକରାତ୍ମକ ପରିବର୍ତ୍ତନ ଦେଖାଯିବ। ପରିବାର ଲୋକଙ୍କ ସହ ସମ୍ପର୍କରେ ସୁଧାରତା ଆସିବ। ଦୂରସ୍ଥାନକୁ ଯାତ୍ରା ନେଇ ବାଟ ଫିଟିବ ।

ସିଂହ ରାଶି- ସିଂହ ରାଶିର ବ୍ୟକ୍ତି ବିଶେଷ ଏହି ବିରଳ ସଂଯୋଗର ବିଶେଷ ଲାଭ ପାଇବେ । ଏହି ଅବଧି ମଧ୍ୟରେ, ଜମି ସମ୍ବନ୍ଧୀୟ କାର୍ଯ୍ୟରେ ଆର୍ଥିକ ଲାଭ ମିଳିବ । ଚାକିରିରେ ପଦୋନ୍ନତି ନେଇ ଯୋଗ ରହିଛି । ପୈତୃକ ସମ୍ପତ୍ତିରୁ ଲାଭ ମିଳିବ । ସାମାଜରେ ମାନ ସମ୍ମାନ ବୃଦ୍ଧି ପାଇବ । ବ୍ୟବସାୟରେ ଉନ୍ନତି ହେବା ସହ ବିପୁଳ ଲାଭ ମିଳିବ । ଆୟ ବଢିବା ସହିତ ବୈବାହିକ ଜୀବନ ସୁଖମୟ ହେବ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)