Shukra Gochar 2024: ତିନି ରାଶି ଉପରେ ଧନର ବର୍ଷା କରିବେ ଶୁକ୍ର
Advertisement
Article Detail0/zeeodisha/odisha2140649

Shukra Gochar 2024: ତିନି ରାଶି ଉପରେ ଧନର ବର୍ଷା କରିବେ ଶୁକ୍ର

Shukra Gochar 2024: ଜ୍ୟୋତିଶ ଶାସ୍ତ୍ର ଅନୁସାରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ରାଶି ପରିବର୍ତ୍ତନ କରିଥାଆନ୍ତି । ଏହି କ୍ରମରେ , ମାର୍ଚ୍ଚ ପ୍ରଥମ ସପ୍ତାହରେ ମଧ୍ୟ ଶୁକ୍ର ଶନିଦେବଙ୍କ ପ୍ରିୟ ରାଶି କୁମ୍ଭକୁ ମାର୍ଚ୍ଚ ୭ ତାରିଖ ସକାଳ ୧୦.୧୦ ମିନିଟ୍ ସମୟରେ ଚଳନ କରିବେ।  ତେବେ, ଆସନ୍ତୁ ଜାଣିବା କେଉଁ ରାଶିଙ୍କୁ ଶୁଭଫଳ ପ୍ରଦାନ କରିବେ ଶୁକ୍ର।...

Shukra Gochar 2024: ତିନି ରାଶି ଉପରେ ଧନର ବର୍ଷା କରିବେ ଶୁକ୍ର

Shukra Gochar 2024: ଜ୍ୟୋତିଶ ଶାସ୍ତ୍ର ଅନୁସାରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ରାଶି ପରିବର୍ତ୍ତନ କରିଥାଆନ୍ତି । ଏହି କ୍ରମରେ , ମାର୍ଚ୍ଚ ପ୍ରଥମ ସପ୍ତାହରେ ମଧ୍ୟ ଶୁକ୍ର ଶନିଦେବଙ୍କ ପ୍ରିୟ ରାଶି କୁମ୍ଭକୁ ମାର୍ଚ୍ଚ ୭ ତାରିଖ ସକାଳ ୧୦.୧୦ ମିନିଟ୍ ସମୟରେ ଚଳନ କରିବେ। ଶୁକ୍ରଙ୍କୁ (venus) ପ୍ରେମ, ସମ୍ପର୍କ, ସୌନ୍ଦର‌୍ୟ୍ୟ ଏବଂ ଆନନ୍ଦର କାରଣ ବୋଲି ବିବେଚନା କରାଯାଏ । ଏହି ଗ୍ରହର ଶୁଭ ସ୍ଥିତି ଜୀବନରେ ଭଲ ଫଳାଫଳ ଦେଇଥାଏ । ଅନ୍ୟପକ୍ଷରେ, ଯେତେବେଳେ ଶୁକ୍ରଙ୍କ (shukra gochar 2023) ଅବସ୍ଥା ଖରାପ ହୁଏ, ସେତେବେଳେ ଜଣେ ବ୍ୟକ୍ତିଙ୍କୁ ଅନେକ ଉତ୍ଥାନପତନର ସମ୍ମୁଖୀନ ହେବାକୁ ପଡେ । ତେବେ, ଆସନ୍ତୁ ଜାଣିବା କେଉଁ ରାଶିଙ୍କୁ ଶୁଭଫଳ ପ୍ରଦାନ କରିବେ ଶୁକ୍ର।...

ALSO READ: Venus Mars Conjunction: ମଙ୍ଗଳ-ଶୁକ୍ରଙ୍କ କୃପାରୁ ଧନୀ ହେବେ ଏହି ୪ ରାଶି!

ଧନୀ ହେବେ ଏହି ସବୁ ରାଶି:

ତୁଳା ରାଶି: ଚଳିତ ମାସ ୭ ତାରିଖରୁ ତୁଳା ରାଶିଙ୍କ ଜୀବନରେ ବିରାଟ ପରିବର୍ତ୍ତନ ଆସିବ। ଶୁକ୍ରଙ୍କ ଆର୍ଶିବାଦ କାରଣରୁ ପ୍ରତ୍ୟକ କ୍ଷେତ୍ରରେ ଶୁଭଫଳ ପାଇବେ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ଠାରୁ ପୂର୍ଣ୍ଣ ସମର୍ଥନ ପାଇବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ନୂତନ ଚାକିରି ଅଫର ବି ଆପଣଙ୍କୁ ମିଳିପାରେ। ବ୍ୟବସାୟୀ ମାନଙ୍କ ଲାଗି ସମୟ ଅନୁକୂଳ ରହିଛି। 

କୁମ୍ଭ ରାଶି: କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ଶୁକ୍ରଙ୍କ ଚଳନ ବେଶ୍ ଲାଭଦାୟୀ ରହିବ। ଚାକିରି ଖୋଜୁଥିବା ଲୋକମାନେ ଭଲ ଖବର ପାଇପାରନ୍ତି । ନୂତନ ଆୟର ଉତ୍ସ ସୃଷ୍ଟି ହେବ। ଏହି ଅବଧି ମଧ୍ୟରେ ଆକସ୍ମିକ୍ ଧନ ଲାଭ ନେଇ ଯୋଗ ରହିଛି । ପାରିପାରିକ ସମ୍ପର୍କରେ ମଧୁରତା ଆସିବ । ଚାକିରିରେ ପଦୋନ୍ନତି ନେଇ ଯୋଗ ରହିଛି । ଜମିଜମା ସମ୍ବନ୍ଧୀୟ କାର୍ଯ୍ୟରେ ଲାଭ ମିଳିବ। ବ୍ୟବସାୟରେ ବଡ଼ ଡିଲ ହେବା ନେଇ ଯୋଗ ରହିଛି ।

ମୀନ ରାଶି:  ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ପ୍ରଦାନ କରିବେ ଶୁକ୍ର। ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ସମୟ ଭଲ ରହିଛି। ପୁରୁଣା ବିନିଯୋଗରୁ ଭଲ ଲାଭ ପାଇବେ। କର୍ମକ୍ଷେତ୍ରରେ ଆପଣଙ୍କ କାର୍ଯ୍ୟକୁ ନେଇ ବରିଷ୍ଠ ଅଧିକାରୀ ପ୍ରଂଶସା କରିପାରନ୍ତି। ଦିର୍ଘ ଦିନର ଆଶା ପୂରଣ ହେବ। ପୁରୁଣା ରୋଗରୁ ମୁକ୍ତି ମିଳିବ। କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ

​(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)