Akshaya Tritiya 2023: ଅକ୍ଷୟ ତୃତୀୟାରେ ଭୁଲରେ ମଧ୍ଯ କରନ୍ତୁ ନାହିଁ ଏହିସବୁ କାମ, ନଚେତ୍ ମାଡ଼ି ବସିବ ଆର୍ଥିକ ସଙ୍କଟ!
Advertisement
Article Detail0/zeeodisha/odisha1662973

Akshaya Tritiya 2023: ଅକ୍ଷୟ ତୃତୀୟାରେ ଭୁଲରେ ମଧ୍ଯ କରନ୍ତୁ ନାହିଁ ଏହିସବୁ କାମ, ନଚେତ୍ ମାଡ଼ି ବସିବ ଆର୍ଥିକ ସଙ୍କଟ!

Akshaya Tritiya 2023: ଅକ୍ଷୟ ତୃତୀୟା ଏହିପରି ଅନେକ କାର୍ଯ୍ୟ ରହିଛି ଯାହା ଅକ୍ଷୟ ତୃତୀୟା ଦିନ ଭୁଲରେ ମଧ୍ୟ କରାଯିବା ଉଚିତ୍ ନୁହେଁ । ଏସବୁ କାମ କରିବା ଦ୍ବାରା ଧନର ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇଥାଆନ୍ତି । ଫଳରେ ଘରକୁ ଦ୍ରାରିତା ମାଡ଼ି ବସିଥାଏ ।  ଆସନ୍ତୁ ସେ ନେଇ ଆଲୋଚନା କରିବା ।

 

ସୌ(ସୋସିଆଲ ମିଡିଆ)

Akshaya Tritiya 2023: ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ବୈଶାଖ ମାସ ଶୁକ୍ଲ ପକ୍ଷ ତୃତୀୟା ତିଥିରେ ଏହା ପାଳନ କରାଯାଏ । ଏହି ଦିନ ବିନା କୌଣସି ଶୁଭ ମୁହୁର୍ତ୍ତରେ ବିବାହ ପରି ଶୁଭ କାର୍ଯ୍ୟ କରାଯାଇପାରିବ । ଏହି ଦିନ ସୁନା, ରୂପା ଓ ଅନ୍ୟାନ୍ୟ ମୂଲ୍ୟବାନ ଜିନିଷ କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ । ଦୁର୍ଭାଗ୍ୟକୁ ଭାଗ୍ୟରେ ପରିଣତ କରିବା ଲାଗି ଅକ୍ଷୟ ତୃତୀୟାକୁ ସର୍ବୋତ୍ତମ ଦିନ ଭାବରେ ବିବେଚନା କରାଯାଇଥାଏ । କୁହାଯାଏ, ଏହି ଦିନରେ କରାଯାଇଥିବା କୌଣସି କାର୍ଯ୍ୟ ଫଳପ୍ରଦ ଓ ଶୁଭ ବୋଲି ବିବେଚନା କରାଯାଇଥାଏ । ତେଣୁ ଯେଉଁ ଲୋକମାନଙ୍କୁ ଘର ପ୍ରତିଷ୍ଠା, ବିବାହ ଭଳି କାର୍ଯ୍ୟ ପାଇଁ ଶୁଭ ସମୟ ମିଳିନଥାଏ , ସେମାନେ ଅକ୍ଷୟ ତୃତୀୟା ଦିନ ଏହି ସମସ୍ତ ଶୁଭ କାର୍ଯ୍ୟ କରିଥାଆନ୍ତି । ଶାସ୍ତ୍ରରେ କୁହାଯାଇଛି, ଏହିପରି ଅନେକ କାର୍ଯ୍ୟ ରହିଛି ଯାହା ଅକ୍ଷୟ ତୃତୀୟା ଦିନ ଭୁଲରେ ମଧ୍ୟ କରାଯିବା ଉଚିତ୍ ନୁହେଁ । ଏସବୁ କାମ କରିବା ଦ୍ବାରା ଧନର ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇଥାଆନ୍ତି । ଫଳରେ ଘରକୁ ଦ୍ରାରିତା ମାଡ଼ି ବସିଥାଏ ।  ଆସନ୍ତୁ ସେ ନେଇ ଆଲୋଚନା କରିବା ।

  • ଅକ୍ଷୟ ତୃତୀୟା ଦିନ ସ୍ନାନ ନକରି ତୁଳସୀ ଗଛକୁ ଛୁଇଁବା ଆଦୌ ଉଚିତ୍ ନୁହେଁ। ତୁଲସୀ ଭଗବାନ ବିଷ୍ଣୁଙ୍କ ଅତ୍ୟନ୍ତ ପ୍ରିୟ ହୋଇଥାଏ । ତେଣୁ ଶୌଚ ନ ହୋଇ ତୁଳସୀ ଗଛକୁ ଛୁଇଁବା ଦ୍ବାରା ଭଗବାନ ବିଷ୍ଣୁଙ୍କ ସହିତ ମାଆ ଲକ୍ଷ୍ମୀ ମଧ୍ଯ କ୍ରୋଧିତ ହୋଇଥାଆନ୍ତି । ସେଥିପାଇଁ ଏହି ଦିନ ସ୍ନାନ ନକରି ତୁଳସୀ ଗଛକୁ ଛୁଇଁବା ଉଚିତ୍ ନୁହେଁ ।
  • ଅକ୍ଷୟ ତୃତୀୟା ଦିନ ଘର ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ । ଯେଉଁ ଘରେ ମଇଳା ହୋଇଥାଏ ସେଠାରେ ମାଆ ଲକ୍ଷ୍ମୀ ବାସ କରନ୍ତି ନାହିଁ । ଫଳରେ ଘରର ଆର୍ଥିକ ସ୍ଥିତି ଦୋହଲି ଯାଇଥାଏ । ତେଣୁ ଏହି ଦିନ ଘରକୁ ପରିଷ୍କାର କରି ରଖିବା ଉଚିତ୍।
  • ଅକ୍ଷୟ ତୃତୀୟାରେ ଠାକୁର ଘର ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍। ମାଆ ଲକ୍ଷ୍ମୀଙ୍କୁ ପୂଜା କରିବା ସମୟରେ ସ୍ୱଚ୍ଛତା ଓ ଶୁଦ୍ଧତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପୂଜା ପୂର୍ବରୁ ପୂଜା ସ୍ଥାନ ସଠିକ୍ ଭାବରେ ସଫା କରାଯିବା ଉଚିତ୍ ।
  • ଅକ୍ଷୟ ତୃତୀୟା ଦିନ ସୁନା ଓ ରୂପା କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ କିନ୍ତୁ ଏହିଦିନ ପ୍ଲାଷ୍ଟିକ୍, ଲୁହା କିମ୍ବା ଆଲୁମିନିୟମ୍ ନିର୍ମିତ ଜିନିଷ ଖାସ କରି ବାସନ କିଣିବା ଉଚିତ୍ ନୁହେଁ । ଏହିସବୁ ଜିନିଷ କିଣିବା ଦ୍ବାରା ରାହୁଙ୍କ କୋପ ଦୃଷ୍ଟି ପଡ଼ିଥାଏ । ଏହି ଜିନିଷ ଘରକୁ ଆଣିବା ଦ୍ବାରା ନକରାତ୍ମକତା ବଢିବା ସହ ଘରେ ଦ୍ରାରିଦତା ବଢିଥାଏ ।
  • ଅକ୍ଷୟ ତୃତୀୟା ଦେବୀ ଲକ୍ଷ୍ମୀଙ୍କୁ ସମର୍ପିତ କରାଯାଇଥାଏ । ଏହି ଦିନ ଲୁଣ, ପିଆଜ, ରସୁଣ, ମାଂସ ଓ ମଦ୍ୟପାନ ଭୁଲରେ ମଧ୍ଯ କରିବା ଉଚିତ୍ ନୁହେଁ ।
  • ଏହି ଦିନ ଦାନ ଦକ୍ଷିଣାର ବିଶେଷ ମହତ୍ତ୍ବ ରହିଛି । ଅକ୍ଷୟ ତୃତୀୟାରେ କରାଯାଇଥିବା ଦାନର ପୁଣ୍ୟ କେବେ କ୍ଷୟ ହୁଏନାହିଁ । କୌଣସି ଅଭାବୀ ବ୍ୟକ୍ତିଙ୍କୁ ଆଜି କବାଟରୁ ଖାଲି ହାତରେ ପଠାନ୍ତୁ ନାହିଁ ।

Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।