ଝିଅମାନେ ବ୍ରେଷ୍ଟ କ୍ୟାନସରର ଶିକାର ହେବା ପଛରେ ଅଛି ଦାୟିତ୍ୱହୀନତା
Advertisement
Article Detail0/zeeodisha/odisha1917492

ଝିଅମାନେ ବ୍ରେଷ୍ଟ କ୍ୟାନସରର ଶିକାର ହେବା ପଛରେ ଅଛି ଦାୟିତ୍ୱହୀନତା

ପ୍ରତିବର୍ଷ ଅକ୍ଟୋବର ମାସକୁ ‘ବ୍ରେଷ୍ଟ୍ କ୍ୟାନସର ଆୱାରନେସ୍ ମଂଥ୍’ ଭାବେ ପାଳନ କରାଯାଏ । ଏହାର ଉଦ୍ଦେଷ୍ଯ ହେଉଛି ଲୋକଙ୍କ ମଧ୍ଯରେ ବ୍ରେଷ୍ଟ କ୍ୟାନସରକୁ ନେଇ ସଚେତନତା ସୃଷ୍ଟି କରିବା । ଉଭୟ ମହିଳା ଓ ପୁରୁଷଙ୍କୁ ବ୍ରେଷ୍ଟ କ୍ୟାନସର ହୋଇଥାଏ  କିନ୍ତୁ ମହିଳାଙ୍କ କ୍ଷେତ୍ରରେ ଏହାର ହାର ଅଧିକ । 

SOCIAL MEDIA

ପ୍ରତିବର୍ଷ ଅକ୍ଟୋବର ମାସକୁ ‘ବ୍ରେଷ୍ଟ୍ କ୍ୟାନସର ଆୱାରନେସ୍ ମଂଥ୍’ ଭାବେ ପାଳନ କରାଯାଏ । ଏହାର ଉଦ୍ଦେଷ୍ଯ ହେଉଛି ଲୋକଙ୍କ ମଧ୍ଯରେ ବ୍ରେଷ୍ଟ କ୍ୟାନସରକୁ ନେଇ ସଚେତନତା ସୃଷ୍ଟି କରିବା। ଉଭୟ ମହିଳା ଓ ପୁରୁଷଙ୍କୁ ବ୍ରେଷ୍ଟ କ୍ୟାନସର ହୋଇଥାଏ  କିନ୍ତୁ ମହିଳାଙ୍କ କ୍ଷେତ୍ରରେ ଏହାର ହାର ଅଧିକ । ଠିକ ସମୟରେ ଯଦି ବ୍ରେଷ୍ଟକ୍ୟାନସରକୁ ଚିହ୍ନଟ କରାଯାଏ ତେବେ ମୃତ୍ୟୁର ଆଶଙ୍କା କମିଯାଏ । ଏହି କ୍ୟାନସର ଆଶଙ୍କା ଆନୁବଂଶିକ,ଜୀବନଶୈଳୀ ଓ ପରିବେଶ ଗତ ହୋଇଥାଏ । ତେବେ ଆଜିର ଜୀବନଶୈଳୀ ବ୍ରେଷ୍ଟ କ୍ୟାନସର ମାମଲା ବଢିବା ପଛର ବଡ଼ କାରଣ । ଅନେକ ସମୟରେ ଅଜାଣତରେ ନୁହେଁ ଜାଣତରେ ହିଁ ଝିଅମାନେ ବ୍ରେଷ୍ଟ କ୍ୟାନସରର ଶିକାର ହୋଇଥାନ୍ତି । ଆସନ୍ତୁ ଜାଣିବା ଏଭଳି କିଛି କାରଣ ଯାହା ଜାଣିକରି ମଧ୍ଯ ଝିଅ ମାନେ ତାକୁ ନଜର ଅନ୍ଦାଜ କରନ୍ତି ଓ ବ୍ରେଷ୍ଟ କ୍ୟାନସରର ଶିକାର ହୁଅନ୍ତି ।

ମେଦବହୁଳତା
ସନ୍ତୁଳିତ ଆହାର ଓ ନିୟମିତ ଶାରିରିକ ବ୍ୟୟାମ ଦ୍ୱାରା ସଠିକ ଓଜନ ରଖାଯାଇପାରେ। ଉତ୍ତମ ସ୍ୱାସ୍ଥ୍ଯ ପାଇଁ ଶରିରର ଓଜନ ଗୁରୁତ୍ୱପୂର୍ଣ୍ଣ। ମେଦବହୁଳତାର ଶିକାର ହେଲେ ବ୍ରେଷ୍ଟ୍ କ୍ୟାନସର ଆଶଙ୍କା ବଢିଯାଏ। ତେଣୁ ସବୁବେଳେ ବ୍ୟୟାମ କରନ୍ତୁ।

ଜଙ୍କ୍ ଫୁଡ୍ ଓ ଚିନି
ପ୍ରୋସେସଡ୍ ଫୁଡ୍,ଚିନି ଯୁକ୍ତ ଖାଦ୍ୟ, ଡ୍ରିଙ୍କସ ଓଜନ ବଢାଇଥାଏ। ସ୍ତନକ୍ୟାନସର ବିପଦ ମଧ୍ଯ ଏମାନଙ୍କ ପାଇଁ ବଢିଥାଏ। ଫଳ,ତାଜା ପରିବା ଓ ଲିନ୍ ପ୍ରୋଟିନରେ ଭରପୁର ଖାଦ୍ୟ ବ୍ରେଷ୍ଟ କ୍ୟାନସର ଆଶଙ୍କାକୁ ଦୁରେଇଥାଏ। ତେଣୁ ଜଙ୍କ୍ ଫୁଡକୁ ନା କହି ଜୀବନକୁ ବାଛନ୍ତୁ।

ସେହିଭଳି ଧୂମପାନ ମଧ୍ଯ ସ୍ତନ କ୍ୟାନସରର ଆଉ ଏକ କାରଣ। ଧୂମପାନ ଛାଡିବା ଦ୍ୱାରା କେବଳ ସ୍ତନକ୍ୟାନସର ନୁହେଁ ବାକି କ୍ୟାନସର ଆଶଙ୍କା ମଧ୍ଯ କମ ହୋଇଥାଏ।

ସ୍ତନପାନ ନକରାଇବା
ଯେଉଁ ମହିଳା ମାନେ ଅଧିକ ସମୟ ଧରି ସ୍ତନପାନ କରାନ୍ତି ସେମାନେ ସ୍ତନକର୍କଟର ଶିକାର ହେବାର ଆଶଙ୍କା କମ ଥାଏ। ଯେଉଁମାନେ ସ୍ତନପାନ କରାନ୍ତି ନାହିଁ ସେମାନଙ୍କଠାରେ ସ୍ତନ କର୍କଟର ଆଶଙ୍କା ଟିକେ ଅଧିକ ବଢିଯାଇଥାଏ।

ହର୍ମୋନ୍ ରିପ୍ଲେସମେଣ୍ଟ୍ ଥେରାପି(HRT)
କିଛି ହର୍ମୋନ୍ ରିପ୍ଲେସମେଣ୍ଟ୍ ଥେରାପି ଯେମିତି ଏଷ୍ଟ୍ରୋଜନ ଓ ପ୍ରଜୋଷ୍ଟିନକୁ ମିଶାଉଥିବା ଥେରାପିର ଲମ୍ବା ଅବଧି ପର୍ଯ୍ୟନ୍ତ ବ୍ୟବହାର,ସ୍ତନ କ୍ୟାନସର ଆଶଙ୍କାକୁ ବଢାଇଥାଏ । ଯଦି ଆପଣ ରଜୋନିବୃତ୍ତି ଲକ୍ଷଣ ପାଇଁ ଏଚଆରଟି କରିବା ଲାଗି ବିଚାର କରୁଛନ୍ତି ତେବେ ନିଜ ଡାକ୍ତରଙ୍କ ସହିତ ଏହାର ସମ୍ଭାବିତ ବିପଦ ଓ ଲାଭ ଉପରେ ଆଲୋଚନା କରନ୍ତୁ ।

ଦିନସାରା ବସି ରହିବା ଓ ବ୍ୟୟାମ ନକରିବା
ଗତିହୀନ ଜୀବନଶୈଳୀ ଯେଉଁଥିରେ କୌଣସି ଶାରିରିକ ପରିଶ୍ରମ ନଥାଏ ସେ କ୍ଷେତ୍ରରେ ସ୍ତନକର୍କଟର ଆଶଙ୍କା ବଢିଯାଏ । ନିୟମିତ ଭାବେ ଶାରିରିକ ଗତିବିଧି ଯେମିତି ସାଇକେଲିଂ,ଜୋରରେ ଚାଲିବା,ଜଗିଂ କିମ୍ବା ସନ୍ତରଣ କରନ୍ତୁ । ଏହା ସ୍ତନକର୍କଟର ଆଶଙ୍କା ଦୁରେଇ ଥାଏ ।

ନିୟମିତ ଯାଂଚ ନକରିବା
ନିୟମିତ ଭାବେ ସ୍ତନ କର୍କଟର ଯାଂଚ,ଯେମିତି ମେମୋଗ୍ରାମ ଓ କ୍ଲିନିକାଲ ସ୍ତନ ପରୀକ୍ଷଣ ମାଧ୍ଯମରେ ସ୍ତନ କର୍କଟର ଚିହ୍ନଟ ହୋଇଥାଏ । ନିୟମିତ ପରୀକ୍ଷଣ ଦ୍ୱାରା ଶୀଘ୍ର ସନ୍ଦେହ ଦୁର ହୁଏ ଓ ଯାଂଚରୁ ସତ ଜଣା ପଡିବା ପରେ ଚିକିତ୍ସା ଆରମ୍ଭ ହୁଏ । ବିଳମ୍ବରେ ସ୍ତନ କର୍କଟ ଚିହ୍ନଟ ମାରାତ୍ମକ ହୋଇଥାଏ।