Samantha Ruth Prabhu: ବିବାହ ଡ୍ରେସର ହାଲତ୍ ଏମିତି କରିଦେଲେ ସାମନ୍ଥା, ଫ୍ୟାନ୍ସ କହିଲେ...
Advertisement
Article Detail0/zeeodisha/odisha2223119

Samantha Ruth Prabhu: ବିବାହ ଡ୍ରେସର ହାଲତ୍ ଏମିତି କରିଦେଲେ ସାମନ୍ଥା, ଫ୍ୟାନ୍ସ କହିଲେ...

Samantha Ruth Prabhu: ଆପଣଙ୍କର ମନେ ଥିବ ସାଉଥ୍ ଅଭିନେତ୍ରୀ ସାମନ୍ଥା ଋଥୁ ପ୍ରଭୁ ନିଜ ବିବାହ ଦୁଇଟି ଧର୍ମର ରୀତିନୀତିକୁ ନେଇ କରିଥିଲେ। ଗୋଟିଏ ଖ୍ରୀଷ୍ଟିଆନ ରୀତିନୀତି ସହ ଅନ୍ୟଟି ତେଲୁଗୁ ରୀତିନୀତିରେ ବିବାହ କରିଥିଲେ। ହେଲେ କିଛି ବର୍ଷ ପରେ ଯେମିତି ଏହି ଦମ୍ପତିଙ୍କ ବିବାହକୁ କାହାର ନଜର ଲାଗିଯାଇଥିଲା।

 

Samantha Ruth Prabhu: ବିବାହ ଡ୍ରେସର ହାଲତ୍ ଏମିତି କରିଦେଲେ ସାମନ୍ଥା, ଫ୍ୟାନ୍ସ କହିଲେ...

Samantha Ruth Prabhu: ଗୋଟିଏ ଝିଅ ପାଇଁ ବିବାହ ପୋଷାକ ତାଙ୍କ ପାଇଁ ହୃଦୟର ଅତି ନିକଟତର। ବିବାଦ ଦିନର ପୋଷାକ ଅତ୍ୟନ୍ତ ଖାସ୍ ହୋଇଥାଏ। କିନ୍ତୁ ଛାଡପତ୍ର ପରେ ସେହି ପୋଷାକର କୌଣସି ଅର୍ଥ ନଥାଏ। ଏଭଳି ପରିସ୍ଥିତିରେ ସାଉଥ୍ ଅଭିନେତ୍ରୀ ସାମନ୍ଥା ଋଥୁ ପ୍ରଭୁ (Samantha Ruth Prabhu) ବିବାହ ପୋଷାକକୁ କିପରି ନୂଆ ସ୍ମୃତିରେ ପରିଣତ କରିବେ ତାହାର ଏକ ନୂତନ ଉଦାହରଣ ଦେଇଛନ୍ତି। ଅଭିନେତ୍ରୀ ସାମନ୍ଥା ନିଜ ବିବାହ ଡ୍ରେସ ର ସ୍ମୃତି କୁ ଏକ ନୂଆ ରୂପ ଦେଇଛନ୍ତି। 

ଆପଣଙ୍କର ମନେ ଥିବ ସାଉଥ୍ ଅଭିନେତ୍ରୀ ସାମନ୍ଥା ଋଥୁ ପ୍ରଭୁ ନିଜ ବିବାହ ଦୁଇଟି ଧର୍ମର ରୀତିନୀତିକୁ ନେଇ କରିଥିଲେ। ଗୋଟିଏ ଖ୍ରୀଷ୍ଟିଆନ ରୀତିନୀତି ସହ ଅନ୍ୟଟି ତେଲୁଗୁ ରୀତିନୀତିରେ ବିବାହ କରିଥିଲେ। ହେଲେ କିଛି ବର୍ଷ ପରେ ଯେମିତି ଏହି ଦମ୍ପତିଙ୍କ ବିବାହକୁ କାହାର ନଜର ଲାଗିଯାଇଥିଲା। ୨୦୧୭ ରେ ଗୋଆରେ ବିବାହ କରିଥିବା ସାମନ୍ଥା ଓ ନାଗା ଚୈତନ୍ୟ (Naga Chaitanya) ଅଫିସିଆଲି ୨୦୨୧ ରେ ପରସ୍ପର ପରସ୍ପରଠୁ ଅଲଗା ହୋଇଯାଇଥିଲେ। ତେବେ ଖ୍ରୀଷ୍ଟିଆନ ରୀତିନୀତି ବିବାହ ସମୟରେ ଯେଉଁ ପୋଷାକ ପିନ୍ଧିଥିଲେ ସାମନ୍ଥା ସେହି ପୋଷାକକୁ ଏକ ନୂଆ ଲୁକ୍ ଦେଇଛନ୍ତି ସାମନ୍ଥା । ଯାହାକୁ ନେଇ ବେଶ ଚର୍ଚ୍ଚା ଚାଲିଛି।

fallback

ସାମନ୍ଥା ଋଥୁ ପ୍ରଭୁ ନିଜ ବିବାହ ର ସ୍ମୃତି କୁ ପୁରୁଣା ପେଟିରୁ ଖୋଲି ଏହାକୁ ଏକ ନୂଆ ଲୁକ୍ ଦେଇଛନ୍ତି। ଯାହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ସାମନ୍ଥା ଋଥୁ ପ୍ରଭୁଙ୍କ ବିବାହ(Samantha Ruth Prabhu Marriage) ପୋଷାକକୁ ଫ୍ୟାଶନ ଡିଜାଇନର୍ କ୍ରେଶା ବଜାଜ ଏକ ନୂଆ ଲୁକ୍ ଦେଇଛନ୍ତି। ଏକ ଆୱାର୍ଡ ଫଙ୍କସନ ପାଇଁ, ଡିଜାଇନର୍ ସାମନ୍ଥାଙ୍କ ବିବାହ ପୋଷାକରୁ ଏକ ଉତ୍କୃଷ୍ଟ ଏବଂ ଚମତ୍କାର ପୋଷାକ ତିଆରି କରିଛନ୍ତି। କ୍ରେଶା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ନିଜ ଧଳା ବିବାହ ପୋଷାକରୁ ଏକ ସୁନ୍ଦର କଳା ରଙ୍ଗର ପୋଷାକ ତିଆରି କରିଛନ୍ତି। ଏହା ବ୍ୟତୀତ ସାମନ୍ଥା ଏହି ପୋଷାକରେ ଚିତ୍ର ମଧ୍ୟ ସେୟାର କରିଛନ୍ତି।

ଫଟୋ ସେୟାର କରିବାବେଳେ 'ସିଟାଡେଲ୍ ଇଣ୍ଡିଆ' ସାମନ୍ଥା କ୍ୟାପସନରେ  ଲେଖିଛନ୍ତି,(Samantha Ruth Prabhu Caption) "ମୁଁ ଆଜି ଯେଉଁ ପୋଷାକ ପିନ୍ଧିଛି ତାହା ମୋ ହୃଦୟର ଅତି ନିକଟ ଅଟେ। ଏହା କ୍ରେଶା ବଜାଜଙ୍କ ଦ୍ୱାରା ପୁନଃ ନିର୍ମାଣ କରାଯାଇଛି। ତଥାପି ଅନେକ ଲୋକ ଅନୁଭବ କରିପାରନ୍ତି ଯେ ଏଥିରେ କିଛି ଫରକ ପଡ଼ିବ ନାହିଁ। " ସାମନ୍ଥା ଆହୁରି ଲେଖିଛନ୍ତି, "ମୁଁ ଆପଣଙ୍କୁ ନିଶ୍ଚିତ କରୁଛି ଯେ ମୋର ଅଭ୍ୟାସକୁ ବଦଳାଇବା ଏବଂ ମୋ ଜୀବନଶୈଳୀକୁ ଅଧିକ ସ୍ଥାୟୀ କରିବା ପାଇଁ ମୁଁ ନେଉଥିବା ଅନେକ ପଦକ୍ଷେପ ମଧ୍ୟରୁ ମୋର ପୁରୁଣା ପୋଷାକକୁ ପୁନଃ ବ୍ୟବହାର କରିବା। ପ୍ରତ୍ୟେକ ଛୋଟ ଇଶାରା, ପ୍ରତ୍ୟେକ ଛୋଟ କାର୍ଯ୍ୟ ଆବଶ୍ୟକ।"

Also Read: Cancer Causing Masala: EU ପାଇଲା ବଡ଼ ପ୍ରମାଣ, କ୍ୟାନସର ବଢାଉଛି ଏହି ୫୨୭ ଖାଦ୍ୟ ଉତ୍ପାଦ