Ollywood News: ୫୧ ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ଚଳଚ୍ଚିତ୍ର "ରାମ୍"
Advertisement
Article Detail0/zeeodisha/odisha1924230

Ollywood News: ୫୧ ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ଚଳଚ୍ଚିତ୍ର "ରାମ୍"

ବହୁ ପ୍ରତିକ୍ଷୀତ ଓଡ଼ିଆ ଚଳଚ୍ଚିତ୍ର ରାମ୍ (RAM) ସାରା ଓଡିଶାର ୫୧ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି l କିଛି ବର୍ଷର ବିରତି ପରେ ଅରିନ୍ଦମଙ୍କ ଫିଲ୍ମ ପରଦାକୁ ଆସିଥିବାରୁ ପ୍ରେକ୍ଷାଳୟ ସାମ୍ନାରେ ଫ୍ୟାନଙ୍କର ବହୁତ ଭିଡ଼ ଜମିଥିଲା l ପ୍ରଥମେ କଟକରେ ବୃନ୍ଦାବନ ଓ ଭୁବନେଶ୍ବର ଠାରେ ସ୍ତୁତି ରାମର ପ୍ରିମିୟର ହୋଇଥିଲା । ରାମ୍ ରେ ଓଲିଉଡ଼ର ଦୁଇ

Ollywood News: ୫୧ ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ଚଳଚ୍ଚିତ୍ର "ରାମ୍"

Ollywood News: ବହୁ ପ୍ରତିକ୍ଷୀତ ଓଡ଼ିଆ ଚଳଚ୍ଚିତ୍ର ରାମ୍ (RAM) ସାରା ଓଡିଶାର ୫୧ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି l କିଛି ବର୍ଷର ବିରତି ପରେ ଅରିନ୍ଦମଙ୍କ ଫିଲ୍ମ ପରଦାକୁ ଆସିଥିବାରୁ ପ୍ରେକ୍ଷାଳୟ ସାମ୍ନାରେ ଫ୍ୟାନଙ୍କର ବହୁତ ଭିଡ଼ ଜମିଥିଲା l ପ୍ରଥମେ କଟକରେ ବୃନ୍ଦାବନ ଓ ଭୁବନେଶ୍ବର ଠାରେ ସ୍ତୁତି ରାମର ପ୍ରିମିୟର ହୋଇଥିଲା । ରାମ୍ ରେ ଓଲିଉଡ଼ର ଦୁଇ ମେଗା ଆକ୍ସନ ଷ୍ଟାର ଅରିନ୍ଦମ ଏବଂ ଅନୁଭବ ନଜର ଆସିଥିବାରୁ ପ୍ରଥମ ଦିନରେ ଓଡ଼ିଶାର ପ୍ରାୟ ସବୁ ପ୍ରେକ୍ଷାଳୟ ଫୁଲ୍ ଥିଲା l ତାଙ୍କ ସହିତ ବଲିଉଡ ତଥା ଟଲିଉଡର ଦୁର୍ଦ୍ଦାନ୍ତ ଖଳନାୟକ ଅଭିନେତା ରାହୁଲ ଦେବ ଅଭିନୟ କରିଛନ୍ତି l ଅରିନ୍ଦମଙ୍କ ସହିତ ବାଙ୍ଗୀୟ ସୁନ୍ଦରୀ ନାୟିକା ରୁପ୍ସାଙ୍କ ଯୋଡି ବେଶ ଆକର୍ଶିତ କରିଛି ଦର୍ଶକକୁ l ସହ କଳାକାର ଭାବେ ଓଲିଉଡ଼ର ଅନେକ ଅଭିଜ୍ଞ ଅଭିନେତାଙ୍କୁ ବେଶ ଭଲ ବ୍ରେକ୍ ମିଳିଛି ଚଳଚ୍ଚିତ୍ର ରାମ୍ ରେ l

ନିର୍ଦ୍ଦେଶକ ଅଶୋକ ପତିଙ୍କ ଦମଦାର ନିର୍ଦ୍ଦେଶନା ଯୁବପିଢ଼ିଙ୍କୁ ବେଶ ପ୍ରଭାବିତ କରିଛି l ଆକ୍ସନ ସାଙ୍ଗକୁ ରୋମାନ୍ସ, କମେଡି ସାଙ୍ଗକୁ ଟ୍ରାଜେଡି ଭରପୁର ରହିଛି ରାମ୍ ରେ l ରତ୍ନା ବ୍ୟାନରର ଚତୁର୍ଥ ଅବଦାନ ତଥା ଅରିନ୍ଦମ ରୟଙ୍କ ପ୍ରଯୋଜିତ ରାମ୍ ଚଳଚ୍ଚିତ୍ର ଏକ ବିଗ ବଜେଟର ଚଳଚ୍ଚିତ୍ର l ଗୀତଗୁଡିକୁ ସଙ୍ଗୀତରେ ସଜାଡିଛନ୍ତି ଯୁବ ସଙ୍ଗୀତ ନିର୍ଦ୍ଦେଶକ ଅସଦ ନିଜାମ ଏବଂ ଲିଙ୍କନ l ଦଶହରା ବଜାରରେ ୩ ଟି ଓଡ଼ିଆ ଚଳଚ୍ଚିତ୍ର ଆସିଥିବା ବେଳେ ଦର୍ଶକ ରାମ୍ କୁ ଢେର ଭଲ ପାଇବା ଦେଉଥିବା ପରିଲକ୍ଷିତ ହେଉଛି l

Also Read- House Rent on Credit Card: ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ନଥିଲେ କ୍ରେଡିଟ୍ କାର୍ଡରେ ଦିଅନ୍ତୁ ଘର ଭଡା

Also Read- Navratri 2023: ନବରାତ୍ରୀ ସମୟରେ କେଉଁ ସ୍ୱପ୍ନ କଣ ସଂଙ୍କେତ ଦେଇଥାଏ? ଜାଣନ୍ତୁ..