Shubman Gill Sara: ସମ୍ପର୍କକୁ ମିଳିଲା ଗ୍ରୀନ ସିଗନାଲ୍! ଶୁଣନ୍ତୁ କ’ଣ କହିଲେ ସାରା ଅଲ୍ଲୀ
Advertisement
Article Detail0/zeeodisha/odisha1947325

Shubman Gill Sara: ସମ୍ପର୍କକୁ ମିଳିଲା ଗ୍ରୀନ ସିଗନାଲ୍! ଶୁଣନ୍ତୁ କ’ଣ କହିଲେ ସାରା ଅଲ୍ଲୀ

Shubman Gill Sara: ନିକଟରେ 'କଫି ୱିଥ୍ କରନ୍ ସିଜନ୍ ୮' ତୃତୀୟ ଏପିସୋଡ଼ର ପ୍ରମୋ ସାମ୍ନାକୁ ଆସିଛି । କରଣଙ୍କ ସୋ’ର ପରବର୍ତ୍ତୀ ଅତିଥି ହେଉଛନ୍ତି ବି-ଟାଉନର ଦୁଇ ସୁନ୍ଦରୀ ଅର୍ଥାତ୍ ସାରା ଅଲ୍ଲୀ ଖାନ୍ (Sara ali khan) ଓ ଅନନ୍ୟା ପାଣ୍ଡେ (Ananya Panday) । ଉଭୟ ସୋ’ରେ ଅନେକ ରାଜ ଉପରୁ ପରଦା ହଟାଇବାକୁ ଯାଉଛନ୍ତି । 

ସୌ(ସୋସିଆଲ ମିଡିଆ)

Shubman Gill Sara: କରଣ ଜୋହରଙ୍କ ଲୋକପ୍ରିୟ ଟକ୍ ସୋ 'କଫି ୱିଥ୍ କରନ୍ ସିଜନ୍ ୮' (koffee with karan season 8) ଆରମ୍ଭ ହୋଇଛି । ଏପର୍ଯ୍ୟନ୍ତ ଶୋ’ର ଦୁଇଟି ଏପିସୋଡ୍ ଷ୍ଟ୍ରିମ୍ ହୋଇଥିବା ବେଳେ ତୃତୀୟ ଏପିସୋଡ଼କୁ ଅପେକ୍ଷା କରିଛନ୍ତି ଦର୍ଶକ । ନିକଟରେ 'କଫି ୱିଥ୍ କରନ୍ ସିଜନ୍ ୮' ତୃତୀୟ ଏପିସୋଡ଼ର ପ୍ରମୋ ସାମ୍ନାକୁ ଆସିଛି । କରଣଙ୍କ ସୋ’ର ପରବର୍ତ୍ତୀ ଅତିଥି ହେଉଛନ୍ତି ବି-ଟାଉନର ଦୁଇ ସୁନ୍ଦରୀ ଅର୍ଥାତ୍ ସାରା ଅଲ୍ଲୀ ଖାନ୍ (Sara ali khan) ଓ ଅନନ୍ୟା ପାଣ୍ଡେ (Ananya Panday) । ଉଭୟ ସୋ’ରେ ଅନେକ ରାଜ ଉପରୁ ପରଦା ହଟାଇବାକୁ ଯାଉଛନ୍ତି । ନିକଟରେ ଏହି ଏପିସୋଡ଼ର ମିନି ପ୍ରମୋ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସାରା ଶୁଭମନ ଗିଲଙ୍କ ପ୍ରେମ ସମ୍ପର୍କ ଉପରୁ ପରଦା ହଟାଉଥିବା ଦେଖିବାକୁ ମିଳିଛି।

କାହାକୁ ଡ଼େଟ କରୁଛନ୍ତି ଶୁଭମନ ଗିଲ୍?

ବାସ୍ତବରେ କରଣ ଜୋହର ନିଜ ଇନଷ୍ଟାଗ୍ରାମରେ 'କଫି ୱିଥ୍ କରନ୍ ସିଜନ ୮’ ତୃତୀୟ ଏପିସୋଡ଼ର ପ୍ରୋମୋ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ସେ ସାରା ଅଲ୍ଲୀ ଖାନ୍ ଓ ଅନନ୍ୟା ପାଣ୍ଡେଙ୍କ ସହ କଥାବାର୍ତ୍ତା ହୋଇଥିବା ନଜର ଆସିଛନ୍ତି। ସେହି ଭିଡିଓରେ କରଣ ସାରାଙ୍କୁ ଶୁବମନ ଗିଲଙ୍କ ସହ ଡେଟିଂ ନେଇ ଉଠିଥିବା ଗୁଜବ ନେଇ ପ୍ରଶ୍ନ କରୁଥିବା ଦେଖିବାକୁ ମିଳିଛି । ଏହାର ଉତ୍ତର ଦେବାକୁ ଯାଇ ଅଭିନେତ୍ରୀ କହିଛନ୍ତି - ଆପଣ ଭୁଲ ସାରାକୁ ଆଣିଛନ୍ତି କରଣ... ଯାହା ପରେ ଅଭିନେତ୍ରୀ ହସି ହସି କହୁଛନ୍ତି – ସାରା ଦୁନିଆ ଭୁଲ୍ ସାରା ପଛରେ ପଡ଼ିଛନ୍ତି ।

 

 
 
 
 

 
 
 
 
 
 
 
 
 
 
 

A post shared by Karan Johar (@karanjohar)

ପ୍ରକାଶ ଥାଉ କି, ପୂର୍ବରୁ ଭାରତୀୟ ଷ୍ଟାର କ୍ରିକେଟର ଶୁଭମନ ଗିଲ (Shubman Gill) ଓ ସାରା ଅଲ୍ଲୀ ଖାନ୍ ପରସ୍ପରକୁ ଡେଟ୍ କରୁଥିବା ନେଇ ଖବର ସାମ୍ନାକୁ ଆସିଥିଲା । ଏହା ପରେ ଶୁଭମନଙ୍କ ନାମ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କ (Sara Tendulkar) ସହ ଯୋଡ଼ା ଯାଇଥିଲା। ଅନେକ ଥର ସାରା ତେନ୍ଦୁକୁଲର ଶୁଭମନଙ୍କ ସହ ସିକ୍ରେଟ୍ ଡ଼େଟ୍ ରେ ଯାଇ ସ୍ପଟ୍ ହୋଇଛନ୍ତି । ନିକଟରେ ସାରା ତେନ୍ଦୁଲକରଙ୍କୁ ଗିଲଙ୍କୁ ବିଶ୍ବକପ ମ୍ୟାଚ୍ ବେଳେ ଚିୟର କରୁଥିବା ଦେଖିବାକୁ ମିଳିଥିଲା। ଗିଲଙ୍କ ଅର୍ଦ୍ଧ ଶତକ ପରେ ସାରା ଛିଡା ହୋଇ ତାଲି ମରିଥିବା ଦେଖିବାକୁ ମିଳିଥିଲା । ତେବେ ସାରା ଅଲ୍ଲୀ ଖାନ୍ ଙ୍କ (Sara ali khan) ଏହି ବୟାନ ପରେ ଗିଲ୍ ଓ ସାରା ତେନ୍ଦୁଲକର ପରସ୍ପରକୁ ଡ଼େଟ କରୁଥିବା ଏକପ୍ରକାର ସ୍ପଷ୍ଟ ହୋଇଛି ।