ଆରପାରିରେ ଅଭିନେତ୍ରୀ ପବିତ୍ରା ଜୟରାମ, ସଡ଼କ ଦୁର୍ଘଟଣାରେ ମୃତ୍ୟୁ
Advertisement
Article Detail0/zeeodisha/odisha2245239

ଆରପାରିରେ ଅଭିନେତ୍ରୀ ପବିତ୍ରା ଜୟରାମ, ସଡ଼କ ଦୁର୍ଘଟଣାରେ ମୃତ୍ୟୁ

ଲୋକପ୍ରିୟ ଟିଭି ଅଭିନେତ୍ରୀ ପବିତ୍ରା ଜୟରାମଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି । ଏକ କାର୍ ଦୁର୍ଘଟଣାରେ ପ୍ରାୟ ହରାଇଛନ୍ତି ଅଭିନେତ୍ରୀ । ପବିତ୍ରାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସମଗ୍ର ମନୋରଞ୍ଜନ ଜଗତ ସ୍ତବ୍ଧ ହୋଇଯାଇଛି । ପ୍ରଶଂସକଙ୍କ ମନରେ ଗଭୀର ଦୁଃଖ ପହଞ୍ଚିଛି ।

ଆରପାରିରେ ଅଭିନେତ୍ରୀ ପବିତ୍ରା ଜୟରାମ, ସଡ଼କ ଦୁର୍ଘଟଣାରେ ମୃତ୍ୟୁ

ନୂଆଦିଲ୍ଲୀ: ଲୋକପ୍ରିୟ ଟିଭି ଅଭିନେତ୍ରୀ ପବିତ୍ରା ଜୟରାମଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି । ଏକ କାର୍ ଦୁର୍ଘଟଣାରେ ପ୍ରାୟ ହରାଇଛନ୍ତି ଅଭିନେତ୍ରୀ । ପବିତ୍ରାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସମଗ୍ର ମନୋରଞ୍ଜନ ଜଗତ ସ୍ତବ୍ଧ ହୋଇଯାଇଛି । ପ୍ରଶଂସକଙ୍କ ମନରେ ଗଭୀର ଦୁଃଖ ପହଞ୍ଚିଛି ।

ସୂଚନା ମୁତାବକ, ଆନ୍ଧ୍ରପ୍ରଦେଶ ମହେବୁବା ନଗର ରାସ୍ତାରେ ଘଟିଥିଲା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ବସ୍ ସହିତ କାର୍ ନିୟନ୍ତ୍ରଣ ହରାଇ ଧକ୍କା ହେବା ସହ ଡିଭାଇଡରରେ ପିଟି ହୋଇଥିଲା । ଘଟଣାସ୍ଥଳରେ ହିଁ ପବିତ୍ରାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ପବିତ୍ରା କର୍ଣ୍ଣାଟକ ମାଣ୍ଡ୍ୟା ହାନାକେରେ ଅଞ୍ଚଳକୁ ଯାଉଥିବା ସମୟରେ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଏହି ଦୁର୍ଘଟଣାରେ ଅନ୍ୟ ୩ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ତେଲଗୁ ଟେଲିଭିଜନ ଜଗତର ଚର୍ଚ୍ଚିତ ଚେହେରା ଥିଲେ ପବିତ୍ରା । ନିଜର ସୌନ୍ଦର୍ଯ୍ୟ ଏବଂ ଅଭିନୟର ଜଲୱାରେ ଦର୍ଶକଙ୍କ ହୃଦୟକୁ ସହଜରେ ଛୁଇଁବାରେ ସକ୍ଷମ ହୋଇଥିଲେ । ଖାସ୍ କରି ‘ଟ୍ରିନୟାନୀ’ ସିରିଜରେ ତିଳୋତ୍ତମା ଭୂମିକାରେ ଦର୍ଶକେ ତାଙ୍କୁ ଖୁବ ପସନ୍ଦ କରିଥିଲେ । ସେହି ଚରିତ୍ର ତାଙ୍କୁ ଅଧିକ ଲୋକପ୍ରିୟତା ଦେଇଥିଲା ।

Also Read- ପୋଷା କୁକୁରକୁ ଖୁଆଇଲେ ନିଶା ବିସ୍କୁଟ୍, ଘରୁ ଚୋରି କଲେ ସୁନା ଏବଂ ଟଙ୍କା

Also Read- Shani Nakshatra Parivartan 2024: ଆଜିଠୁ ବଦଳିବ ୩ ରାଶିର ଭାଗ୍ୟ, ମିଳିବ ଟଙ୍କା !