Kamal Haasan Birthday: ଗୋଟିଏ ଫିଲ୍ମରେ ୧୦ଟି ଭୂମିକାରେ ନଜର ଆସିଥିଲେ କମଲ ହାସନ୍, ଦେଖନ୍ତୁ ଫଟୋ
Advertisement
Article Detail0/zeeodisha/odisha1948588

Kamal Haasan Birthday: ଗୋଟିଏ ଫିଲ୍ମରେ ୧୦ଟି ଭୂମିକାରେ ନଜର ଆସିଥିଲେ କମଲ ହାସନ୍, ଦେଖନ୍ତୁ ଫଟୋ

Kamal Haasan Birthday: ଅଭିନେତା ହେବା ସହ ସେ ଏକାଧାରାରେ ଜଣେ ଗାୟକ, ନିର୍ଦ୍ଦେଶକ, ଲେଖକ ଓ ନିର୍ମାତା ମଧ୍ୟ ଅଟନ୍ତି। ନିଜ କ୍ୟାରିୟର ଭିତରେ ସେ ଅନେକ ସାଉଥ ଫିଲ୍ମ ସହ ହିନ୍ଦୀ ସିନେମାରେ ମଧ୍ଯ କାମ କରିଛନ୍ତି। ଗୋଟିଏ ସିନେମାରେ ୧୦ଟି ଚରିତ୍ରରେ ଅଭିନୟ କରି ଅଭିନେତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ଆଜି ହେଉଛି କମଲ ହାସନଙ୍କ ଜନ୍ମଦିନ ।

ସୌ(ସୋସିଆଲ ମିଡିଆ)

Kamal Haasan Birthday: କମଲ ହାସନଙ୍କୁ (Kamal Haasan) କିଏ ବା ନ ଜାଣେ । ସାଉଥ ଇଣ୍ଡଷ୍ଟ୍ରିର (South industry) ମଲଟି ସୁପରଷ୍ଟାର ଭାବେ ସେ ବେଶ ପରିଚିତ । ଅଭିନେତା ହେବା ସହ ସେ ଏକାଧାରାରେ ଜଣେ ଗାୟକ, ନିର୍ଦ୍ଦେଶକ, ଲେଖକ ଓ ନିର୍ମାତା ମଧ୍ୟ ଅଟନ୍ତି। ନିଜ କ୍ୟାରିୟର ଭିତରେ ସେ ଅନେକ ସାଉଥ ଫିଲ୍ମ ସହ ହିନ୍ଦୀ ସିନେମାରେ ମଧ୍ଯ କାମ କରିଛନ୍ତି। ଗୋଟିଏ ସିନେମାରେ ୧୦ଟି ଚରିତ୍ରରେ ଅଭିନୟ କରି ଅଭିନେତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ଆଜି ହେଉଛି କମଲ ହାସନଙ୍କ ଜନ୍ମଦିନ ।

କମଲ ହାସନ ନିଜ ଚଳଚ୍ଚିତ୍ରରେ ପରଫେକ୍ସନ୍ ପାଇଁ ବେଶ ଜଣାସୁଣା । ନିଜ ଲୁକ୍ କୁ ନେଇ ସେ ପ୍ରାୟତଃ ଏକ୍ସପେରିମେଣ୍ଟ କରିଥାଆନ୍ତି । 'ଚାଚି 420' (Chachi 420), 'ବିଶ୍ୱରୂପମ୍' (Vishwaroopam) ଓ 'ଇଣ୍ତିଆନ୍' (Indian) ଭଳି ଅନେକ ଚଳଚ୍ଚିତ୍ରରେ ଅଭିନେତାଙ୍କ ଚତ୍ମକାର ଅଭିନୟ ଦେଖିବାକୁ ମିଳିଥିଲା । ଏବେ ସେହି ଚଳଚ୍ଚିତ୍ର ବିଷୟରେ ଆଲୋଚନା କରିବା, ଯେଉଁଥିରେ ସେ ଗୋଟିଏ ନୁହେଁ ବରଂ ୧୦ଟି ଚରିତ୍ରରେ ଅଭିନୟ କରିଥିଲେ । ସେହି ସିନେମାର ନାମ ହେଉଛି 'ଦଶଭଥାରାମ୍' (Dasavathaaram) । ଏଥିରେ କମଲ ହାସନ ହିରୋ ଠାରୁ ଆରମ୍ଭ କରି ଭିଲେନ୍ ପର୍ଯ୍ୟନ୍ତ ଅନେକ ସପୋଟିଭ୍ ରୋଲରେ ଅଭିନୟ କରିଥିଲେ ।

fallback

୨୦୦୮ ମସିହାରେ ରିଲିଜ ହୋଇଥିବା ଏହି ଫିଲ୍ମ ଆଉ ଏକ ରେକର୍ଡ ମଧ୍ୟ କରିଥିଲା। ମିଡିଆ ରିପୋର୍ଟ ଅନୁଯାୟୀ, ୬୦ କୋଟି ବଜେଟ୍ ରେ ନିର୍ମାତ ହୋଇଥିବା ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ୨୦୦ କୋଟି ବ୍ୟବସାୟ କରିଥିଲା। ଏହା ପ୍ରଥମ ତାମିଲ ଚଳଚ୍ଚିତ୍ର ଅଟେ ଯାହା ବକ୍ସ ଅଫିସରେ ଏତେ ରୋଜଗାର କରିଥିଲା ​​।

ଅଭିନେତାଙ୍କୁ ଶେଷ ଥର ପାଇଁ ଫିଲ୍ମ 'ବିକ୍ରମ'ରେ (Vikram) ଦେଖିବାକୁ ମିଳିଥିଲା। ୬୮ ବର୍ଷୀୟ କମଲ ହାସନ ଏଥିରେ ଜବରଦସ୍ତ ଅଭିନୟ କରିଥିଲେ । ଚଳଚ୍ଚିତ୍ରଟି ୪୦୦ କୋଟିରୁ ଅଧିକ ବ୍ୟବସାୟ କରିଥିଲା ​​। ୨୦୨୪ରେ କମଲ ହାସନଙ୍କୁ 'କଲକି ୨୮୯୮ ଏଡ଼ି'ରେ (Kalki 2898 AD ) ନଜର ଆସିବେ । ପ୍ରଭାସଙ୍କ ଅଭିନୀତ ଏହି ଚଳଚ୍ଚିତ୍ରରେ କମଲ ହାସନ ଭିଲେନ୍ ଭୂମିକାରେ ନଜର ଆସିବେ। ଏହା ବ୍ୟତୀତ ଅଭିନେତାଙ୍କର ଫିଲ୍ମ 'ଇଣ୍ଡିଆନ୍ ୨' ମଧ୍ୟ ଆସନ୍ତା ବର୍ଷ ରିଲିଜ ହେବ ।

Also Read-Entertainment News: କାହିଁକି ଏଯାଏ ବାହା ହୋଇନାହାନ୍ତି ଅନୁଷ୍କା, କେବଳ ପ୍ରଭାସ ନୁହେଁ ଏହି ଡାଇରେକ୍ଟରଙ୍କ ସହ...