ବିମାନରେ NSA ଅଜିତ ଡୋଭାଲଙ୍କୁ ଭେଟିଲେ କଙ୍ଗନା, ଫଟୋ ସେୟାର କରି କହିଲେ...
Advertisement
Article Detail0/zeeodisha/odisha1928983

ବିମାନରେ NSA ଅଜିତ ଡୋଭାଲଙ୍କୁ ଭେଟିଲେ କଙ୍ଗନା, ଫଟୋ ସେୟାର କରି କହିଲେ...

Bollywood News: ଫିଲ୍ମର ପ୍ରମୋସନ ପାଇଁ କଙ୍ଗନା ବିମାନରେ ଯାତ୍ରା କରୁଥିବାବେଳେ ହଠାତ୍ NSA ଅଜିତ ଡୋଭାଲଙ୍କୁ ଭେଟିଥିଲେ, ଯେଉଁଥିରେ ଅଭିନେତ୍ରୀ ବହୁତ ଖୁସି ହୋଇଥିଲେ । କଙ୍ଗନା ଅଜିତ ଡୋଭାଲଙ୍କ ସହ ତାଙ୍କର କିଛି ଫଟୋ ସେୟାର କରି କହିଥିଲେ ଯେ, ସେ ଏହା ତାଙ୍କ ପାଇଁ ବହୁତ ବଡ଼ ଭେଟି ଓ ଶୁଭଙ୍କର ।

ବିମାନରେ NSA ଅଜିତ ଡୋଭାଲଙ୍କୁ ଭେଟିଲେ କଙ୍ଗନା, ଫଟୋ ସେୟାର କରି କହିଲେ...

Bollywood News: ବଲିଉଡର 'କ୍ୱିନ' କଙ୍ଗନା ରଣାୱତ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ତେଜସ୍' ପାଇଁ ଏବେ ହେଡଲାଇନରେ ଅଛନ୍ତି । ଏହି ଚଳଚ୍ଚିତ୍ର ଅକ୍ଟୋବର ୨୭ ରେ ପ୍ରେକ୍ଷାଳୟକୁ ଆସିବ । ଏହାପୂର୍ବରୁ କଙ୍ଗନା ଏହି ଚଳଚ୍ଚିତ୍ରକୁ କ୍ରମାଗତ ଭାବରେ ପ୍ରମୋଟ୍ କରୁଥିବା ଦେଖିବାକୁ ମିଳିଛି । ଫିଲ୍ମର ପ୍ରମୋସନ ପାଇଁ କଙ୍ଗନା ବିମାନରେ ଯାତ୍ରା କରୁଥିବାବେଳେ ହଠାତ୍ NSA ଅଜିତ ଡୋଭାଲଙ୍କୁ ଭେଟିଥିଲେ, ଯେଉଁଥିରେ ଅଭିନେତ୍ରୀ ବହୁତ ଖୁସି ହୋଇଥିଲେ । କଙ୍ଗନା ଅଜିତ ଡୋଭାଲଙ୍କ ସହ ତାଙ୍କର କିଛି ଫଟୋ ସେୟାର କରି କହିଥିଲେ ଯେ, ସେ ଏହା ତାଙ୍କ ପାଇଁ ବହୁତ ବଡ଼ ଭେଟି ଓ ଶୁଭଙ୍କର ।

କଙ୍ଗନା ଫଟୋ ସେୟାର କଲେ
କଙ୍ଗନା ଟ୍ୱିଟରରେ କିଛି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ନଜର ଆସିଛନ୍ତି। ଫଟୋ ସେୟାର କରି କଙ୍ଗନା କହିଛନ୍ତି, " ଭାଗ୍ୟର କି କରିଶ୍ମା, ଆଜି ସକାଳେ ମୁଁ ବିମାନରେ ସର୍ବକାଳୀନ ମହାନ ଅଜିତ ଡୋଭାଲ ଜିଙ୍କ ପାଖରେ ବସିବାର ସୁଯୋଗ ପାଇଲି। ତେଜସ  (ଆମ ସୈନିକମାନଙ୍କ ପାଇଁ ଉତ୍ସର୍ଗୀକୃତ ଚଳଚ୍ଚିତ୍ର)ର ପ୍ରମୋଟ ସମୟରେ ମୁଁ ତାଙ୍କୁ ଭେଟିବାର ସୁଯୋଗ ପାଇଲି, ଯିଏ ପ୍ରତ୍ୟେକ ସୈନିକଙ୍କ ପାଇଁ ପ୍ରେରଣା। ମୁଁ ଏହାକୁ ବହୁତ ଶୁଭଙ୍କର ବୋଲି ଭାବୁଛି, ଜୟ ହିନ୍ଦ। " ତେଜସରେ ଏହି ଅଭିନେତ୍ରୀ ତେଜସ ଗିଲ ନାମକ ବାୟୁସେନାର ପାଇଲଟ ଭୂମିକାରେ ନଜର ଆସିବେ। କଙ୍ଗନା ରଣାୱତଙ୍କ ଏହି ଚଳଚ୍ଚିତ୍ର ଭାରତର ପ୍ରଥମ ଏରିଆଲ୍ ଆକ୍ସନ୍ ଫିଲ୍ମ ବୋଲି କୁହାଯାଉଛି। ଏହି ଫିଲ୍ମର ଟ୍ରେଲର ଅକ୍ଟୋବର ୮ରେ ମୁକ୍ତିଲାଭ କରିଥିଲା, ଯାହାକୁ ଲୋକମାନେ ବହୁତ ପସନ୍ଦ କରିଥିଲେ।

Post- 

ରାଜନାଥ ସିଂ ଏବଂ ବାୟୁସେନା କଙ୍ଗନାଙ୍କ ଫିଲ୍ମ ଦେଖିଛନ୍ତି 

ନିକଟରେ 'ତେଜସ୍'ର ଏକ ସ୍ୱତନ୍ତ୍ର ସ୍କ୍ରିନିଂ ମଧ୍ୟ ଆୟୋଜିତ ହୋଇଥିଲା । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବ୍ୟତୀତ ଅନେକ ବାୟୁସେନା ଅଧିକାରୀ ଏହି ସମୟରେ କଙ୍ଗନାଙ୍କ ଫିଲ୍ମ ଦେଖିଥିଲେ। ବାୟୁସେନା ଅଧିକାରୀମାନେ ନିର୍ଦ୍ଦେଶକଙ୍କୁ ଯୁଦ୍ଧ ବିମାନ ଆକାରରେ ଏକ ବ୍ରୋଚ୍ ମଧ୍ୟ ଉପହାର ଦେଇଥିଲେ। ଇନଷ୍ଟାଗ୍ରାମରେ ସୂଚନା ଦେବାବେଳେ ଅଭିନେତ୍ରୀ ଏହାର ଅନେକ ଫଟୋ ସେୟାର କରିଥିଲେ।

post-

ଆପଣଙ୍କୁ କହିବୁକି ସର୍ଭେଶ ମେୱଡାଙ୍କ ନିର୍ଦ୍ଦେଶିତ 'ତେଜସ୍' ଅକ୍ଟୋବର ୨୭ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। କଙ୍ଗନା ରନାୱତଙ୍କ ବ୍ୟତୀତ ଅଂସୁଲ ଚୌହାନ, ବରୁଣ ମିତ୍ର, ବୀଣା ନାୟାରଙ୍କ ସହ ଅନେକ କଳାକାର ଏହି ଫିଲ୍ମରେ ନଜର ଆସିବେ। ତେଜସ୍ ପରେ କଙ୍ଗନା ରଣାୱତ ଫିଲ୍ମ 'ଏମର୍ଜେନ୍ସି' ରେ ମଧ୍ୟ ନଜର ଆସିବେ।

Also Read- Rawan village: ଏଠାରେ ଅଗ୍ରପୂଜ୍ୟ ଗଣେଶଙ୍କ ପୂର୍ବରୁ ହୁଏ ରାବଣ ପୂଜା, ଦଶହରାରେ ଶୋକ ପାଳନ

Also Read- Vastu Tips: ରାତିରେ ଶୋଇବା ପୂର୍ବରୁ କରନ୍ତୁ ଏହି କାମ, ମା’ଲକ୍ଷ୍ମୀ ହେବେ ପ୍ରସନ୍ନ