Taapsee Pannu Marriage: ଖୁବଶୀଘ୍ର ବୋହୂ ସାଜିବେ ତାପସୀ, ଜାଣନ୍ତୁ କିଏ ହେବେ ତାଙ୍କ ଜୀବନସାଥୀ?
Advertisement
Article Detail0/zeeodisha/odisha2132040

Taapsee Pannu Marriage: ଖୁବଶୀଘ୍ର ବୋହୂ ସାଜିବେ ତାପସୀ, ଜାଣନ୍ତୁ କିଏ ହେବେ ତାଙ୍କ ଜୀବନସାଥୀ?

Taapsee Pannu: ବଲିଉଡରେ ଆରମ୍ଭ ହୋଇଯାଇଛି ୱେଡ଼ିଂ ସିଜନ । ନିକଟରେ ରକୁଲ ପ୍ରୀତ ସିଂ ଓ ଜ୍ୟାକି ଭାଗନାନୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତେବେ ବର୍ତ୍ତମାନ ଅଭିନେତ୍ରୀ ତାପସୀ ପନ୍ନୁ (Taapsee Pannu) ବିବାହ କରିବା ନେଇ ଚର୍ଚ୍ଚା ହେଉଛି ।

Taapsee Pannu Marriage: ଖୁବଶୀଘ୍ର ବୋହୂ ସାଜିବେ ତାପସୀ, ଜାଣନ୍ତୁ କିଏ ହେବେ ତାଙ୍କ ଜୀବନସାଥୀ?

Taapsee Pannu Marriage: ବଲିଉଡରେ ଆରମ୍ଭ ହୋଇଯାଇଛି ୱେଡ଼ିଂ ସିଜନ । ନିକଟରେ ରକୁଲ ପ୍ରୀତ ସିଂ ଓ ଜ୍ୟାକି ଭାଗନାନୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତେବେ ବର୍ତ୍ତମାନ ଅଭିନେତ୍ରୀ ତାପସୀ ପନ୍ନୁ (Taapsee Pannu) ବିବାହ କରିବା ନେଇ ଚର୍ଚ୍ଚା ହେଉଛି ।

ସୂଚନା ଅନୁଯାୟୀ, ନିଜ ପର୍ସନାଲ ଲାଇଫକୁ ସବୁବେଳେ ଲାଇମଲାଇଟରୁ ଦୂରେଇ ରଖିଥାଆନ୍ତି ତାପସୀ । ୩୬ ବର୍ଷ ଅଭିନେତ୍ରୀ ଗତ ୧୦ ବର୍ଷ ଧରି ମାଥିଆସ୍ ବୋଇଙ୍କୁ (Mathias Boe) ଡେଟ୍ କରୁଛନ୍ତି । କୁହାଯାଇଛି, ବର୍ତ୍ତମାନ ତାପସୀ ଏହି ସମ୍ପର୍କକୁ ଆଗକୁ ନେବାକୁ ଚାହୁଁଛନ୍ତି । ତେବେ ଖୁବଶୀଘ୍ର ତାପସୀ ଓ ମାଥିଆସ୍ ବିବାହ କରିବା ନେଇ ଚର୍ଚ୍ଚା ହେଉଛି । ଚଳିତ ବର୍ଷ ମାର୍ଚ୍ଚ ମାସରେ ଉଭୟ ରାଜସ୍ଥାନରେ ରାଜକୀୟ ଢଙ୍ଗରେ ବିବାହ କରିବେ ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଦୁଇଟି ରୀତିନୀତିରେ ବିବାହ କରିବେ ତାପସୀ ଓ ମାଥିଆସ୍ । ଉଭୟ ଶିଖ ଓ ଖ୍ରୀଷ୍ଟିଆନ୍ ରୀତିନୀତି ଅନୁଯାୟୀ ବିବାହ କରିବେ ବୋଲି ଜଣାପଡ଼ିଛି । ଏହି ବିବାହରେ କେବଳ ଉଭୟଙ୍କ ପରିବାର ସଦସ୍ୟ ଓ ଘନିଷ୍ଠ ବନ୍ଧୁ ସାମିଲ ହେବେ । ବର୍ତ୍ତମାନ ସୁଦ୍ଧା ଏନେଇ ଉଭୟଙ୍କ ପକ୍ଷରୁ କୌଣସି ଅଫିସିଆଲ ସୂଚନା ମିଳିପାରିନାହିଁ ।

 

 
 
 
 

 
 
 
 
 
 
 
 
 
 
 

A post shared by Taapsee Pannu (@taapsee)

ନିକଟରେ ତାପସୀ ମାଥିଆସଙ୍କ ବିଷୟରେ କହିଥିଲେ ଯେ, ‘ମୁଁ ଯେତେବେଳେ ମୋର ପ୍ରଥମ ବଲିଉଡ ଫିଲ୍ମ ‘ଚଷମେ ବଦଦୂର’ର ସୁଟିଂ କରୁଥିଲେ ସେତେବେଳେ ମୁଁ  ମାଥିଆସ୍ ଙ୍କୁ ଭେଟିଥିଲି’। ସେ ଆଉ ମଧ୍ଯ କହିଥିଲେ ଯେ, ‘ସେ ଏହି ସମ୍ପର୍କକୁ ନେଇ ବହୁତ ଖୁସି ଅଛନ୍ତି ଓ ଏହାକୁ ଆଗକୁ ନେବାକୁ ଚାହୁଁଛନ୍ତି’।