Vikrant Massey: କାହିଁକି ଓ କାହାକୁ କ୍ଷମା ମାଗିଲେ ବିକ୍ରାନ୍ତ ମେସି? ପୋଷ୍ଟ କରି ଲେଖିଲେ...
Advertisement
Article Detail0/zeeodisha/odisha2122591

Vikrant Massey: କାହିଁକି ଓ କାହାକୁ କ୍ଷମା ମାଗିଲେ ବିକ୍ରାନ୍ତ ମେସି? ପୋଷ୍ଟ କରି ଲେଖିଲେ...

Vikrant Massey:  ନିଜର ଚମତ୍କାର ଅଭିନୟ ସାଙ୍ଗକୁ ସରଳତା ପାଇଁ ସେ ଖୁବ ପରଚିତ । ଗତବର୍ଷ ରିଲିଜ ହୋଇଥିବା ‘୧୨ ଫେଲ୍’ରେ ତାଙ୍କର ଦମଦାର ଅଭିନୟକୁ ବେଶ ପସନ୍ଦ କରିଥିଲେ ଦର୍ଶକ । ଫିଲ୍ମଟି ବକ୍ସ ଅଫିସରେ ହିଟ୍ ମଧ୍ଯ ହୋଇଥିଲା ।

Vikrant Massey: କାହିଁକି ଓ କାହାକୁ କ୍ଷମା ମାଗିଲେ ବିକ୍ରାନ୍ତ ମେସି? ପୋଷ୍ଟ କରି ଲେଖିଲେ...

Vikrant Massey: ବଲିଉଡ଼ ଅଭିନେତା ବିକ୍ରାନ୍ତ ମେସିଙ୍କୁ ଆଜି କିଏ ବା ନ ଜାଣେ । ନିଜର ଚମତ୍କାର ଅଭିନୟ ସାଙ୍ଗକୁ ସରଳତା ପାଇଁ ସେ ଖୁବ ପରଚିତ । ଗତବର୍ଷ ରିଲିଜ ହୋଇଥିବା ‘୧୨ ଫେଲ୍’ରେ ତାଙ୍କର ଦମଦାର ଅଭିନୟକୁ ବେଶ ପସନ୍ଦ କରିଥିଲେ ଦର୍ଶକ । ଫିଲ୍ମଟି ବକ୍ସ ଅଫିସରେ ହିଟ୍ ମଧ୍ଯ ହୋଇଥିଲା ।

ଟେଲିଭିଜନ ଜଗତରୁ ନିଜ କ୍ୟାରିଅର୍ ଆରମ୍ଭ କରିଥିବା ବିକ୍ରାନ୍ତ ଆଜି ଘରେ ଘରେ ପରିଚିତ । ତେବେ ଟେଲିଭିଜନ ଓ ଫିଲ୍ମ ବ୍ୟତୀତ ଓଟିଟି ଫ୍ଲାଟଫର୍ମରେ ମଧ୍ଯ ତାଙ୍କର ଜବରଦସ୍ତ ଅଭିନୟ ଦେଖିବାକୁ ମିଳିଛି । କିନ୍ତୁ ନିକଟରେ ଅତୀତର ଏକ ଭୁଲ୍ ପାଇଁ ଅଭିନେତାଙ୍କୁ ଟ୍ରୋଲର ଶିକାର ହେବାକୁ ପଡ଼ିଥିଲା । ଯାହା ପରେ ବିକ୍ରାନ୍ତ କ୍ଷମା ପ୍ରାର୍ଥନା କରିଛନ୍ତି।

କାହିଁକି କ୍ଷମା ମାଗିଲେ ବିକ୍ରାନ୍ତ?

ବାସ୍ତବରେ, ୬ ବର୍ଷ ପୂର୍ବେ ଅର୍ଥାତ୍ ୨୦୧୮ ମସିହାରେ ଜମ୍ମୁ କାଶ୍ମୀରର କଠୁଆରେ ଜଣେ ୮ ବର୍ଷ ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ଏହି ଘଟଣାକୁ କେନ୍ଦ୍ର କରି ଅଭିନେତା ଏକ ନିର୍ଦ୍ଦିଷ୍ଟ ସମ୍ପଦ୍ରାୟର ଲୋକଙ୍କୁ ଟାଗେର୍ଟ କରି ଟ୍ବିଟ୍ କରିଥିଲେ । ଏମିତି କି, ଏହି ଘଟଣା ଉପରେ କ୍ରୋଧ ପ୍ରକାଶ କରିବା ସହ ଖବର କାଗଜରେ ପ୍ରକାଶିତ ଏକ କାର୍ଟୁନ୍ ମଧ୍ଯ ସେୟାର କରିଥିଲେ । ତେବେ ବର୍ତ୍ତମାନ ଲୋକପ୍ରିୟତାର ଶିଖରେ ଥିବା ବିକ୍ରାନ୍ତଙ୍କୁ ଅଡୁଆରେ ପକାଇଛି ତାଙ୍କର ଏହି ପୁରୁଣା ପୋଷ୍ଟ । ଦୀର୍ଘ ୬ ବର୍ଷ ପରେ ଅଭିନେତାଙ୍କ ଏହି ପୁରୁଣା ଟ୍ବିଟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଅନେକ ସୋସିଆଲ ମିଡିଆ ୟୁଜର୍ସ ଏହି ପୋଷ୍ଟ ଦେଖିବା ପରେ ଅସନ୍ତୋଷ ପ୍ରକାଶ କରିବା ସହ ଅଭିନେତାଙ୍କୁ ବୟକଟ୍ କରିବା ନେଇ ଦାବି କରିଥିଲେ । ଯାହା ପରେ କ୍ଷମା ମାଗିଛନ୍ତି ବିକ୍ରାନ୍ତ।

ଏନେଇ ଅଭିନେତା ପୋଷ୍ଟ କରି ଲେଖିଛନ୍ତି, ‘ମୋର ୨୦୧୮ ମସିହାର ଟ୍ବଟ୍ ବିଷୟରେ ମୁଁ କିଛି କହିବାକୁ ଚାହେଁ । ହିନ୍ଦୁ ସମ୍ପ୍ରଦାୟକୁ ଆଘାତ, ବଦନାମ କିମ୍ବା ଅପମାନିତ କରିବା ମୋର ଉଦ୍ଦେଶ୍ୟ ନଥିଲା । କିନ୍ତୁ ଯଦି ଏହି ଟ୍ୱିଟରେ ଥିବା ଲୁକ୍କାୟିତ ଦୃଶ୍ୟ ହଟା ଯାଏ ତେବେ ମୁଁ ଏହି ପୋଷ୍ଟରେ କରିଥିବା ଭୁଲ୍ କୁ ସ୍ବୀକାର କରୁଛି । ଖବରକାଗଜରେ ପ୍ରକାଶିତ ଏହି କାର୍ଟୁନ୍ ସେୟାର ନକରି ମଧ୍ୟ ସମାନ କଥା କୁହାଯାଇ ପାରିଥାଆନ୍ତା । ଏହି ପୋଷ୍ଟ ଦ୍ୱାରା ଆଘାତ ପାଇଥିବା ସମସ୍ତଙ୍କୁ ମୁଁ କ୍ଷମା ମାଗିବାକୁ ଚାହୁଁଛି । ଆପଣ ସମସ୍ତେ ଜାଣିଥିବେ, ମୁଁ ସମସ୍ତ ଧର୍ମକୁ ସମ୍ମାନ କରିଥାଏ । ଆମେ ସମୟ ସହିତ ବଡ଼ ହେଉ ଏବଂ ନିଜର ଭୁଲରୁ ହିଁ ଶିଖିଥାଉ । ଏହା ମୋର ଭୁଲ ଥିଲା’ ।