New EPFO Pension: ଜାଣନ୍ତୁ ଅବସର ପରେ କେମିତି ପାଇବେ ୧୮,୮୫୭ ଟଙ୍କା ପେନସନ୍, ପଢନ୍ତୁ କ’ଣ ରହିଛି ପୂରା ପ୍ରକ୍ରିୟା
Advertisement
Article Detail0/zeeodisha/odisha1593294

New EPFO Pension: ଜାଣନ୍ତୁ ଅବସର ପରେ କେମିତି ପାଇବେ ୧୮,୮୫୭ ଟଙ୍କା ପେନସନ୍, ପଢନ୍ତୁ କ’ଣ ରହିଛି ପୂରା ପ୍ରକ୍ରିୟା

New EPFO Pension: କର୍ମଚାରୀ ପ୍ରୋଭିଡ଼େଣ୍ଟ ଫଣ୍ତ ସଂଗଠନ (EPFO) ସଦସ୍ୟମାନେ ଅବସର ପରେ ପେନସନ ପାଇବାକୁ ଯୋଗ୍ୟ ଅଟନ୍ତି । ଅବସର ପାଣ୍ଠି ସଂଗଠନ EPFOର ୟୁନିଫାଏଡ଼ ସଦସ୍ୟଙ୍କ ପୋର୍ଟାଲ ମାଧ୍ୟମରେ ସମସ୍ତ ଯୋଗ୍ୟ ସଦସ୍ୟଙ୍କ ବର୍ଦ୍ଧିତ ପେନସନ ପାଇଁ ନିଯୁକ୍ତିଦାତାଙ୍କ ସହ ମିଳିତ ଭାବରେ ଆବେଦନ କରିବା ଲାଗି ୨୦୨୩ ମେ ୩ ତାରିଖ ପର୍ଯ୍ୟନ୍ତ ସମୟ ରହିଛି ।

ସୌ(ସୋସିଆଲ ମିଡିଆ)

New EPFO Pension: କର୍ମଚାରୀ ପ୍ରୋଭିଡ଼େଣ୍ଟ ଫଣ୍ତ ସଂଗଠନ (EPFO) ସଦସ୍ୟମାନେ ଅବସର ପରେ ପେନସନ ପାଇବାକୁ ଯୋଗ୍ୟ ଅଟନ୍ତି । ଅବସର ପାଣ୍ଠି ସଂଗଠନ EPFOର ୟୁନିଫାଏଡ଼ ସଦସ୍ୟଙ୍କ ପୋର୍ଟାଲ ମାଧ୍ୟମରେ ସମସ୍ତ ଯୋଗ୍ୟ ସଦସ୍ୟଙ୍କ ବର୍ଦ୍ଧିତ ପେନସନ ପାଇଁ ନିଯୁକ୍ତିଦାତାଙ୍କ ସହ ମିଳିତ ଭାବରେ ଆବେଦନ କରିବା ଲାଗି ଶେଷ ସମୟ ୨୦୨୩ ମେ ୩ ତାରିଖ ରହିଛି। ବର୍ତ୍ତମାନ ପ୍ରତ୍ୟେକ କର୍ମଚାରୀଙ୍କ ମୂଳ ବେତନ ଓ ମହଙ୍ଗା ଭତ୍ତାର ୧୨ ପ୍ରତିଶତ ସେମାନଙ୍କ ନିଯୁକ୍ତିଦାତାଙ୍କ ଦ୍ବାରା ଇପିଏଫରେ ଜମା କରାଯାଉଛି । ନିଯୁକ୍ତିଦାତାଙ୍କ ୧୨ ପ୍ରତିଶତ ଅବଦାନ ମଧ୍ୟରୁ ୮.୩୩ ପ୍ରତିଶତ କର୍ମଚାରୀଙ୍କର ପେନସନ ସ୍କିମ୍ (EPS) ଓ ୩.୬୭ ପ୍ରତିଶତ ରାଶି କର୍ମଚାରୀଙ୍କର ପ୍ରୋଭିଡ଼େଣ୍ଟ ପାଣ୍ଠି (EPF)କୁ ଯାଇଥାଏ ।

EPFOର ଉଚ୍ଚ ପେନସନ୍ ଯୋଜନା କ’ଣ?
୧୯୯୫ ମସିହାରେ ଇପିଏଫ୍ ଆକ୍ଟ ଧାରା 6A ଅନୁଯାୟୀ ସରକାର ଏକ ପେନସନ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ୧୯୯୫ ମସିହାର କର୍ମଚାରୀଙ୍କ ପେନସନ୍ ସିଷ୍ଟମ୍ (EPS-95) ଅନୁଯାୟୀ, ପେନସନ୍ ଯୋଜନାରେ ନିଯୁକ୍ତିଦାତାଙ୍କ ଅବଦାନ ୮.୩୩% ହେବା ଉଚିତ୍ । EPS-95 ଦ୍ୱାରା ସର୍ବାଧିକ ମାସିକ ପେନସନ୍ ୫୦୦୦ କିମ୍ବା ୬୦୦୦ ଟଙ୍କା ସ୍ଥିର କରାଯାଇଥିଲା। ନିଯୁକ୍ତିଦାତାଙ୍କୁ ପେନ୍‌ସନ୍‌ ସ୍କିମ୍‌ ପାଇଁ ପ୍ରାରମ୍ଭିକ ୫୦୦୦ ଟଙ୍କା (ଯାହା ପରେ ୬,୫୦୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା) ର ୮.୩୩% ଦେବାକୁ ପଡି଼ଲା।

EPFO ଉଚ୍ଚ ପେନସନ୍ ବିକଳ୍ପ ଚୟନ କରି ଆପଣ କେତେ ପେନସନ୍ ପାଇପାରିବେ ତାହା ଜାଣିବା ନିହାତି ଦରକାର । ଉଦାହରଣ ସ୍ୱରୂପ, ଆପଣଙ୍କ ଦରମା ଯଦି ୪୦,୦୦୦ ଟଙ୍କା ତେବେ ପ୍ରତି ମାସରେ ଏହାର ୧୨ ପ୍ରତିଶତ (୪୮୦୦ ଟଙ୍କା) ଆପଣଙ୍କ EPF ଆକାଉଣ୍ଟକୁ ସ୍ଥାନାନ୍ତରିତ ହୋଇଥାଏ । EPSରେ ନିଯୁକ୍ତିଦାତାଙ୍କ ଅବଦାନ ଯୋଗୁଁ ୧୨୫୦ ଟଙ୍କା ମିଳିଥାଏ, ଯାହା ଆପଣଙ୍କର ମୂଳ ବେତନର ୧୨% ସହିତ ସମାନ ଓ ଅବଶିଷ୍ଟ ୩୫୫୦ ଟଙ୍କା ଆପଣଙ୍କ EPF ଆକାଉଣ୍ଟରେ ମିଳିଥାଏ । ସେହିପରି ଯଦି ଆପଣ ଅଧିକ ପେନସନ୍ ଚୟନ କରନ୍ତି, ତେବେ ଆପଣଙ୍କର ଅବସର ସମୟରେ ଆପଣଙ୍କୁ ଦିଆଯାଉଥିବା ପେନସନ୍ ଆପଣଙ୍କର ପ୍ରକୃତ ଦରମା ଓ ମହଙ୍ଗା ଭତ୍ତା ଅନୁସାରେ କରି ନିର୍ଣ୍ଣୟ କରାଯିବ।