Parenting tips: ପିଲା ସହ କଥା ହେବାବେଳେ ଏହି କୌଶଳ ଆପଣାନ୍ତୁ, ଖୁସି ହେବା ସହ ଆପଣଙ୍କୁ ସମ୍ମାନ ଦେବ
Advertisement
Article Detail0/zeeodisha/odisha1953967

Parenting tips: ପିଲା ସହ କଥା ହେବାବେଳେ ଏହି କୌଶଳ ଆପଣାନ୍ତୁ, ଖୁସି ହେବା ସହ ଆପଣଙ୍କୁ ସମ୍ମାନ ଦେବ

  ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ପିଲା ଆପଣଙ୍କ ଲାଳନ ପାଳନରେ ଖୁସି ରହୁ ତାହେଲେ ଆପଣ ସେମାନଙ୍କ ସହ ସ୍ନେହ ଓ ଶାନ୍ତ ମନରେ କଥା ହେବା ଦରକାର । ଯେକୌଣସି ସମ୍ପର୍କରେ ପରସ୍ପର ଭିତରେ କଥା ହେବା ଅତ୍ୟନ୍ତ ଜରୁରୀ । ସେ ସାଥି ହୁଅନ୍ତୁ କି ସହକର୍ମୀ ହୁଅନ୍ତୁ କି ଆପଣଙ୍କ ନିଜ ପିଲା । ସମ୍ପର୍କକୁ ମଜବୁତ କରିବାକୁ ହେଲେ ଯୋଗାଯୋଗ ଗୁ

SOCIAL MEDIA

Parenting tips: 

ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ପିଲା ଆପଣଙ୍କ ଲାଳନ ପାଳନରେ ଖୁସି ରହୁ ତାହେଲେ ଆପଣ ସେମାନଙ୍କ ସହ ସ୍ନେହ ଓ ଶାନ୍ତ ମନରେ କଥା ହେବା ଦରକାର ।

ଯେକୌଣସି ସମ୍ପର୍କରେ ପରସ୍ପର ଭିତରେ କଥା ହେବା ଅତ୍ୟନ୍ତ ଜରୁରୀ । ସେ ସାଥି ହୁଅନ୍ତୁ କି ସହକର୍ମୀ ହୁଅନ୍ତୁ କି ଆପଣଙ୍କ ନିଜ ପିଲା । ସମ୍ପର୍କକୁ ମଜବୁତ କରିବାକୁ ହେଲେ ଯୋଗାଯୋଗ ଗୁରୁତ୍ବପୂର୍ଣ୍ଣ । ଯଦି ଆପଣ ପିଲାଙ୍କ ସହ ଠିକ୍ ଭାବେ ଯୋଗାଯୋଗ କରୁ ନାହାଁନ୍ତି ତାହେଲେ ଯେତେ ଅଧିକ ସ୍ନେହ ଦେଲେ ମଧ୍ୟ ପିଲା ଖୁସି ରହି ପାରିବ ନାହିଁ ।

ଶୃଙ୍ଖଳିତ ହେବାକୁ ଯାଇ କିଛି ଅଭିଭାବକ କଠୋର ହୁଅନ୍ତି । ଆପଣଙ୍କ ସ୍ବର, ଶବ୍ଦ ଏବଂ କଥା କହିବାର ଶୈଳି ପିଲା ସହିତ ଆପଣଙ୍କ ସମ୍ପର୍କକୁ ମଧ୍ୟ ପ୍ରଭାବିତ କରିପାରେ । ଆମେ ଆଜି ଆପଣଙ୍କୁ କହିବୁ ପିଲାମାନଙ୍କ ସହ କିଭଳି କଥା ହେବା ଉଚିତ୍ । ଫଳରେ ପିଲାମାନଙ୍କୁ ଲାଗିବ ଯେ ପରିବାରରେ ସେମାନଙ୍କର ମଧ୍ୟ ଗୁରୁତ୍ବ ରହିଛି ।

ପ୍ରଥମେ ଆପଣ ପିଲାମାନଙ୍କ ସହ କଥା ହେବା ସମୟରେ ନିଜ ସ୍ବର ଉପରେ ଧ୍ୟାନ ଦିଅନ୍ତୁ । ବିଶେଷଜ୍ଞଙ୍କ ମତ ଅନୁଯାୟୀ ଯଦି ଆପଣ ପିଲାଙ୍କ ସହ ଧିର ଏବଂ ନମ୍ର ଭାବେ କଥା ହେଉଛନ୍ତି । ତାହେଲେ ସେମାନଙ୍କୁ ଲାଗିବ ଯେ ଆପଣ ତାଙ୍କୁ ଶୁଣୁଛନ୍ତି ଏବଂ ତାଙ୍କ ସହ କଥା ହେଉଛନ୍ତି ।

ଏଥିପାଇଁ ଯେତେବେଳେ ଆପଣଙ୍କ ପିଲା ଆପଣଙ୍କ କଥା ହଉଛି ସେତେବେଳେ ଆପଣ ତାଙ୍କୁ ଶୁଣନ୍ତୁ । ଏବଂ ସକାରାତ୍ମକ ପ୍ରତିକ୍ରିୟା ସହ କଥା ହୁଅନ୍ତୁ । ଝଗଡ଼ା କିମ୍ବା ମତଭେଦ ସମୟରେ ପିଲାଙ୍କ ପାଖରେ ନିଜର ରାୟ ଏବଂ ମତ ରଖିବା ପାଇଁ ସେମାନଙ୍କ ପାଖରେ ସ୍ବତନ୍ତ୍ରତା ଥିବା ଦରକାର ।

ବାପା ମାଙ୍କ ରାଗ ଏବଂ ଚିଡ଼ଚିଡ଼ା ଗୁଣ ପିଲାମାନଙ୍କୁ ଭାବନାତ୍ମକ ଦିଗରେ ଦୁଖୀ କରିପାରେ । ଅନ୍ୟପକ୍ଷରେ ଯେତେବଳେ ଆପଣ ପିଲାମାନଙ୍କ ସହ କଥା ହେଉଛନ୍ତି ଦୟା ଏବଂ ଶାନ୍ତ ରୁହନ୍ତୁ । ସେମାନଙ୍କୁ ଏ ବିଶ୍ବାସ ଦିଅନ୍ତୁ ଯେ ଆପଣ ସେମାନଙ୍କ ପାଖରେ ଅଛନ୍ତି ଏବଂ ସେମାନଙ୍କ କଥାକୁ ଗୁରୁତ୍ବ ଦେଉଛନ୍ତି । ଏହାଦ୍ବାରା ସେମାନଙ୍କୁ ଲାଗିବ ଯେ ଆପଣ ସେମାନଙ୍କୁ ଅଣଦେଖା କରୁ ନାହାନ୍ତି ।

ଯେତେ ଅଧିକ ଆପଣଙ୍କ ପିଲା ବଡ଼ ହୁଅନ୍ତି ସେତେ ଆପଣଙ୍କ ବଜେଟ ଠାରୁ ଅଧିକ ଡ଼ିମାଣ୍ଡ କରନ୍ତି । କିଛି ମହଙ୍ଗା ଜିନିଷକୁ ନେଇ ମଧ୍ୟ ଡ଼ିମାଣ୍ଡ କରିଥାନ୍ତି । କିମ୍ବା ପରୀକ୍ଷା ଦେବା ପାଇଁ  ମନା କରି ପାରନ୍ତି । ଏସବୁରେ ପିଲାମାନଙ୍କୁ ସ୍ବତନ୍ତ୍ରତା ନଦେଇ ମନା କରିବା ଉଚିତ୍ । ଆପଣ ପିଲାମାନଙ୍କୁ ସେ ସମୟରେ ଗାଳି ନଦେଇ ସେମାନଙ୍କୁ ବୁଝାଇବା ଦରକାର ଯେ ଏସବୁ ସେମାନଙ୍କୁ କ୍ଷତି ପହଂଚାଇ ପାରେ । ଏକଥା ମଧ୍ୟ କହିବା ଦରକାର ଯେ ଆପଣ କାହିଁକି ସେମାନଙ୍କ କଥାରେ ଏକମତ ନୁହଁନ୍ତି ।

ଏଭଳି ପିଲାମାନଙ୍କୁ ବ୍ୟବହାର କରିବା ଦ୍ବାରା ପିଲାମାନେ ବାପା ମାଙ୍କ ପାଖାପାଖି ରୁହନ୍ତି । ଏବଂ ସେମାନଙ୍କ ପାଇଁ ନିଜ ମନରେ ସକରାତ୍ମକ ଭାବନା ରଖନ୍ତି । ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କ ପିଲା ଓ ଆପଣଙ୍କ ମଧ୍ୟରେ ଭଲ ସମ୍ପର୍କ ରହୁ ତାହେଲେ ଏହି କୌଶଳ ପ୍ରୟୋଗ କରନ୍ତୁ ।