Causes of breast cancer: ଗୋଟିଏ ଛୋଟ ଭୁଲ ହୋଇପାରେ ବ୍ରେଷ୍ଟ କ୍ୟାନସରର କାରଣ, ଜାଣନ୍ତୁ କ'ଣ
Advertisement
Article Detail0/zeeodisha/odisha1976117

Causes of breast cancer: ଗୋଟିଏ ଛୋଟ ଭୁଲ ହୋଇପାରେ ବ୍ରେଷ୍ଟ କ୍ୟାନସରର କାରଣ, ଜାଣନ୍ତୁ କ'ଣ

  ରାତିରେ ଶୋଇବା ସମୟରେ ଆପଣ ବ୍ରା’ ପିନ୍ଧି ଶୋଉଛନ୍ତି କି?

SOCIAL MEDIA

Causes of breast cancer: 

ରାତିରେ ଶୋଇବା ସମୟରେ ଆପଣ ବ୍ରା’ ପିନ୍ଧି ଶୋଉଛନ୍ତି କି? ଯଦି ହଁ, ତେବେ ଏପରି କରିବା ବନ୍ଦ କରନ୍ତୁ । କାରଣ ଏହା ଅନେକ ସ୍ୱାସ୍ଥ୍ୟଗତ  ସମସ୍ୟା ସୃଷ୍ଟି କରିପାରେ । ଯାହା ମଧ୍ଯରୁ ସବୁଠାରୁ ଗମ୍ଭୀର ସମସ୍ୟା ହେଉଛି ସ୍ତନ କର୍କଟ । ଏକ ରିପୋର୍ଟ ଅନୁସାରେ ଦୈନିକ ୧୨ ଘଣ୍ଟାରୁ ଅଧିକ ସମୟ ଧରି ବ୍ରା’ ପିନ୍ଧିବା ସ୍ତନ କର୍କଟର ଏକ ବଡ଼ କାରଣ । ତେଣୁ ସବୁବେଳେ ଏହାକୁ ପିନ୍ଧିବା ଠାରୁ ଦୂରେଇ ରହିବା ଉଚିତ । ରାତିରେ ଶୋଇବା ସମୟରେ ବ୍ରା ପିନ୍ଧିବା ଦ୍ୱାରା ସେହି ଅଞ୍ଚଳରେ ରକ୍ତ ସଞ୍ଚାଳନରେ ବାଧା ସୃଷ୍ଟି ହୋଇଥାଏ । ଚର୍ମ କଳା ହେବା ଆରମ୍ଭ କରେ ।  ଟାଇଟ୍ ବ୍ରା ପିନ୍ଧି ଶୋଇବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ’ଣ ସମସ୍ୟା ସୃଷ୍ଟି ହୋଇପାରେ ଜାଣନ୍ତୁ…

ସ୍ତନ କର୍କଟର ଆଶଙ୍କା

ରାତିରେ ବ୍ରା ନପିନ୍ଧିବା ଭଲ ବୋଲି ବିଶେଷଜ୍ଞ କୁହନ୍ତି ।ରାତିରେ ବ୍ରା ନପିନ୍ଧିବା ଦ୍ୱାରା ସ୍ତନ ମାଂସପେଶୀକୁ ଆରାମ ମିଳିଥାଏ । ଏହା ସହିତ ରାତିରେ ଶୋଇବା ସମୟରେ ଆପଣ ଆରାମ ଅନୁଭବ କରିବେ । ଏକ ଗବେଷଣା ଅନୁସାରେ, ଯେଉଁ ମହିଳାମାନେ ରାତିରେ ବ୍ରା ପିନ୍ଧି ଶୋଇଥା’ନ୍ତି, ସେମାନଙ୍କଠାରେ ସ୍ତନ କର୍କଟ  ହେବାର ଆଶଙ୍କା ଅଧିକ ଥାଏ।

ତ୍ୱଚାରେ ଚିହ୍ନ

ଦିନସାରା ଅତ୍ୟଧିକ ଟାଇଟ୍ ବ୍ରା ପିନ୍ଧିବା ଦ୍ୱାରା ବିଶେଷ କରି ଗ୍ରୀଷ୍ମ ଋତୁରେ ଚର୍ମରେ ଦାଗ ହୋଇପାରେ । ଯାହା ପରେ ବଢି଼ବଢି କଳାଦାଗର ରୂପ ନିଏ । ଏହା ବ୍ୟତୀତ ରାତିରେ ବ୍ରା ପିନ୍ଧିବା ମଧ୍ୟ ସ୍ତନର ଆକାର ପ୍ରାକୃତିକ ଭାବେ ବଢିନଥାଏ ।

ନିଦରେ ବ୍ଯାଘାତ

ଆରାମଦାୟକ ନିଦ ପାଇଁ  ବ୍ରା ପିନ୍ଧି ଶୋଇବା ଠିକ ନୁହେଁ । ଭଲ ନିଦ ପାଇଁ  ଶଯ୍ୟା ଏବଂ ପୋଷାକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ । ଆପଣଙ୍କ  ପୋଷାକ ଏବଂ ଅନ୍ତଃବସ୍ତ୍ର ଆରାମଦାୟକ ହୋଇଥିଲେ  ଭଲ ନିଦ ହୋଇଥାଏ ।  ଟାଇଟ୍ ବ୍ରା ପିନ୍ଧିବା ଦ୍ୱାରା ଆପଣଙ୍କୁ ଗରମ ଲାଗିବା ସହିତ ଝାଳ ବୋହିଥାଏ ଓ  ଆପଣଙ୍କୁ ବନ୍ଦି ହୋଇ ରହିଲା ଭଳି ଅନୁଭବ ଆସେ । ଯାହା ଭଲ ନିଦ ହେବାକୁ ଦିଏନାହିଁ । ଭଲରେ ନିଦ ନହେବା କାରଣରୁ ଅନେକ ଶାରୀରିକ ସମସ୍ୟା ସୃଷ୍ଟି ହୋଇପାରେ ।

ଆଲର୍ଜି ସମସ୍ୟା

ଗ୍ରୀଷ୍ମ ଦିନରେ ଦିନସାରା ବ୍ରା ପିନ୍ଧିବା ଦ୍ୱାରା ବ୍ରେଷ୍ଟ ନିକଟରେ ଝାଳ ଜମା ହୋଇଥାଏ । ରାତିରେ ସେହି ବ୍ରା ପିନ୍ଧିବା ଦ୍ୱାରା ଚର୍ମ ଆଲର୍ଜି ହୋଇପାରେ ।  ଯଦି ଆପଣଙ୍କ ଚର୍ମ ଅଧିକ ସମ୍ବେଦନଶୀଳ, ତେବେ ଏଭଳି ଆଦୌ ଏହା ଆଦ କରନ୍ତୁ ନାହିଁ ।  ଯଦି ବିନା ବ୍ରାରେ ଶୋଇବା ଅଭ୍ଯାସ ଆପଣଙ୍କର ନାହିଁ ତେବେ ଏକ ଢିଲା ବ୍ରା ପିନ୍ଧନ୍ତୁ ।ରାତିରେ ବ୍ରା ପିନ୍ଧିବା ଦ୍ୱାରା ଚର୍ମ କଠିନ ହୋଇଯାଏ, ଯାହା ବାୟୁ ଅଭାବରୁ ବ୍ରେଷ୍ଟ ଉପରେ ଆଲର୍ଜି ସୃଷ୍ଟି କରିଥାଏ । ଫଳରେ ଚର୍ମରେ ଲାଲ ରଙ୍ଗର ଦାଗ ଏବଂ ଫୁଲା ମଧ୍ୟ ହୋଇପାରେ ।

ରକ୍ତ ସଞ୍ଚାଳନରେ ବାଧା

ରାତିରେ ଏକ ଟାଇଟ୍ ବ୍ରା ପିନ୍ଧିବା ଦ୍ୱାରା ବ୍ରେଷ୍ଟ୍ ଚାରିପାଖରେ ରକ୍ତ ସଞ୍ଚାଳନ ବନ୍ଦ ହୋଇଯାଏ । ରକ୍ତ ସେହି ଅଞ୍ଚଳରେ ସଠିକ୍ ଭାବରେ ପହଞ୍ଚେ ନାହିଁ । ଏହା ଆପଣଙ୍କୁ ପାଇଁ ଅନ୍ୟାନ୍ୟ ଅନେକ ସମସ୍ୟାର କାରଣ ହୋଇପାରେ ।