Aiswariya Abhisek separation: ଅଭିଶେକ-ଐଶର୍ଯ୍ୟାଙ୍କ ମଧ୍ୟରେ ଫାଟ ! ବିବାହ ବିଛେଦ ହେଲେ ଐଶର୍ଯ୍ୟାଙ୍କୁ ମିଳିବ କେତେ ଭରଣପୋଷଣ ଭତ୍ତା ?
Advertisement
Article Detail0/zeeodisha/odisha2014310

Aiswariya Abhisek separation: ଅଭିଶେକ-ଐଶର୍ଯ୍ୟାଙ୍କ ମଧ୍ୟରେ ଫାଟ ! ବିବାହ ବିଛେଦ ହେଲେ ଐଶର୍ଯ୍ୟାଙ୍କୁ ମିଳିବ କେତେ ଭରଣପୋଷଣ ଭତ୍ତା ?

Aiswariya Abhisek separation ଗୁଜବ ହେଉଛି ଯେ ବଲିଉଡ଼ ଆକ୍ଟର ଅଭିଶେକ ବଚ୍ଚନ ଏବଂ ଐଶ୍ବର୍ଯ୍ୟା ରାୟ ଅଲଗା ହେବାକୁ ଯାଉଛନ୍ତି । ଦୁଇ ଜଣଙ୍କ ଛାଡ଼ପତ୍ର ନେଇ ଭାଇରାଲ ହେଉଛି । ଏହି ସମୟରେ ମେଗା ଷ୍ଟାର ଅମିତାଭ ବଚ୍ଚନଙ୍କ ସମ୍ପତ୍ତିକୁ ନେଇ ଭାଇରାଲ ହେଉଛି । ଯଦି ଦୁଇଜଣଙ୍କର ଛାଡ଼ପତ୍ର ହୁଏ ତାହେଲେ ଐଶ୍ବର୍ଯ୍ୟାଙ୍କୁ କେତେ ଭରଣପୋଷଣ ଭତ୍ତା ମିଳିବ । ଆସନ୍

SOCIAL MEDIA

Aiswariya Abhisek separation

ଗୁଜବ ହେଉଛି ଯେ ବଲିଉଡ଼ ଆକ୍ଟର ଅଭିଶେକ ବଚ୍ଚନ ଏବଂ ଐଶ୍ବର୍ଯ୍ୟା ରାୟ ଅଲଗା ହେବାକୁ ଯାଉଛନ୍ତି । ଦୁଇ ଜଣଙ୍କ ଛାଡ଼ପତ୍ର ନେଇ ଭାଇରାଲ ହେଉଛି । ଏହି ସମୟରେ ମେଗା ଷ୍ଟାର ଅମିତାଭ ବଚ୍ଚନଙ୍କ ସମ୍ପତ୍ତିକୁ ନେଇ ଭାଇରାଲ ହେଉଛି । ଯଦି ଦୁଇଜଣଙ୍କର ଛାଡ଼ପତ୍ର ହୁଏ ତାହେଲେ ଐଶ୍ବର୍ଯ୍ୟାଙ୍କୁ କେତେ ଭରଣପୋଷଣ ଭତ୍ତା ମିଳିବ । ଆସନ୍ତୁ ଜାଣିବା

ଅଭିଶେକ ବଚ୍ଚନ ଏବଂ ଐଶ୍ବର୍ଯ୍ୟା ରାୟ ଏକା ସାଙ୍ଗରେ ନଜର ଆସିଛନ୍ତି । କିନ୍ତୁ ଫାନ୍ସମାନେ ତାଙ୍କ ଭିତରେ ଥିବା ଦୂରତାକୁ ମାପି ସାରିଛନ୍ତି । ଖବର ଅନୁଯାୟୀ ଦୁଇ ଷ୍ଟାର ଝିଅ ଆରାଧ୍ୟାର ସ୍କୁଲ ଫଙ୍କସନରେ ପହଂଚିଥିଲେ । କିନ୍ତୁ ଅଲଗା ଅଲଗା । ବାସ ଏହାକୁ ନେଇ ଫାନ୍ସମାନେ ସନ୍ଦେହ କରୁଛନ୍ତି ଯେ ନିଶ୍ଚୟ ଉଭୟଙ୍କ ଭିତରେ କିଛି ମତାନ୍ତର ରହିଛି । ସୋସିଆଲ ମିଡ଼ିଆରେ ଲୋକ ସେମାନଙ୍କ ଛାଡ଼ପତ୍ର ନେଇ କଥା ହେଉଛନ୍ତି । ଗୁଜବ ଉଠିଛି ଯେ ଅଭିଶେକ ବଚ୍ଚନ ଏବଂ ଐଶ୍ବର୍ଯ୍ୟା ରାୟ ଅଲଗା ହେବାକୁ ଯାଉଛନ୍ତି । ଦୁଇଜଣଙ୍କ ଛାଡ଼ପତ୍ର ଖବର ମଧ୍ୟ ଭାଇରାଲ ହେଉଛି । ଏହି ସମୟରେ ମେଗାଷ୍ଟାରଙ୍କ ଏକମାତ୍ର ପୁଅ ଅଭିଶେକଙ୍କ ସମ୍ପତ୍ତି ନେଇ ଚର୍ଚ୍ଚା ହେଉଛି । ଯଦି ଦୁଇ ଜଣଙ୍କ ଛଡ଼ପତ୍ର ହୁଏ ତେବେ ଐଶ୍ବର୍ଯ୍ୟାଙ୍କୁ କେତେ ଭରଣପୋଷଣ ଭତ୍ତା ମିଳିବ ? ଆସନ୍ତୁ ଜାଣିବା ।

ଅଭିଶେକ ବଚ୍ଚନ ବଲିଉଡ୍ ଦୁନିଆର ଚର୍ଚ୍ଚିତ ଚେହେରା । ସେ ୬୮ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି । ଯେଉଁଥିରେ ୩୮ଫ୍ଲପ୍ ଫିଲ୍ମ ଏବଂ କିଛି ହିଟ୍ ଫିଲ୍ମ ମଧ୍ୟ ରହିଛି । ଅଭିଶେକ ବଚ୍ଚନ ବଲିଉଡରେ ଡ଼େବ୍ୟୁ ଫିଲ୍ମ ରିଫ୍ୟୁଜିରୁ ଆାରମ୍ଭ କରିଥିଲେ । ଯାହା ୨୦୦୦ରେ ରିଲିଜ ହୋଇଥିଲା । ଏହି ଫିଲ୍ମ ପାଇଁ ଅଭିଷେକ ବେଷ୍ଟ ମେଲ୍ ଡ଼େବ୍ୟୁର ଫିଲ୍ମ ଫାୟାର ଆଓ୍ବାର୍ଡ଼ ଜିତିଥିଲେ । ଆପଣ ଜାଣିଛନ୍ତି କି ତାଙ୍କ ମୋଟ ସମ୍ପତ୍ତି କେତେ ?  ଆଉ ଯଦି ଛାଡ଼ପତ୍ର ହୁଏ ତାହେଲେ କେତେ ଅଭିଶେକ ଐଶ୍ବର୍ଯ୍ୟାଙ୍କୁ ଭରଣ ପୋଷଣ ଦେବେ ?

ମିଡ଼ିଆ ରିପୋର୍ଟ ଅନୁଯାୟୀ ଅଭିଶେଷଙ୍କର ମୋଟ ସମ୍ପତ୍ତି ପାଖାପାଖି ୨୮୦ କୋଟି । ସେ ପ୍ରତି ମାସରେ ପାଖାପାଖି ୧.୮ କୋଟି ରୋଜଗାର କରନ୍ତି । ସେ ହିସାବରେ ବାର୍ଷିକ ଆୟ ୨୫ କୋଟି ରୋଜଗାର କରନ୍ତି । ତାଙ୍କ ସମ୍ପତ୍ତିର ମୂଲ୍ୟ ପାଖାପାଖି ୭୫ କୋଟି ଟଙ୍କା ଏବଂ ଅନ୍ୟ ସମ୍ପତ୍ତିର ମୂଲ୍ୟ ପାଖାପାଖି ୬୦ କୋଟି । ଯଦି ଦେଖାଯାଏ ତାହେଲେ ନିଜ ରୋଜଗାରର ୨୫ ପ୍ରତିଶତ ହିସାବରେ ତାଙ୍କୁ ଐଶ୍ବର୍ଯ୍ୟା ରାୟଙ୍କୁ ପ୍ରତି ମାସରେ ୪୫ ଲକ୍ଷ ଦେବାକୁ ହେବ ।

ଅଭିଶେକ ବଚ୍ଚନ ଭାରତୀୟ ସିନେମାର ଏକ ମୁଖ୍ୟ ହସ୍ତୀ । ସେ ସିନେମା ଏବଂ ଉଦ୍ୟୋଗ କ୍ଷେତ୍ରରେ ଏକ ବିଶିଷ୍ଟ ବ୍ୟକ୍ତି । କାରଣ ସେ ଅନେକ ବ୍ରାଣ୍ଡର ଆମ୍ବାସେଡ଼ର । ୫ ଫେବୃଆରୀ ୧୯୭୬ରେ ଜେଜେ ହରିବଂଶ ରାୟ ବଚ୍ଚନ ଏକ କବି ଥିଲେ ଏବଂ ଜେଜେମା ସାମାଜିକ କର୍ମୀ ଥିଲେ ।

ଅଭିଷେକ ବଚ୍ଚନ ଏବଂ ଐଶ୍ବର୍ଯ୍ୟା ରାୟଙ୍କ ବିବାହ ୨୦ ଏପ୍ରିଲ ୨୦୦୭ରେ ହୋଇଥିଲା । ଉଭୟଙ୍କ ବିବାହକୁ ୧୬ ବର୍ଷ ପୁରିଲାଣି । ୨୦୧୧ରେ ଆରାଧ୍ୟା ଜନ୍ମ ହୋଇଥିଲା ।

ଏମିତି ମଧ୍ୟ ହୋଇଥାଇପାରେ ଯେ ବଚ୍ଚନ ପରିବାରରେ ପରସ୍ପର ସମ୍ପର୍କରେ ମନାନ୍ତର ଆସିଥାଏ କିନ୍ତୁ ଏଯାଏଁ ବଚ୍ଚନ ପରିବାର ତରଫରୁ କୌଣସି ପ୍ରତିକ୍ରିୟା ଆସିନାହିଁ । ସୋସିଆଲ ମିଡ଼ିଆରେ ଏହିଭଳି ଚର୍ଚ୍ଚାରୁ ଗୁଜବ ସୃଷ୍ଟି ହେଉଛି । ଆଶା କରିବା ଉଭୟଙ୍କ ଯୋଡ଼ି ସବୁବେଳେ ଅତୁଟ ରହୁ ।