Sun Transit 2024: ଆଜିଠାରୁ ମେଷ ରାଶିରେ ସୂର୍ଯ୍ୟଙ୍କ ଚଳନ, ସଫଳତାର ସ୍ୱାଦ ଚାଖିବେ ୩ ରାଶି
Advertisement
Article Detail0/zeeodisha/odisha2202746

Sun Transit 2024: ଆଜିଠାରୁ ମେଷ ରାଶିରେ ସୂର୍ଯ୍ୟଙ୍କ ଚଳନ, ସଫଳତାର ସ୍ୱାଦ ଚାଖିବେ ୩ ରାଶି

Surya Gochar 2024: ବୈଦିକ ଜ୍ୟୋତିଷଶାସ୍ତ୍ର ଆଜି ଅର୍ଥାତ୍ ଏପ୍ରିଲ୍ ୧୩, ୨୦୨୪ରେ, ସୂର୍ଯ୍ୟ ମୀନ ରାଶିରୁ ମେଷ ରାଶିକୁ ଚଳନ କରୁଛନ୍ତି । ଏହାର ପ୍ରଭାବ ସମସ୍ତ ୧୨ଟି ରାଶି ଉପରେ ପଡୁଥିବା ସମୟରେ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଏହା ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି ।

Sun Transit 2024: ଆଜିଠାରୁ ମେଷ ରାଶିରେ ସୂର୍ଯ୍ୟଙ୍କ ଚଳନ, ସଫଳତାର ସ୍ୱାଦ ଚାଖିବେ ୩ ରାଶି

Surya Gochar 2024 in Mesh Rashi: ଜ୍ୟୋତିଷ ଶାସ୍ତ୍ରରେ ଭଗବାନ ସୂର୍ଯ୍ୟଙ୍କୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭାବେ ବିବେଚନା କରାଯାଇଥାଏ । ସୂର୍ଯ୍ୟ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିବା ସମୟରେ ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ନେଇ ଅନେକ ତଥ୍ୟ ଉଲ୍ଲେଖ ରହିଛି । ପ୍ରତି ୧ ମାସର ବ୍ୟବଧାନରେ ସୂର୍ଯ୍ୟ ଦେବତା ରାଶି ପରିବର୍ତ୍ତନ କରିଥାନ୍ତି । ଯାହା ସମସ୍ତ ୧୨ ଟି ରାଶିର ବ୍ୟକ୍ତିବିଶେଷକୁ ଉଭୟ ସକରାତ୍ମକ ଏବଂ ନକାରାତ୍ମକ ଭାବରେ ପ୍ରଭାବିତ କରିଥାଏ । ଆଜି ଅର୍ଥାତ୍ ୧୩ ଏପ୍ରିଲରେ ସୂର୍ଯ୍ୟ ମୀନ ରାଶିରୁ ବାହାରି ମେଷ ରାଶିରେ ପ୍ରବେଶ କରୁଛନ୍ତି । ଏଥି ସହିତ ସୌର ନବବର୍ଷ ମଧ୍ୟ ଆଜିଠାରୁ ଆରମ୍ଭ ହେଉଛି । ସୂର୍ଯ୍ୟଙ୍କ ଚଳନ ସମସ୍ତ ରାଶି ନକ୍ଷତ୍ରର ବ୍ୟକ୍ତିବିଶେଷଙ୍କୁ ପ୍ରଭାବିତ କରିବ । କିନ୍ତୁ ୩ଟି ରାଶିର ବ୍ୟକ୍ତିଙ୍କୁ ଏହି ଚଳନ ଅଧିକ ଲାଭ ଦେବାକୁ ଯାଉଛି ।

ବୃଷ ରାଶି
ଆପଣଙ୍କୁ ସୂର୍ଯ୍ୟଙ୍କ ରାଶିପରିବର୍ତ୍ତନ ଶୁଭ ଫଳ ପ୍ରଦାନ କରିବ । ଆପଣ ବିଶେଷ ଲାଭ ପାଇବେ । ଏହି ସମୟ ମଧ୍ୟରେ ଅର୍ଥନୈତିକ କ୍ଷେତ୍ରରେ ଲାଭର ସମ୍ଭାବନା ରହିଛି । ନିଯୁକ୍ତି କ୍ଷେତ୍ରରେ ଆପଣ ସଫଳତା ପାଇବେ । ଏହି ସମୟରେ ଆଧ୍ୟାତ୍ମିକତା ପ୍ରତି ମନରେ ଆଗ୍ରହ ରହିବ । ହଠାତ୍ ଆର୍ଥିକ ଲାଭ ମିଳିପାରେ । ପୂର୍ବ ବିନିଯୋଗରୁ ଆପଣଙ୍କୁ ଲାଭ ମିଳିବ । ଏହି ସମୟ ମଧ୍ୟରେ ଆପଣ ନୂଆ ଯାନ ବାହନ, ଘର କିମ୍ବା ଜମି କ୍ରୟ କରିପାରିବେ । ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ ।

ମିଥୁନ ରାଶି
ସୂର୍ଯ୍ୟଙ୍କ ଚଳନ ଆପଣଙ୍କୁ ବିଶେଷ ଲାଭ ଦେବ । ଏହି ସମୟରେ ଅର୍ଥନୈତିକ କ୍ଷେତ୍ରରେ ଲାଭର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ପଦୋନ୍ନତିର ସୁଯୋଗ ମିଳିବ । ଆପଣଙ୍କ ଆୟ ବୃଦ୍ଧି ହୋଇପାରେ । ଚାକିରି ଖୋଜୁଥିବା ବ୍ୟକ୍ତି ସଫଳତା ପାଇବାର ସୁଯୋଗ ରହିଛି । ପୂର୍ବ ସମସ୍ୟାରୁ ମଧ୍ୟ ମୁକ୍ତି ପାଇପାରିବେ । ସମାଜରେ ଆପଣଙ୍କର ମାନ ସମ୍ମାନ ବୃଦ୍ଧି ପାଇବ । ପରିବାର ସଦସ୍ୟଙ୍କ ସହ ସମୟ ଅତିବାହିତ କରିବାର ସୁଯୋଗ ପାଇବେ । ନିଜର ଲକ୍ଷ୍ୟ ହାସଲ କରିବାରେ ସଫଳତା ପାଇବ ।

ସିଂହ ରାଶି
ସୂର୍ଯ୍ୟଙ୍କ ଚଳନରୁ ଆପଣଙ୍କୁ ବିଶେଷ ଲାଭ ମିଳିବ । ଉଚ୍ଚଶିକ୍ଷାରେ ଆପଣଙ୍କୁ ସଫଳତା ମିଳିବ । ନୂଆ ନିଯୁକ୍ତି ମିଳିପାରେ । କାର୍ଯ୍ୟ କ୍ଷେତ୍ରରେ ପଦୋନ୍ନତି ମିଳିବାର ସୁଯୋଗ ରହିଛି । ରୋଜଗାର କରିବାର ନୂଆ ଉତ୍ସ ମିଳିପାରେ । ଆପଣଙ୍କ ଆର୍ଥିକ ସମସ୍ୟାର ସମାଧାନ ହେବ । ଆଧ୍ୟାତ୍ମିକତା ପ୍ରତି ଆଗ୍ରହ ବଢିବ । ପାରିବାରିକ ସୁଖ, ଶାନ୍ତି ମିଳିବ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।

Also Read- Mangal Gochar 2024 April: ବୃହସ୍ପତିଙ୍କ ଘରେ ମଙ୍ଗଳ ପ୍ରବେଶ, ୬ ଟି ରାଶିର ଲୋକଙ୍କୁ ମିଳିବ ଲାଭ

Also Read- Puri News: ଶ୍ରୀମନ୍ଦିର ସିଂହଦ୍ୱାର ଜଗିବେ ପ୍ରତିହାରୀ ସେବାୟତ !