Shukra Gochar 2024: ଆଜି ଶୁକ୍ରଙ୍କ ଚଳନ, ୩ ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ଲାଗିବ ଲଟେରୀ
Advertisement
Article Detail0/zeeodisha/odisha2182764

Shukra Gochar 2024: ଆଜି ଶୁକ୍ରଙ୍କ ଚଳନ, ୩ ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ଲାଗିବ ଲଟେରୀ

Shukra Gochar 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଆଜି ଅର୍ଥାତ୍ ୨୦୨୪ ମସିହା ମାର୍ଚ୍ଚ ୩୧ ତାରିଖରେ ଶୁକ୍ର ବୃହସ୍ପତିଙ୍କ ରାଶିରେ ଚଳନ କରିବେ । ମୀନ ରାଶିରେ ଶୁକ୍ରଙ୍କ ଚଳନ କାରଣରୁ କିଛି ରାଶିର ବ୍ୟକ୍ତିବିଶେଷଙ୍କ ଭାଗ୍ୟ ଫିଟିବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ଚଳନ ଅତ୍ୟନ୍ତ ଶୁଭ ହେବ ।

Shukra Gochar 2024: ଆଜି ଶୁକ୍ରଙ୍କ ଚଳନ, ୩ ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ଲାଗିବ ଲଟେରୀ

Shukra Gochar 2024: ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହଙ୍କୁ ନେଇ ଅନେକ ସ୍ୱତନ୍ତ୍ରତା ରହିଛି । ଶୁକ୍ରଙ୍କ ପ୍ରଭାବରେ ଧନ ବୃଦ୍ଧି ହୋଇଥାଏ । ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ, ପ୍ରଭୁ ଶୁକ୍ର ବିଳାସପୂର୍ଣ୍ଣ ଜୀବନ ଏବଂ ସୁଖ ଶାନ୍ତି ସହିତ ଜଡିତ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିଙ୍କ ରାଶିରେ ଶୁକ୍ରଙ୍କ ସ୍ଥିତି ଭଲ ସେମାନଙ୍କ ଜୀବନରେ ଧନର ଅଭାବ ଦେଖାଯାଏ ନାହିଁ । ଏଥିସହ ଘରେ କୌଣସି ପ୍ରକାରର ଆର୍ଥିକ ସଙ୍କଟ ଦେଖାଯାଏ ନାହିଁ ।

ଜ୍ୟୋତିଷଙ୍କ ମତ ଅନୁଯାୟୀ ଶୁକ୍ର ବୃହସ୍ପତିଙ୍କ ରାଶି ମୀନରେ ଆଜି ରାତି ୪ଟା ୫୪ ମିନିଟରେ ପ୍ରବେଶ କରିବେ । ମୀନରେ ଶୁକ୍ରଙ୍କ ଚଳନ ମାଲବ୍ୟ ରାଜଯୋଗ ସୃଷ୍ଟି କରିବ । ଏହା ସହିତ ଆପଣଙ୍କ ଜୀବନରେ ଅନେକ ସୁଖ ଏବଂ ଶାନ୍ତି ମଧ୍ୟ ଆସିବ । ସମସ୍ତ ପ୍ରକାର ଅର୍ଥ ସମ୍ବନ୍ଧୀୟ ସମସ୍ୟା ଦୂରେଇ ଯିବ । ତେଣୁ ଆଜି ଆମେ ଆପଣଙ୍କୁ ଜଣାଇବୁ କେଉଁ ସବୁ ରାଶିର ବ୍ୟକ୍ତିବିଶେଷମାନେ ଶୁକ୍ରଙ୍କ ମୀନ ରାଶିରେ ଚଳନରୁ ଶୁଭ ଫଳାଫଳ ପାଇବେ ।

ମିଥୁନ ରାଶି
ମିଥୁନ ରାଶିର ବ୍ୟକ୍ତିବିଶେଷଙ୍କୁ ଶୁକ୍ରଙ୍କ ଚଳନ ଖୁବ ଲାଭ ଦେବ । ଜୀବନରେ ଅନେକ ପ୍ରକାରର ଅଗ୍ରଗତି ଆଣିବ । ଯେଉଁମାନେ ଚାକିରି କିମ୍ବା ବ୍ୟବସାୟ କରୁଛନ୍ତି ସେମାନେ ସଫଳତା ପାଇବା ସହ ଆଗକୁ ବଢିବେ । ଦୀର୍ଘ ଦିନରୁ ରହିଥିବା ବିଚାରାଧୀନ କାର୍ଯ୍ୟ ସମାପ୍ତ ହେବ । ସବୁ କ୍ଷେତ୍ରରେ ଆପଣ ଆଶ୍ୱସ୍ତି ଲାଭ କରିବେ ।

ତୁଳା ରାଶି
ଜ୍ୟୋତିଷଙ୍କ ମତ ଅନୁଯାୟୀ, ମାର୍ଚ୍ଚ ୩୧ ତାରିଖରେ ଶୁକ୍ରଙ୍କ ରାଶି ପରିବର୍ତ୍ତନ ଆପଣଙ୍କ ପାଇଁ ଲାଭଜନକ ହେବ । ବିଶେଷ କରି ବ୍ୟବସାୟ କ୍ଷେତ୍ରରେ ଅଧିକ ଲାଭ ପାଇବେ । ସାମାଜିକ କାର୍ଯ୍ୟ କରିବାକୁ ମନରେ ଆଗ୍ରହ ରହିବ । ମାନ ସମ୍ମାନରେ ବୃଦ୍ଧି ଘଟିବ । କାର୍ଯ୍ୟରତ ଲୋକଙ୍କ ପାଇଁ, ଏହି ଚଳନ କୌଣସି ଚମତ୍କାରଠାରୁ କମ୍ ନୁହେଁ । ହଠାତ୍ ଚାକିରିରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଆୟ ବଢିବା ଦ୍ୱାରା ମନ ଖୁସି ରହିବ ।

ଧନୁ ରାଶି
ଶୁକ୍ରଙ୍କ ଚଳନ ଆପଣଙ୍କ ପାଇଁ ଅନୁକୂଳ ପ୍ରମାଣିତ ହେବ । ଜମିବାଡି ତଥା ସମ୍ପତ୍ତି ଜନିତ ସମସ୍ୟାର ସମାଧାନ ହେବ । ଯାନବାହନ କିଣିବାର ସ୍ୱପ୍ନ ପୂରଣ ହୋଇପାରେ । ସ୍ୱାସ୍ଥ୍ୟ ଭଲ ରହିଲେ ମଧ୍ୟ ଉପଯୁକ୍ତ ଯତ୍ନ ନେବାରେ ଅବହେଳା କରନ୍ତୁ ନାହିଁ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)

Also Read- Shukra Gochar 2024: ଶୁକ୍ର କରିବେ ରାଶି ପରିବର୍ତ୍ତନ, ସତର୍କ ରୁହନ୍ତୁ ଏହି ୨ଟି ରାଶିର ବ୍ୟକ୍ତି

Also Read- Puri News: ଏପ୍ରିଲ ୧ରେ ୪ ଘଣ୍ଟା ବନ୍ଦ ଜଗା ଦର୍ଶନ