Shani Nakshatra Parivartan: ମଇ ୧୨ରେ ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ, ୩ରାଶିକୁ ଲାଭ
Advertisement
Article Detail0/zeeodisha/odisha2226106

Shani Nakshatra Parivartan: ମଇ ୧୨ରେ ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ, ୩ରାଶିକୁ ଲାଭ

Shani Nakshatra Parivartan In May: ଆସନ୍ତା ମଇ ୧୨ ଦିନ ପୂର୍ବାହ୍ନ ୮ଟା୮ ସମୟରେ ଶନିଦେବ ପୂର୍ବାଭାଦ୍ରପଦ ଦ୍ୱିତୀୟ ସ୍ଥାନରେ ଚଳନ କରିବେ । ଅଗଷ୍ଟ ୧୮ ପର୍ଯ୍ୟନ୍ତ ଦ୍ୱିତୀୟ ଘରେ ଅବସ୍ଥାନ କରିବେ ଶନିଦେବ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପୂର୍ବଭାଦ୍ରପଦ ନକ୍ଷତ୍ରକୁ ୨୫ ତମ ନକ୍ଷତ୍ର ବୋଲି ବିବେଚନା କରାଯାଏ। 

Shani Nakshatra Parivartan: ମଇ ୧୨ରେ ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ, ୩ରାଶିକୁ ଲାଭ

Shani Nakshatra Parivartan In May: ୨୦୨୪ ମସିହାରେ ଶନି ନକ୍ଷତ୍ର ପରିବର୍ତ୍ତନ ଅନେକ ରାଶି ପାଇଁ ଶୁଭ ହେବାକୁ ଯାଉଛି । ଶନିଦେବ ପୂର୍ବା ଭାଦ୍ରପଦ ନକ୍ଷତ୍ରରେ ୦୬ ଏପ୍ରିଲରେ ଚଳନ କରିଛନ୍ତି । ଶନି ଦେବ କୁମ୍ଭର ଶାସକ ଗ୍ରହ ଏବଂ ସେ ନିଜ ରାଶିର ଅବସ୍ଥିତ ଅଛନ୍ତି ବୋଲି ଜ୍ୟୋତିଷ ମତ ଦେଇଛନ୍ତି । ୨୦୨୪ ଏପ୍ରିଲ୍ ୬ ଅପରାହ୍ମ ୩ଟା୫୫ ମିନିଟ ସମୟରେ ଶନିଦେବ ପୂର୍ବାଭାଦ୍ରପଦ ନକ୍ଷତ୍ରର ପ୍ରଥମ ସ୍ଥିତିରେ ଚଳନ କରିଥିଲେ । ଏବେ ସେ ଖୁବ ଶୀଘ୍ର ପୂର୍ବାଭାଦ୍ରପଦ ନକ୍ଷତ୍ର ଦ୍ୱିତୀୟ ପଦରେ ପ୍ରବେଶ କରିବାକୁ ଯାଉଛନ୍ତି । ଆସନ୍ତା ମଇ ୧୨ ଦିନ ପୂର୍ବାହ୍ନ ୮ଟା୮ ସମୟରେ ଶନିଦେବ ପୂର୍ବାଭାଦ୍ରପଦ ଦ୍ୱିତୀୟ ସ୍ଥାନରେ ଚଳନ କରିବେ । ଅଗଷ୍ଟ ୧୮ ପର୍ଯ୍ୟନ୍ତ ଦ୍ୱିତୀୟ ଘରେ ଅବସ୍ଥାନ କରିବେ ଶନିଦେବ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପୂର୍ବଭାଦ୍ରପଦ ନକ୍ଷତ୍ରକୁ ୨୫ ତମ ନକ୍ଷତ୍ର ବୋଲି ବିବେଚନା କରାଯାଏ। ଏହି ନକ୍ଷତ୍ରର ପ୍ରଥମ ତିନୋଟି ପର୍ଯ୍ୟାୟ କୁମ୍ଭ ରାଶିରେ ଏବଂ ଶେଷ ପର୍ଯ୍ୟାୟ ମୀନ ରାଶିରେ ପଡିଥାଏ । ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଜଣେ ବ୍ୟକ୍ତି ଦ୍ୱିତୀୟ ପଦ୍ମ କିମ୍ବା ପୂର୍ବାଭାଦ୍ରପଦ ନକ୍ଷତ୍ରର ଅନ୍ତିମ ପର୍ଯ୍ୟାୟରେ ଅତ୍ୟନ୍ତ ଶକ୍ତିଶାଳୀ ଅନୁଭବ କରନ୍ତି। ଏଭଳି ପରିସ୍ଥିତିରେ ଶନିଦେବ ଦ୍ୱିତୀୟ ପାଦରେ ପ୍ରବେଶ କରି କିଛି ରାଶିକୁ ବିଶେଷ ଲାଭ ପ୍ରଦାନ କରିବେ । ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତିବିଶେଷ ଏହାଦ୍ୱାରା ଲାଭ ପାଇବେ ।

ମେଷ ରାଶି
ଶନିଦେବଙ୍କ ପୂର୍ବାଭାଦ୍ରପଦ ନକ୍ଷତ୍ରର ଦ୍ୱିତୀୟ ସ୍ଥାନକୁ ଚଳନ ସମୟରେ ଆପଣ ଅତ୍ୟନ୍ତ ଶୁଭଫଳ ପାଇବେ । ଆପଣଙ୍କର ଆୟ ବୃଦ୍ଧି ହେବାର ସମ୍ଭାବନା ରହିଛି । ହଠାତ୍ କୌଣସି ସ୍ଥାନରୁ ମୋଟା ଅଙ୍କର ଟଙ୍କା ପାଇପରାରନ୍ତି । ମଇ ୧୨ ପରେ ଆପଣଙ୍କର ଅଟକି ରହିଥିବା ଟଙ୍କା ଫେରି ଆସିବ । ଆପଣଙ୍କ ଭଲ କାର୍ଯ୍ୟ କାରଣରୁ ସମାଜରେ ଆପଣଙ୍କୁ ମାନ ସମ୍ମାନ ମିଳିବ । ଚାକିରି କ୍ଷେତ୍ରରେ ଆପଣ ଲାଭ ପାଇବେ । କୌଣସି ସମ୍ପତ୍ତି କ୍ଷେତ୍ରରେ ଅର୍ଥ ବିନିଯୋଗ କରିବା ପାଇଁ ଏହି ସମୟ ଆପଣଙ୍କ ପାଇଁ ଅନୂକୁଳ ।

କନ୍ୟା ରାଶି
ଆପଣ ରାଶିରେ ଶନିଦେବଙ୍କ ଭଲ ପ୍ରଭାବ ରହିବ । ଭାଗ୍ୟ ଆପଣଙ୍କର ସପୂର୍ଣ୍ଣ ସାଥ୍ ଦେବ । ମେ ୧୨ ପରେ ଆପଣ ଉଭୟ ଚାକିରି ଏବଂ ବ୍ୟବସାୟରେ ଲାଭ ପାଇବେ । କର୍ମକ୍ଷେତ୍ରରେ ଆପଣ ପ୍ରଶଂସିତ ହେବେ । ପଦୋନ୍ନତିର ସମ୍ଭାବନା ରହିଛି । ପରିବାରରେ ଥିବା ପୂରୁଣା ସମସ୍ୟାର ସମାଧାନ ହେବ । ମୋଟ ଉପରେ କହିବାକୁ ଗଲେ ଆପଣଙ୍କ ପାଇଁ ପ୍ରତିଟି କ୍ଷେତ୍ରରେ ସଫଳତାର ଯୋଗ ରହିଛି ।

ଧନୁ ରାଶି
ଶନି ଦେବଙ୍କର ବିଶେଷ ଆଶୀର୍ବାଦ ଆପଣଙ୍କୁ ମିଳିବ । ଦୀର୍ଘ ଦିନର ବିଚାରାଧୀନ କାର୍ଯ୍ୟ ସମାପ୍ତ ହେବାରୁ ଆପଣ ଖୁସି ପ୍ରକାଶ କରିବେ । କାର୍ଯ୍ୟକ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ । ନୂଆ ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ଭଲ ସୁଯୋଗ ମିଳିବ । ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ ଏହି ସମୟ ଅତ୍ୟନ୍ତ ଶୁଭ । ପୁର୍ବଭାଦ୍ରପଦ ନକ୍ଷତ୍ରର ଦ୍ୱିତୀୟ ସ୍ଥିତି ଆପଣଙ୍କ ଜୀବନରେ ସୁଖ ଏବଂ ଶାନ୍ତି ଆଣିଦେବ ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )

Also Read- Heat Wave: କାଲି ଜଳିବ ଅଧା ଓଡ଼ିଶା ! ୧୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

Also Read- Ram Mandir News: ଏଥର ଆରାମରେ କରିବେ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ, ଟ୍ରଷ୍ଟ ନେଲା ବଡ଼ ପଦକ୍ଷପ