Rashifal 23 April 2024: ୨୩ ଏପ୍ରିଲରେ ସୂର୍ଯ୍ୟଙ୍କ ପରି ଚମକିବ ଏହି ରାଶିର ଭାଗ୍ୟ !
Advertisement
Article Detail0/zeeodisha/odisha2216613

Rashifal 23 April 2024: ୨୩ ଏପ୍ରିଲରେ ସୂର୍ଯ୍ୟଙ୍କ ପରି ଚମକିବ ଏହି ରାଶିର ଭାଗ୍ୟ !

Rashifal 23 April 2024: ମଙ୍ଗଳବାର କେମିତି କଟିବ ଆପଣଙ୍କ ଦିନ ? କେଉଁ ରାଶିର ବ୍ୟକ୍ତିଙ୍କ ଜୀବନରେ ଆସିବ ସମସ୍ୟା ଏବଂ କାହାକୁ ମିଳିବ ଶୁଭଫଳ ଆସନ୍ତୁ ସେ ବିଷୟରେ ଜାଣିବା ।

Rashifal 23 April 2024: ୨୩ ଏପ୍ରିଲରେ ସୂର୍ଯ୍ୟଙ୍କ ପରି ଚମକିବ ଏହି ରାଶିର ଭାଗ୍ୟ !

Rashifal 23 April 2024: ୨୩ ଏପ୍ରିଲ ମଙ୍ଗଳବାର ଦିନ ପବିତ୍ର ହନୁମାନ ଜୟନ୍ତୀ ପଡୁଛି । ଏହି ଦିନରେ ଆପଣଙ୍କ ରାଶିକୁ କିପରି ଫଳାଫଳ ପ୍ରାପ୍ତି ହେବ ଏବଂ ଶୁଭଫଳ ପାଇବା ପାଇଁ ଆପଣଙ୍କୁ କଣ କରିବାକୁ ହେବ ଆଜି ଆମେ ଆପଣଙ୍କୁ ସେ ବିଷୟରେ କହିବୁ । ମେଷଠାରୁ ମୀନ ପର୍ଯ୍ୟନ୍ତ ସମସ୍ତ ରାଶିଫଳ ପଢ଼ନ୍ତୁ ।

ମେଷ ରାଶି
ଆଜି ଆପଣ ସୃଜନଶୀଳ କାର୍ଯ୍ୟରେ ଅଂଶଗ୍ରହଣ କରିପାରନ୍ତି । ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କ ପାଇଁ ଲାଭଜନକ ପରିସ୍ଥିତି ରହିଛି । ବ୍ୟକ୍ତିଗତ ଜୀବନରେ ଆପଣ ଅଧିକାଂଶ ପ୍ରୟାସରେ ସଫଳ ହେବେ । ସନ୍ତୁଳିତ ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ । ମଙ୍ଗଳବାର ସକାଳ ସମୟରେ ମଙ୍ଗଳଙ୍କ ବୀଜ ମନ୍ତ୍ର ଜପ କରନ୍ତୁ ଶୁଭଫଳ ମିଳିବ ।

ବୃଷ ରାଶି
ଦାମ୍ପତ୍ୟ ଜୀବନରେ ମତଭେଦ ହୋଇପାରେ । ନିଜର କଥାବାର୍ତ୍ତା ଉପରେ ସଂଜମତା ରକ୍ଷା କରନ୍ତୁ । ଛାତ୍ରମାନେ ନିଜ ଲକ୍ଷ ଉପରେ ଧ୍ୟାନ ଦେବା ଆବଶ୍ୟକ । ନିଜ ସହକର୍ମୀଙ୍କୁ ସମ୍ମାନ ଦିଅନ୍ତୁ । ସୂର୍ଯ୍ୟଦେବଙ୍କୁ କଦଳୀ ଏବଂ ଚାଉଳ ମିଶ୍ରିତ ପାଣି ଅର୍ପଣ କରନ୍ତୁ । ଗାଈକୁ ୪ଟି ରୁଟି ଖାଇବାକୁ ଦିଅନ୍ତୁ । ଶୁକ୍ରଗ୍ରହଙ୍କ ବୀଜ ମନ୍ତ୍ର ଜପ କଲେ ଆପଣ ଶୁଭ ଫଳାଫଳ ପାଇବେ ।

ମିଥୁନ ରାଶି
ସ୍ୱାଧୀନ ନିଷ୍ପତ୍ତି ଗ୍ରହଣ କରିବାର ଅଭ୍ୟାସକୁ ବନ୍ଦ କରନ୍ତୁ । ଶାନ୍ତ ରହିବା ସହ ଯୋଗ କରିବାକୁ ଚେଷ୍ଟା କରନ୍ତୁ । ଶୁଭଫଳ ପାଇବା ପାଇଁ ମାଙ୍କଡମାନଙ୍କୁ କଦଳୀ ଖାଇବାକୁ ଦିଅନ୍ତୁ । ମଙ୍ଗଳ ଗ୍ରହଙ୍କ ବୀଜ ମନ୍ତ୍ର ଜପ କରିବା ଦ୍ୱାରା ଆପଣ ଲାଭ ପାଇବେ । ଏଥିସହ ଗାଈକୁ ସବୁଜ ଖାଦ୍ୟ ଖାଇବାକୁ ଦିଅନ୍ତୁ ।

କର୍କଟ ରାଶି
ସାଂସ୍କୃତିକ କିମ୍ବା ପାରିବାରିକ କାର୍ଯ୍ୟରେ ଆପଣ ଯୋଗ ଦେବାର ସମ୍ଭାବନା ରହିଛି । ସମ୍ପର୍କୀୟ ଏବଂ ପରିବାର ସଦସ୍ୟଙ୍କଠାରୁ ସହାୟତା ପାଇବେ । ପରିବାର ସଦସ୍ୟଙ୍କ ସହିତ ଦିନଟି ଅତିବାହିତ ହୋଇପାରେ । ଯଦି ଆପଣ କୁକୁରକୁ ରୁଟି ଖାଇବାକୁ ଦିଅନ୍ତି ତେବେ ଶୁଭଫଳ ମିଳିବ । ସକାଳ ସମୟରେ ମଙ୍ଗଳ ଗ୍ରହର ବିୀଜ ମନ୍ତ୍ର ଜପ କରିଲେ ସମସ୍ୟା ଟଳିଯିବ ।

ସିଂହ ରାଶି
ଘରକୁ ବନ୍ଧୁଙ୍କ ଆଗମନ ହୋଇପାରେ । ଘରେ ଖୁସିର ପରିବେଶ ରହିବ । ପାରିବାରିକ ଜୀବନ ବହୁତ ଭଲ ହେବ । ପିତାମାତାଙ୍କ ଆଶୀର୍ବାଦ ନେଇ କାମ ଆରମ୍ଭ କଲେ ଆପଣଙ୍କୁ ସଫଳତା ମିଳିବ । ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ହେବାର ପୂର୍ଣ୍ଣ ସମ୍ଭାବନା ରହିଛି । ଗାଈକୁ ଖାଦ୍ୟ ଦିଅନ୍ତୁ ଅତ୍ୟନ୍ତ ଶୁଭ ହେବ ।

କନ୍ୟା ରାଶି
ନିଜର ଆତ୍ମବିଶ୍ୱାସ ଏବଂ ସାନ୍ତ୍ୱନା ବଜାୟ ରଖନ୍ତୁ । ମନରେ କୌଣସି ଭୟ ରଖନ୍ତୁ ନାହିଁ କିମ୍ୱା ବିବ୍ରତ ହୁଅନ୍ତୁ ନାହିଁ । ବିନା କାରଣରେ ପରିବାର ସଦସ୍ୟଙ୍କ ସହ ଝଗଡା କରନ୍ତୁ ନାହିଁ । ପ୍ରେମ ସଂପର୍କରେ କିଛି ପଦକ୍ଷେପ ନିଅନ୍ତୁ ନାହିଁ । ମଙ୍ଗଳଙ୍କ ବୀଜ ମନ୍ତ୍ର ଜପ କରନ୍ତୁ। ଗରିବ ଲୋକଙ୍କୁ ଖାଇବାକୁ ଦେଲେ ଶୁଭଫଳ ମିଳିବ । ଯଦି କୌଣସି ଅସୁସ୍ଥ ଗାଈର ଚିକିତ୍ସା କରିବେ ତେବେ ଆପଣଙ୍କର କଲ୍ୟାଣ ହେବ ।

ତୁଳା ରାଶି
ବୃତ୍ତିଗତ ଜୀବନରେ ଆପଣଙ୍କୁ କ୍ଷତି ସହିବାକୁ ପଡିପାରେ । ପିତାମାତାଙ୍କ ସେବା ତଥା ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ବିନା କାରଣରେ କାହା ସହିତ ଅଧିକ ମିଶନ୍ତୁ ନାହିଁ । ଛୋଟ ଝିଅକୁ ପୋଷାକ ଦାନ କଲେ ଶୁଭଫଳ ମିଳିବ ।

ବିଛା ରାଶି
ଆଜି ଆପଣଙ୍କୁ କୌଣସି କ୍ଷେତ୍ରରୁ ଅର୍ଥପ୍ରାପ୍ତି ହୋଇପାରେ । ବ୍ୟବସାୟ ଏବଂ ଚାକିରି କରୁଥିବା ଲୋକଙ୍କ ପାଇଁ ଆଜି ଏକ ଭଲ ଦିନ । ବରିଷ୍ଠ ସହଯୋଗୀଙ୍କ ଦ୍ୱାରା ଉପକୃତ ହେବେ । ପରିବାରରେ କୌଣସି ସାଂସ୍କୃତିକ ହୋଇପାରେ । ଆପଣଙ୍କ ନିକଟରେ ଆନନ୍ଦର ପରିବେଶ ରହିବ । ଚାକିରିରେ ପଦୋନ୍ନତି କିମ୍ବା ଦରମା ବୃଦ୍ଧି ହୋଇପାରେ । ଯଦି କୌଣସି ଘରୋଇ ସାମଗ୍ରୀ କିଣିବାକୁ ଚାହୁଁଛନ୍ତି ତେବେ ଆଜି ଶୁଭ ଦିନ । ହନୁମାନ ଚଲିସା ପାଠ କରନ୍ତୁ ।

ଧନୁ ରାଶି
କୌଣସି ବିବାହ କାର୍ଯ୍ୟରେ ଯୋଗ ଦେବାର ସମ୍ଭାବନା ରହିଛି । ଛାତ୍ରମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇବେ । ଗାଈକୁ ହଳଦୀ ସହିତ ମଇଦା ଖାଇବାକୁ ଦିଅନ୍ତି ତେବେ ଦିନଟି ଆପଣଙ୍କ ପାଇଁ ଅଧିକ ଶୁଭ ହେବ । ଗରିବ ଲୋକଙ୍କୁ କିଛି ଦାନ କରନ୍ତୁ ।

ମକର ରାଶି
ବିନା କାରଣରେ କାହା ସହିତ ଝଗଡା କରନ୍ତୁ ନାହିଁ । ଆପଣଙ୍କୁ ଏକ ବଡ଼ ମାମଲା ସାମ୍ନା କରିବାକୁ ପଡିପାରେ । କିଛି ଧାର୍ମିକ ସ୍ଥାନ ପରିଦର୍ଶନ କରନ୍ତୁ ଆପଣଙ୍କ ପାଇଁ ଶୁଭ ହେବ । ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରନ୍ତୁ । ସ୍ୱାମୀ-ସ୍ତ୍ରୀ ସମ୍ପର୍କରେ ପ୍ରେମ ବଢିବ । କୁକୁରକୁ ଖାଦ୍ୟ ଦେବା ଆପଣଙ୍କ ପାଇଁ ଶୁଭପ୍ରଦ ।

କୁମ୍ଭ ରାଶି
ବନ୍ଧୁ କିମ୍ବା ସମ୍ପର୍କୀୟଙ୍କ ସହିତ ଦୂରଯାତ୍ରା କରିପାରନ୍ତି । ମାଆଙ୍କ ଆଶୀର୍ବାଦ ନେଇ ଯାତ୍ରା ଆରମ୍ଭ କଲେ ଶୁଭଫଳ ମିଳିବ । ସକାଳ ସମୟରେ ବଜରଙ୍ଗବାଲୀଙ୍କ ମନ୍ତ୍ର ପାଠ କରନ୍ତୁ ସବୁ ଅସୁବିଧା ଏଡାଇଯିବ ।

ମୀନ ରାଶି
ଦାମ୍ପତ୍ୟ ଜୀବନ ଏବଂ ପାରିବାରିକ ଜୀବନରେ ଆପଣ ଶୁଭଫଳ ପାଇବେ । ପ୍ରେମ ସମ୍ପର୍କ ପାଇଁ ମଧ୍ୟ ସମୟ ଅନୁକୂଳ । ନକାରାତ୍ମକ ଲୋକଙ୍କଠାରୁ ନିଜକୁ ଦୂରେଇ ରଖନ୍ତୁ । ଆପଣଙ୍କ ଆର୍ଥିକ ସଙ୍କଟର ସାମ୍ନା କରିପାରନ୍ତି । ଯଦି ଆପଣ ପାଣିରେ ଅଳ୍ପ ହଳଦୀ ମିଶାଇ ସ୍ନାନ କରିବେ ତେବେ ଆପଣଙ୍କ ପାଇଁ ଶୁଭ । ବୃହସ୍ପତିର ବୀଜ ମନ୍ତ୍ର ପାଠ କରନ୍ତୁ ଆଶୀର୍ବାଦ ମିଳିବ ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )

Also Read- Budh Gochar 2024: ମେଷ ରାଶିରେ ବୁଧ ଚଳନ, ୩ ରାଶିକୁ ବ୍ୟବସାୟ ଓ ଚାକିରିରେ ଲାଭ

Also Read- ଅକ୍ଷୟ ତୃତୀୟାରେ କରନ୍ତୁ ୪ଟି ବିଶେଷ ପ୍ରତିକାର, ମିଳିବ ଲକ୍ଷ୍ମୀଙ୍କ ଆଶୀର୍ବାଦ, ବଢିବ ସୁଖ ଓ ସମୃଦ୍ଧି