Rashifal 21 May 2024: ୨୧ ମଇରେ ସୂର୍ଯ୍ୟଙ୍କ ପରି ଚମକିବ ଏହି ରାଶିର ଭାଗ୍ୟ, ଜାଣନ୍ତୁ ଭାଗ୍ୟଫଳ
Advertisement
Article Detail0/zeeodisha/odisha2256402

Rashifal 21 May 2024: ୨୧ ମଇରେ ସୂର୍ଯ୍ୟଙ୍କ ପରି ଚମକିବ ଏହି ରାଶିର ଭାଗ୍ୟ, ଜାଣନ୍ତୁ ଭାଗ୍ୟଫଳ

Rashifal 21 May 2024: ୨୧ ମଇ ମଙ୍ଗଳବାର ଆପଣଙ୍କ ପାଇଁ କିପରି କଟିବ ? କେଉଁ ରାଶି ପାଇଁ ଶୁଭଫଳ ମିଳିବ ଏବଂ କାହାକୁ ସତର୍କ ରହିବା ଆବଶ୍ୟକ ଆସନ୍ତୁ ଜାଣିବା ଜ୍ୟୋତିଷଙ୍କ ମତ ।

Rashifal 21 May 2024: ୨୧ ମଇରେ ସୂର୍ଯ୍ୟଙ୍କ ପରି ଚମକିବ ଏହି ରାଶିର ଭାଗ୍ୟ, ଜାଣନ୍ତୁ ଭାଗ୍ୟଫଳ

Rashifal 21 May 2024: ଦୈନିକ ରାଶିଫଳ ମାଧ୍ୟମରେ ଆପଣ ଆପଣଙ୍କ ରାଶିଫଳ ଜାଣିପାରିବେ । ୨୧ ମଇ ମଙ୍ଗଳବାର ଆପଣଙ୍କ ପାଇଁ କିପରି କଟିବ ? କେଉଁ ରାଶି ପାଇଁ ଶୁଭଫଳ ମିଳିବ ଏବଂ କାହାକୁ ସତର୍କ ରହିବା ଆବଶ୍ୟକ ଆସନ୍ତୁ ଜାଣିବା ଜ୍ୟୋତିଷଙ୍କ ମତ ।

ମେଷ ରାଶି
ବୈବାହିକ ଜୀବନରେ ଆପଣ ସୁଖୀ ରହିବେ । ପାରିବାରିକ ପ୍ରତିଷ୍ଠା ବୃଦ୍ଧି ପାଇବ । ଯୋଗ ଅଭ୍ୟାସ କରିବା ସହ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ । ସକାଳ ସମୟରେ ମଙ୍ଗଳଙ୍କ ବିଜ ମନ୍ତ୍ର ଜପ କରନ୍ତୁ। ମାଙ୍କଡମାନଙ୍କୁ କଦଳୀ ଖାଇବାକୁ ଦିଅନ୍ତୁ ।

ବୃଷ ରାଶି
ଆପଣ ଭାଇ ନିଜ ପରିବାର କିମ୍ୱା ପଡୋଶୀ ଲୋକଙ୍କ ଦ୍ୱାରା ଚାପର ସମ୍ମୁଖୀନ ହୋଇପାରନ୍ତି । ନୂଆ ଦୃଷ୍ଟିକୋଣ ସହିତ ନିଜ ଲକ୍ଷ୍ୟ ଉପରେ ଧ୍ୟାନ ଦିଅନ୍ତୁ । ମହିଳାଙ୍କୁ ଉପଯୁକ୍ତ ସମ୍ମାନ ଦିଅନ୍ତୁ । ସକାଳ ସମୟରେ ସୂର୍ଯ୍ୟଦେବଙ୍କୁ ହଳଦୀ ଏବଂ ଚାଉଳ ମିଶ୍ରିତ ପାଣି ଅର୍ପଣ କରନ୍ତୁ । ଗୋମାତାଙ୍କୁ ରୁଟି ଖାଇବାକୁ ଦିଅନ୍ତୁ ।

ମିଥୁନ ରାଶି
ଆପଣଙ୍କ ସମସ୍ୟାର ସମାଧାନ ହେବ । ଶାନ୍ତ ରହିବା ସହ ଆଧ୍ୟାତ୍ମିକତା ପ୍ରତି ମନ ବଳିବ । ମାଙ୍କଡକୁ କଦଳୀ ଖାଇବାକୁ ଦିଅନ୍ତୁ । ମଙ୍ଗଳଙ୍କ ବିଜ ମନ୍ତ୍ର ଜପ କଲେ ଶୁଭଫଳ ମିଳିବ । ଗରିବ ଲୋକଙ୍କୁ ଖାଦ୍ୟ ବାଣ୍ଟନ୍ତୁ ।

କର୍କଟ ରାଶି
ବୈଦ୍ଧିକ ଦକ୍ଷତା ସହିତ କରିଥିବା କାର୍ଯ୍ୟ ସମାପ୍ତ ହେବ । ବନ୍ଧୁଙ୍କ ନିକଟରୁ ସମର୍ଥନ ପାଇବେ । ପରିବାରରେ କିଛି ଧାର୍ମିକ କାର୍ଯ୍ୟ ଆୟୋଜିତ ହୋଇପାରେ । ସମ୍ପର୍କୀୟ କିମ୍ବା ବନ୍ଧୁଙ୍କ ଘରକୁ ଯାଇ ଶୁଭ କାର୍ଯ୍ୟରେ ଅଂଶଗ୍ରହଣ କରିପାରନ୍ତି । ପରିବାର ସଦସ୍ୟଙ୍କ ସହିତ ଦିନଟି ଅତିବାହିତ ହେବ । ଗୋମାତା ଏବଂ କୁକୁରକୁ ରୁଟି ଦିଅନ୍ତୁ । ମଙ୍ଗଳଙ୍କ ବିଜ ମନ୍ତ୍ର ଜପ କରନ୍ତୁ। ହଳଦୀ ଏବଂ ଚାଉଳ ମିଶ୍ରିତ ଜଳ ସୂର୍ଯ୍ୟଙ୍କୁ ଅର୍ପଣ କରନ୍ତୁ ।

ସିଂହ ରାଶି
ସରକାରଙ୍କ ନିକଟରୁ ସାହାଯ୍ୟ ପାଇବେ । ପାରିବାରିକ ଜୀବନ ଖୁସିରେ କଟିବ । ଘରକୁ ବହୁ ପୁରୁଣା ସମ୍ପର୍କୀୟଙ୍କ ଆଗମନ ହୋଇପାରେ । ପିତାମାତାଙ୍କ ଆଶୀର୍ବାଦ ନେଇ କାମ କଲେ ସଫଳତା ପାଇବେ । ଶିକ୍ଷା ସହ ସହିତ ଜଡିତ କାର୍ଯ୍ୟରେ ଉପକୃତ ହେବେ । ସକାଳ ସମୟରେ ଗୋମାତାଙ୍କୁ ମଇଦାରେ ତିଆରି ଖାଦ୍ୟ ଦିଅନ୍ତୁ ।

କନ୍ୟା ରାଶି
ଆର୍ଥିକ ମାମଲାରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହେବ । ଆପଣ କିଛି ଭୟ କାରଣରୁ ଅସୁବିଧାରେ ପଡିପାରନ୍ତି । ବିନା କାରଣରେ ପରିବାର ସଦସ୍ୟଙ୍କ ସହ ଝଗଡା କରନ୍ତୁ ନାହିଁ । ପ୍ରେମ ସଂପର୍କରେ ଚୁପ୍ ରହିବା ଭଲ ହେବ । ମହିଳାମାନଙ୍କ ସହିତ ଅଧିକ କଥା ହେବା ଠାରୁ ଦୂରେଇ ରୁହନ୍ତୁ । ମଙ୍ଗଳଙ୍କ ଜିଜ ମନ୍ତ୍ର ଜପ କରନ୍ତୁ । ଗରିବ ଲୋକଙ୍କୁ ଖାଦ୍ୟ ଦାନ କରନ୍ତୁ ।

ତୁଳା ରାଶି
ବିବାହିତ ଜୀବନରେ ଟେନସନ ବଢିପାରେ । ମା’ଙ୍କ ପରାମର୍ଶ ଅନୁଯାୟୀ କାର୍ଯ୍ୟ କରନ୍ତୁ । ଭାବି ଚିନ୍ତି କାର୍ଯ୍ୟ କରନ୍ତୁ ନଚେତ୍ ଆପଣ କ୍ଷତି ସହିବେ । ଛୋଟ ଝିଅକୁ ଧଳା ପୋଷାକ ଦାନ କରନ୍ତୁ ।

ବିଛା ରାଶି
ଦାମ୍ପତ୍ୟ ଜୀବନରେ ସୁଖର ପରିବେଶ ରହିବ । ଦିନଟିରେ ମନ ଉତ୍ସାହରେ ପରିପୂର୍ଣ୍ଣ ହେବ । ଦୂରଯାତ୍ରାର ସମ୍ଭାବନା ରହିଛି । ପରିବାର ସଦସ୍ୟଙ୍କ ବୈବାହିକ କାର୍ଯ୍ୟ ସମାପ୍ତ ହେବ । ପରିବାରରେ ଉତ୍ସାହ ଏବଂ ଆନନ୍ଦର ପରିବେଶ ରହିବ । ଘର ପାଇଁ କିଛି ଜିନିଷ କିଣାକିଣି କରିପାରନ୍ତି । ହନୁମାନ ଚାଲିସା ପାଠ କରନ୍ତୁ । ମଙ୍ଗଳଙ୍କ ବିଜ ମନ୍ତ୍ର ଜପ କରନ୍ତୁ।

ଧନୁ ରାଶି
କର୍ମକ୍ଷେତ୍ରରେ ଅଗ୍ରଗତି କରିବେ । ସ୍ୱାସ୍ଥ୍ୟକୁ ନେଇ ସତର୍କ ରୁହନ୍ତୁ । ଛାତ୍ରମାନଙ୍କ ପାଇଁ ସଫଳତା ମିଳିବାର ସୁଯୋଗ ରହିଛି । ଗୋମାତାଙ୍କୁ ହଳଦୀ ମିଶ୍ରିତ ରୁଟି ପ୍ରଦାନ କରନ୍ତୁ । ଗରିବ ଲୋକଙ୍କୁ ଖାଇବାକୁ ଦିଅନ୍ତୁ ।

ମକର ରାଶି
ଆପଣଙ୍କର ମାନ ସମ୍ମାନ ବୃଦ୍ଧି ପାଇବ । କିଛି ଧାର୍ମିକ ସ୍ଥାନ ପରିଦର୍ଶନ କରିପାରନ୍ତି । ଅଭାବୀ ବ୍ୟକ୍ତିଙ୍କୁ ସାହାଯ୍ୟ କରିଲେ ଶୁଭଫଳ ମିଳିବ । ସ୍ୱାମୀ-ସ୍ତ୍ରୀ ସମ୍ପର୍କ ପାଇଁ ସମୟ ଅତ୍ୟନ୍ତ ଭଲ । ଆହତ କୁକୁରର ଚିକିତ୍ସା କରିବା ସହ ତାକୁ ରୁଟି ଦିଅନ୍ତୁ ।

କୁମ୍ଭ ରାଶି
ଆପଣଙ୍କ କ୍ଷେତ୍ରରେ ବସ୍ତୁ ସୁଖ ବୃଦ୍ଧି ପାଇବ । ସୃଜନଶୀଳ ପ୍ରୟାସ ଫଳପ୍ରଦ ହେବ । ବନ୍ଧୁ କିମ୍ବା ସମ୍ପର୍କୀୟଙ୍କ ସହିତ ବୁଲିବାକୁ ଯାଇପାରନ୍ତି । ପିତାମାତାଙ୍କ ଆଶୀର୍ବାଦ ନେଇ କାର୍ଯ୍ୟ ଆରମ୍ଭ କଲେ ଶୁଭଫଳ ପାଇବେ । ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇବେ । ଆହତ କୁକୁରର ସେବା କରନ୍ତୁ ଶୁଭଫଳ ମିଳିବ ।

ମୀନ ରାଶି
ପିତା ଏବଂ ଧାର୍ମିକ ଗୁରୁଙ୍କଠାରୁ ସମର୍ଥନ ପାଇବେ । ନିଜ ଭିତରେ ଆତ୍ମବିଶ୍ୱାସ ବଢିବାକୁ ଲାଗିବ । ପ୍ରେମ ସମ୍ପର୍କ ପାଇଁ ସମୟ ଖୁବ ଭଲ । ନକାରାତ୍ମକ ଲୋକଙ୍କଠାରୁ ଦୂରରେ ରୁହନ୍ତୁ ନଚେତ୍ ଆପଣଙ୍କର କ୍ଷତି ହୋଇପାରେ । ଜଳରେ ଏକ ଚାମଚ ହଳଦୀ ମିଶାଇ ସ୍ନାନ କରନ୍ତୁ ଶୁଭଫଳ ମିଳିବ ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

Also Read- Shukra Surya Yuti 2024: ଶୁକ୍ର ଏବଂ ସୂର୍ଯ୍ୟଙ୍କ ମିଳନ, ୫ ରାଶିର ବ୍ୟକ୍ତିଙ୍କ ସମସ୍ୟା ହେବ ଦୂର