Mars Transit 2024: ଆଦିତ୍ୟ ମଙ୍ଗଳ ଯୋଗ କାରଣରୁ ୫ଟି ରାଶିକୁ ବଡ଼ ଫାଇଦା
Advertisement
Article Detail0/zeeodisha/odisha2099284

Mars Transit 2024: ଆଦିତ୍ୟ ମଙ୍ଗଳ ଯୋଗ କାରଣରୁ ୫ଟି ରାଶିକୁ ବଡ଼ ଫାଇଦା

Mars Transit 2024 Capricorn: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମଙ୍ଗଳ ମକର ରାଶିରେ ଚଳନ ପ୍ରଭାବରୁ ୫ଟି ରାଶିକୁ ବିଶେଷ ଫଳ ପ୍ରାପ୍ରି ହେବ ।

Mars Transit 2024: ଆଦିତ୍ୟ ମଙ୍ଗଳ ଯୋଗ କାରଣରୁ ୫ଟି ରାଶିକୁ ବଡ଼ ଫାଇଦା

Mangal Gochar 2024 Makar Rashi: ମଙ୍ଗଳ ଗ୍ରହର ଚଳନ କାରଣରୁ ମକର ରାଶିରେ ଏକ ଆକର୍ଷଣୀୟ ରାଜଯୋଗ ସୃଷ୍ଟି ହେଉଛି । ଯାହାକୁ ପଞ୍ଚମହାପୁରୁଷ ଯୋଗ ମଧ୍ୟରୁ ଗୋଟିଏ ଭାବରେ ଗଣନା କରାଯାଏ । ମକର ରାଶିରେ ମଙ୍ଗଳଙ୍କ ଆଗମନ କାରଣରୁ ସୂର୍ଯ୍ୟ ଏବଂ ବୃହସ୍ପତିଙ୍କର  ମିଳନ ହେବ ଆଦିତ୍ୟ ମଙ୍ଗଳ ଯୋଗ ସୃଷ୍ଟି କରୁଛି । ଏହି ପରିସ୍ଥିତିରେ, କର୍କଟ ଏବଂ ମକର ରାଶି ସହିତ ଅନେକ ରାଶିକୁ ଲାଭ ମିଳିବ ।

ମଙ୍ଗଳ ଗ୍ରହ ଚଳନ ପ୍ରଭାବରେ ମେଷ ରାଶିକୁ ଲାଭ ମିଳିବ । ଏହି ସମୟରେ ନିଜ କ୍ୟାରିୟରରେ ଆପଣ ବହୁତ ଅଗ୍ରଗତି କରିପାରିବେ । ଯେଉଁମାନେ ଜମି କିମ୍ୱା ଘର ସମ୍ପତ୍ତି କିଣିବାକୁ ଭାବିଛନ୍ତି ସେମାନଙ୍କର ଏହି ଇଚ୍ଛା ପୂରଣ ହେବ । ଭଲ ରୋଜଗାର କରିବାର ସୁଯୋଗ ରହିଛି । ବ୍ୟବସାୟ ମଧ୍ୟ ଲାଭଦାୟକ ହେବ ।

କର୍କଟ
ମଙ୍ଗଳ ଗ୍ରହର ଆଗମନ କାରଣରୁ କର୍କଟ ରାଶିର ବ୍ୟକ୍ତିବିଶେଷ ମଧ୍ୟ ଉପକୃତ ହେବେ । କର୍କଟରେ ମଙ୍ଗଳ ଏବଂ ସୂର୍ଯ୍ୟଙ୍କର ପ୍ରତ୍ୟକ୍ଷ ଦର୍ଶନ ହେବ । ଆପଣଙ୍କ ମନୋବଳ ବଢିବ । କର୍ମକ୍ଷେତ୍ରରେ ଆପଣଙ୍କର ପ୍ରଭାବ ଏବଂ ଗୁରୁତ୍ୱ ବୃଦ୍ଧି ପାଇବ । ଦରମା ବୃଦ୍ଧି ସାଙ୍ଗକୁ ପଦୋନ୍ନତି ହେବାର ସମ୍ଭାବନା ମଧ୍ୟ ରହିଛି । ନିଯୁକ୍ତି କ୍ଷେତ୍ରରେ ଆପଣଙ୍କୁ ନୂଆ ଚାକିରି ମିଳିପାରେ । କ୍ରୀଡାପ୍ରେମୀଙ୍କ ପାଇଁ ସଫଳତାର ସୁଯୋଗ ରହିଛି ।

ତୁଳା
ତୁଳା ରାଶିର ଲୋକଙ୍କ ପାଇଁ ମଧ୍ୟ ସଫଳତାର ସୁଯୋଗ ରହିଛି । କ୍ୟାରିୟର ଦୃଷ୍ଟିରୁ ଏହି ସମୟ ଆପଣଙ୍କ ପାଇଁ ଭଲ ସମୟ। ଚାକିରି କ୍ଷେତ୍ରରେ ଆପଣଙ୍କୁ ବରିଷ୍ଠଙ୍କ ସହଯୋଗ ମିଳିବ । ଦୀର୍ଘ ବିଚାରାଧୀନ କାର୍ଯ୍ୟ ସମାପ୍ତ ହୋଇପାରେ । ଔଷଧ ଏବଂ ବିଶେଷ କରି ଅସ୍ତ୍ରୋପଚାର ସହିତ ଜଡିତ ଲୋକଙ୍କ ପାଇଁ ଏହି ସମୟ ବିଶେଷ ଲାଭଦାୟକ । ଅର୍ଥପ୍ରାପ୍ତିର ସୁଯୋଗ ରହିଛି । ପାରିବାରିକ ଜୀବନରେ ସଂଯମତା ଆଚରଣ କରନ୍ତୁ ।

ବିଛା
ବିଛା ରାଶିର ବ୍ୟକ୍ତିବିଶେଷଙ୍କର ସାହସ ଏବଂ ଶକ୍ତି ବୃଦ୍ଧି ହେବ । ସ୍ୱାସ୍ଥ୍ୟ ଭଲ ରହିବା ସହ କ୍ୟାରିୟରରେ ସଫଳତା ମିଳିବ । ଚାକିରି ବଦଳାଇବା ଇଚ୍ଛା ପୂରଣ ହୋଇପାରେ । ପଦୋନ୍ନତି ସହିତ ଆପଣଙ୍କୁ ନୂଆନ ଦାୟିତ୍ୱ ମିଳିପାରେ । ନୂଆ ଘର କିମ୍ୱା ଜମି କିଣିପାରନ୍ତି । ବ୍ୟବସାୟ ତଥା କୃଷି ସହ ଜଡିତ ଲୋକଙ୍କୁ ଅଧିକ ଶୁଭ ଫଳ ମିଳିବ । ବିନିଯୋଗ କ୍ଷେତ୍ରରେ ମଧ୍ୟ ଲାଭ ପାଇବାର ସମ୍ଭାବନା ରହିଛି ।

ମକର
ଫେବୃଆରୀ ୫ରୁ ମକର ରାଶିରେ ଚଳନ କରିଛନ୍ତି ମଙ୍ଗଳ । ୧୫ ମାର୍ଚ୍ଚ ପର୍ଯ୍ୟନ୍ତ ମକର ରାଶିରେ ବିଦ୍ୟମାନ କରିବେ । ତେଣୁ ମଙ୍ଗଳଙ୍କ ଚଳନ ଆପଣଙ୍କୁ ଜୀବନର ବିଭିନ୍ନ କ୍ଷେତ୍ରରେ ସଫଳତା ଆଣିଦେବ । ଚାକିରି କ୍ଷେତ୍ରରେ ଆପଣଙ୍କର ପ୍ରଭାବ ବୃଦ୍ଧି ପାଇବ । ଆପଣଙ୍କ କ୍ୟାରିୟରରେ ଏକ ବଡ଼ ସଫଳତା ପାଇପାରନ୍ତି । ସେନା, ପୋଲିସ୍ କିମ୍ବା କ୍ରୀଡା ଜଗତ ସହ ଜଡିତ ବ୍ୟକ୍ତିବିଶେଷଙ୍କ ପାଇଁ ଅଧିକ ଶୁଭଫଳ ମିଳିବ । ପ୍ରତିଯୋଗିତା ଏବଂ ପରୀକ୍ଷା କ୍ଷେତ୍ରରେ ଆପଣ ଭଲ ପ୍ରଦର୍ଶନ କରିବେ । ଆର୍ଥିକ ସ୍ଥିତି ସୁଦୃଢ ହେବ ।

Disclaimer: ଏଠାରେ ଦିଆଯାଇଥିବା ସମସ୍ତ ତଥ୍ୟ ସୂଚନା ଆଧାରରେ ପ୍ରକାଶିତ । ଏହା ଜୀ ଓଡ଼ିଶା ନ୍ୟୁଜର ନିଜସ୍ୱ ମତ ନୁହେଁ । ଅଧିକ ସୂଚନା ପାଇଁ ଆପଣ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।

Also Read- ବିଧାନସଭାରେ ଆଜି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି

Also Read- ହୃଦଘାତରେ ପତ୍ନୀଙ୍କ ମୃତ୍ୟୁର କିଛି ସମୟ ମଧ୍ୟରେ ଗଲା ସ୍ୱାମୀଙ୍କ ଜୀବନ, ଏକାଠି ଜଳିଲା ଜୁଇ