Budh Gochar 2024: ମିଥୁନ ରାଶିରେ ବୁଧ ଚଳନ, ୭ଟି ରାଶିର ଭାଗ୍ୟ ଉଜ୍ୱଳ
Advertisement
Article Detail0/zeeodisha/odisha2233312

Budh Gochar 2024: ମିଥୁନ ରାଶିରେ ବୁଧ ଚଳନ, ୭ଟି ରାଶିର ଭାଗ୍ୟ ଉଜ୍ୱଳ

Budh Gochar 2024: ଗ୍ରହମାନଙ୍କର ମଧ୍ୟରେ ରାଜକୁମାର ବୋଲି ବିବେଚନା କରାଯାଉଥିବା ଗ୍ରହ ବୁଧ, ୨୦୨୪ ଜୁନ୍ ୧୪ରେ ମିଥୁନ ରାଶିରେ ଚଳନ କରିବେ । ବୁଧଙ୍କ ରାଶି ପରିବର୍ତ୍ତନର ପ୍ରଭାବ କାରଣରୁ ୭ଟି ରାଶିର ବ୍ୟକ୍ତିବିଶେଷ ଅତ୍ୟନ୍ତ ଶୁଭଫଳ ପାଇବେ ।

Budh Gochar 2024: ମିଥୁନ ରାଶିରେ ବୁଧ ଚଳନ, ୭ଟି ରାଶିର ଭାଗ୍ୟ ଉଜ୍ୱଳ

Budh Gochar 2024: ବୁଧଙ୍କୁ ଗ୍ରହମାନଙ୍କର ମଧ୍ୟରେ ରାଜକୁମାର ବୋଲି ବିବେଚନା କରାଯାଇଥାଏ । ବୁଧ ହେଉଛନ୍ତି ମିଥୁନ ଏବଂ କନ୍ୟା ରାଶିର ଆରାଧ୍ୟ । ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବୁଧ ବକ୍ତବ୍ୟ, ବୁଦ୍ଧି, ଚତୁରତା, ଯୋଗାଯୋଗ ତଥା ଗଣମାଧ୍ୟମ ଏବଂ ବାଣିଜ୍ୟ ସହିତ ଜଡିତ ଥାନ୍ତି । ଜୁନ୍ ୧୪ ୨୦୨୪ରେ ବୁଧ ତୁଳା ରାଶିରୁ ମିଥୁନ ରାଶିକୁ ଚଳନ କରିବେ । ବୁଧଙ୍କ ଚଳନ ଜୀବନର ପ୍ରତ୍ୟେକ କ୍ଷେତ୍ରକୁ ପ୍ରଭାବିତ କରିଥାଏ । ୧୪ ଜୁନରେ ବୁଧ ରାଶି ପରିବର୍ତ୍ତନ କରୁଥିବା କାରଣରୁ ୭ଟି ରାଶି ଉପରେ ଏହା ଅତ୍ୟନ୍ତ ଅନୁକୂଳ ପ୍ରଭାବ ପକାଇବ । ଆସନ୍ତୁ ଜାଣିବା କେଉଁ ୭ଟି ରାଶି ଶୁଭଫଳ ପାଇବେ ।

ମେଷ ରାଶି
ମିଥୁନ ରାଶିରେ ବୁଧବାରଙ୍କ ଚଳନ ଆପଣଙ୍କ ସାହସ ବଢାଇବ । ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଶୁଭ ସମୟ । ଏହି ସମୟର ସଦୁପଯୋଗ କଲେ ଭବିଷ୍ୟତ ଶୁଭଙ୍କର ହେବ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ।

ମିଥୁନ ରାଶି
ମିଥୁନ ରାଶିରେ ବୁଧଙ୍କ ଚଳନ ଆପଣଙ୍କ ଭାଗ୍ୟରେ ଶୁଭ ପ୍ରଭାବ ପକାଇବ । ଯାନବାହନ କିମ୍ୱା ଜମି କିମ୍ବା ଘର କିଣିବାର ସମ୍ଭାବନା ରହିଛି । ସେୟାର ବଜାରରେ ବିନିଯୋଗ କଲେ ଭଲ ଲାଭ ପାଇବେ । ସ୍ୱାସ୍ଥ୍ୟ ଏବଂ ବୈବାହିକ ଜୀବନ ଭଲ ରହିବ ।

କନ୍ୟା ରାଶି
ମିଥୁନ ରାଶିରେ ବୁଧଙ୍କ ଚଳନ ଆପଣଙ୍କ ପାଇଁ ଶୁଭ ହେବାକୁ ଯାଉଛି । କନ୍ୟା ସହିତ ବୁଧଙ୍କ ସମ୍ପର୍କ ନିବିଡ । ବ୍ୟବସାୟୀମାନେ ବହୁତ ଲାଭବାନ ହେବେ । ଅବିବାହିତମାନଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ । ଛାତ୍ରମାନେ ଭଳ ଫଳାଫଳ ପାଇବେ ।

ସିଂହ ରାଶି
ମିଥୁନ ରାଶିରେ ବୁଧଙ୍କ ଚଳନ ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ । ବ୍ୟବସାୟରେ ଭ୍ରମଣ କରିବାର ସମ୍ଭାବନା ରହିଛି । ଦୂରଯାତ୍ରା ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ । ଜୀବନସାଥୀଙ୍କଠାରୁ ପୂର୍ଣ୍ଣ ସମର୍ଥନ ପାଇବେ । ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଆପଣଙ୍କୁ ଟିକେ ସତର୍କ ରହିବାକୁ ପଡିବ ।

ତୁଳା ରାଶି
ବୁଧଙ୍କ ଚଳନ ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ ଉତ୍ତମ ଫଳାଫଳ ଦେବ । ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ଛାତ୍ରମାନଙ୍କ କ୍ୟାରିଅରରେ ଖୁବ ଅଗ୍ରଗତି ହୋଇପାରେ । ଗଣମାଧ୍ୟମ ସହ ଜଡିତ ବ୍ୟକ୍ତିବିଶେଷଙ୍କ ପାଇଁ ଶୁଭ ସମୟ । ବ୍ୟବସାୟକୁ ଭିତ୍ତି କରି ଏକ ଦୂରଯାତ୍ରା କରିପାରନ୍ତି ।

ଧନୁ ରାଶି
ମିଥୁନରେ ବୁଧଙ୍କ ଚଳନ ଆପଣଙ୍କ ପାଇଁ ଲାଭଦାୟକ । ଧନ ସମ୍ପତ୍ତି ବଢିବାର ଯଥେଷ୍ଟ ସମ୍ଭାବନା ରହିଛି । ପରିବାର ସଦସ୍ୟ ଏବଂ ଜୀବନସାଥୀଙ୍କ ସହ ସମ୍ପର୍କ ସୁଦୃଢ ହେବ । ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ । ଛାତ୍ରମାନେ ଅନେକ ନୂଆ ସୁଯୋଗ ପାଇବେ । ପ୍ରତିଟି କାର୍ଯ୍ୟରେ ପରିବାର ସଦସ୍ୟଙ୍କ ସମ୍ପୂର୍ଣ୍ଣ ସମର୍ଥନ ପାଇବେ ।

ମକର ରାଶି
ଆପଣଙ୍କ ପାଇଁ ଏହା ଅତ୍ୟନ୍ତ ଶୁଭ ସମୟ । ବିଭିନ୍ନ କ୍ଷେତ୍ରରେ ଆପଣ ଲାଭ ପାଇବାର ସମ୍ଭାବନା ରହିଛି । ଛାତ୍ରଛାତ୍ରୀମାନଙ୍କ ପାଇଁ ଶୁଭ ସମୟ । ଆର୍ଥିକ ସ୍ଥିତି ସ୍ଥିର ରହିବ । ପ୍ରେମ ଜୀବନରେ ଆପଣଙ୍କ ପାଇଁ ଶୁଭ ସମୟ ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )

Also Read- Crime News: ଲାଞ୍ଚ ନେବା ପଡିଲା ମହଙ୍ଗା, ଚାକିରିରୁ ବିଦା ହେଲେ ଅଫିସର

Also Read- ଲ୍ୟାଣ୍ଡିଂ ସମୟରେ କ୍ରାଶ ହେଲା ହେଲିକପ୍ଟର, ଏହି ନେତାଙ୍କୁ ନେବାକୁ ଯାଉଥିଲା