Weather Update: ତାତିରୁ ମିଳିବ ତ୍ରାହି, ଆଜି ବର୍ଷା ଓ ବିଜୁଳି ଘଡ଼ଘଡି଼ ନେଇ ଏହି ସବୁ ଜିଲ୍ଲାକୁ ସତର୍କତା ଜାରି
Advertisement
Article Detail0/zeeodisha/odisha2234876

Weather Update: ତାତିରୁ ମିଳିବ ତ୍ରାହି, ଆଜି ବର୍ଷା ଓ ବିଜୁଳି ଘଡ଼ଘଡି଼ ନେଇ ଏହି ସବୁ ଜିଲ୍ଲାକୁ ସତର୍କତା ଜାରି

Weather Update: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ପାଣିପାଗ ବିଭାଗର ସୂଚନା ମୁତାବକ ଆଜିଠାରୁ ରାଜ୍ୟରେ ତାତିର ପ୍ରକୋପ କମିବ। ଆଗାମୀ ୫ ଦିନ ଭିତରେ ରାଜ୍ୟରେ ଝଡ଼ ତୋଫାନ ସହିତ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।  

Weather Update: ତାତିରୁ ମିଳିବ ତ୍ରାହି, ଆଜି ବର୍ଷା ଓ ବିଜୁଳି ଘଡ଼ଘଡି଼ ନେଇ ଏହି ସବୁ ଜିଲ୍ଲାକୁ ସତର୍କତା ଜାରି

Weather Update: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ତାତି ପାଇଁ ସକାଳ ୮ଟା ପରୁ ଘରୁ ବାହାରିବା ମୁସ୍କିଲ୍ ହୋଇପଡୁଛି । ଜରୁରୀ କାମ ନ ଥିଲେ ଲୋକେ ବାହାରକୁ ଯିବା ପାଇଁ ମନ ବଳାଉ ନାହାଁନ୍ତି। ଆଉ ଘରୁ ବାହାରକୁ ଯିବା ସମୟରେ ହାତରେ ପାଣି ବୋତଲ ଓ ଛତା ନବାକୁ ବି ଭୁଲୁ ନାହାଁନ୍ତି । ପାଣିପାଗ ବିଭାଗର ସୂଚନା ମୁତାବକ ଆଜିଠାରୁ ରାଜ୍ୟରେ ତାତିର ପ୍ରକୋପ କମିବ। ପାରଦ ୩ରୁ ୫ ଡିଗ୍ରୀ ଖସିବ। ଉପକୂଳ ଓଡି଼ଶା ସମେତ ବିଭିନ୍ନ ସ୍ଥାନରେ କାଳବୈଶାଖି ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

 

 

ସେପଟେ ଶନିବାର, ୨୫ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ବୌଦ୍ଧ ଓ ନୂଆପଡାରେ ସର୍ବାଧିକ ତାପମାତ୍ରା ୪୪ ଡିଗ୍ରୀ ସେଲସିୟସ୍ ରେକର୍ଡ଼ କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟରେ ପ୍ରବେଶ ହେଉଥିବା ବେଳେ ବାୟୁ ଧିରେ ଧିରେ ଦୁର୍ବଳ ହେଉଛି। ସେପଟେ ,ରାଜ୍ୟକୁ ବଙ୍ଗୋପସାଗରରୁ  ସାମୁଦ୍ରିକ  ପବନ ଧିରେ ଧିରେ ବଢୁଛି। ଯେଉଁ କାରଣରୁ ରାଜ୍ୟରେ  ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। 

ପ୍ରଭାବରେ ଆଗାମୀ ୫ ଦି ଧରି ରାଜ୍ୟରେ ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡି଼ ସହ ବର୍ଷା ହେବାର ସମ୍ଭାବନା ରହିଛି। ୭ ତାରିଖ ପରେ ରାଜ୍ୟରେ ବର୍ଷା ବଢିବାର ସମ୍ଭାବନା ରହିଛି। କିଛି ସ୍ଥାନରେ ପ୍ରବଳ ବର୍ଷା ବି ହୋଇପାରେ। ଆଗାମୀ ୫ ଦିନ ଭିତରେ ରାଜ୍ୟରେ ଝଡ଼ ତୋଫାନ ସହିତ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।  ଏ-ନେଇ ଆଜି ଉପକୂଳ ଓଡି଼ଶା ସମେତ କେନ୍ଦୁଝର, ମୟୂରଭଂଜ, ଢେଙ୍କାନାଳ , କଳାହାଣ୍ତି, ମାଲକାନଗିରି ଓ ନବରଙ୍ଗପୁରରେ ଘଡଘଡି଼ ସହ ବର୍ଷା ହେବାର ସମ୍ଭାବନା ରହିଛି।