Odisha Crime: ସ୍ୱାମୀର କଟୁରି ଚୋଟରେ ସ୍ତ୍ରୀ ମୃତ
Advertisement
Article Detail0/zeeodisha/odisha1408502

Odisha Crime: ସ୍ୱାମୀର କଟୁରି ଚୋଟରେ ସ୍ତ୍ରୀ ମୃତ

ସ୍ବାମୀର କଟୁରି ଚୋଟରେ ସ୍ତ୍ରୀ ର ମୃତ୍ୟୁ। ସାମାନ୍ୟ ପାରିବାରିକ କଳହରୁ ବିଭତ୍ସ ହତ୍ୟାକାଣ୍ଡ , ସେରଙ୍ଗ ଥାନା ଅନ୍ତର୍ଗତ ବାଇଝଲ ନିକଟ କୁଣ୍ଡିଡା ଗ୍ରାମରେ ଘଟିଛି ହତ୍ୟାକାଣ୍ଡ , ରାଜ ରାସ୍ତାରେ ପଡ଼ିରହିଥିଲା ଶବ , ମୃତକ ହେଉଛନ୍ତି ବୁଡି ଦଳ ବେହେରା । ଖବର ପାଇ ସେରଙ୍ଗ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ପାରିବାରିକ କଳହରେ ସ୍ବାମୀ - ସ୍

Odisha Crime: ସ୍ୱାମୀର କଟୁରି ଚୋଟରେ ସ୍ତ୍ରୀ ମୃତ

ଗଜପତି: ସ୍ବାମୀର କଟୁରି ଚୋଟରେ ସ୍ତ୍ରୀ ର ମୃତ୍ୟୁ। ସାମାନ୍ୟ ପାରିବାରିକ କଳହରୁ ବିଭତ୍ସ ହତ୍ୟାକାଣ୍ଡ , ସେରଙ୍ଗ ଥାନା ଅନ୍ତର୍ଗତ ବାଇଝଲ ନିକଟ କୁଣ୍ଡିଡା ଗ୍ରାମରେ ଘଟିଛି ହତ୍ୟାକାଣ୍ଡ , ରାଜ ରାସ୍ତାରେ ପଡ଼ିରହିଥିଲା ଶବ , ମୃତକ ହେଉଛନ୍ତି ବୁଡି ଦଳ ବେହେରା । ଖବର ପାଇ ସେରଙ୍ଗ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ପାରିବାରିକ କଳହରେ ସ୍ବାମୀ - ସ୍ତ୍ରୀର ସାଧାରଣ ବଚସାରୁ ସ୍ବାମୀ ନେଇଗଲା ସ୍ତ୍ରୀର ଜୀବନ, ଝିଅର ସ୍ବାସ୍ଥ୍ୟ ଖରାପ ଥିବାରୁ ମା ଚିକିତ୍ସା ପାଇଁ ହସ୍ପିଟାଲ କୁ ନେବାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଉତକ୍ଷିପ୍ତ ହୋଇ ସ୍ତ୍ରୀ ଗୁଡି ଉପରେ ଆକ୍ରମଣ କରିଥିଲା ସ୍ବାମୀ ଇଲାନ, ଭୟରେ ଘରୁ ବାହାରକୁ ଦୈାଡି ପଳାଇଥିଲେ ସ୍ତ୍ରୀ। ତାପରେ କଟୁରି ଧରି ଗୋଡାଇ ଜାଇ ରାସ୍ତା ଉପରେ ନିଜ ସ୍ତ୍ରୀ କୁ ହାଣିଦେଲା ଅଭିଯୁକ୍ତ ଇଲାନ । ଘଟଣା ସମୟରେ ଉପସ୍ଥିତ ଥିବା ପୁଅ ଝିଅ ଅବାକ ହୋଇ ରହିଯାଇଥିଲେ। ମା ରାସ୍ତା ଉପରେ ଟଳି ପଡ଼ିବା ଦେଖି ଦୈାଡି ଯାଇ ପୁଅ ଆକାଶ ଗ୍ରାମ ବାସୀଙ୍କ ସହଯୋଗ ଲୋଡିଥିଲା ହେଲେ ଗ୍ରାମବାସୀ ପହଞ୍ଚିବା ବେଳକୁ ମାର ପ୍ରାଣବାୟୁ ଉଡି ଯାଇଥିଲା।

ଗ୍ରାମବାସୀ ଙ୍କ ଠାରୁ ଖବର ପାଇ ପୋଲିସ ପହଞ୍ଚି ସେଠାରେ ପଡି ରହିଥିବା କଟୁରିକୁ ଜବତ କରିବା ସହ ଶବକୁ ବ୍ୟବଛେଦ ନିମନ୍ତେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ପ୍ରାଥମିକ ତଦନ୍ତରୁ ପାରିବାରିକ କଳହରୁ ହତ୍ୟାକାଣ୍ଡ ଘଟିଥିବା କହିଛନ୍ତି ସେରଙ୍ଗ ଥାନା ଅଧିକାରୀ ଅଶୋକ କୁମାର ହାଂସଦା ।

କ୍ରୋଧରେ ସ୍ତ୍ରୀର ଜୀବନ ନେଇ ଭୟରେ ଘଟଣା ସ୍ଥଳ ଛାଡି ଫେରାର ହୋଇଯାଇଛି ଅଭିଯୁକ୍ତ ସ୍ବାମୀ, ଅଭିଯୁକ୍ତ ଇଲାନକୁ ଧରିବା ପାଇଁ ପୋଲିସ ଏବେ ଉଦ୍ୟମ ଆରମ୍ଭ କରିଛି।

ସେହିପରି ସ୍ୱାମୀର କଟୁରୀ ଚୋଟରେ ସ୍ତ୍ରୀ ଗୁରୁତର ହୋଇ ଡାକ୍ତରଖାନାରେ ଜୀବନ ମରଣ ସହ ଲଢେଇ ଜାରି ରଖିଛନ୍ତି। ସେପଟେ ସ୍ୱାମୀ କଟୁରୀ ସହିତ ଥାନାରେ ଆତ୍ମସମର୍ପଣ କରିଥିଲା। 

ମିଳିଥିବା ସୂଚନା ମୁତାବକ ବାଲିଆପାଳ ଥାନା ହାସିମପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ସାହୁ ସିଂଲା ଥାନା ଅନ୍ତର୍ଗତ ନହଞ୍ଜରା ଗ୍ରାମର ଜୟନ୍ତୀ ପ୍ରଧାନଙ୍କୁ ୯ ବର୍ଷ ପୂର୍ବେ ବିବାହ କରିଥିଲେ, ବିବାହ ପରଠାରୁ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଏହାକୁ ନେଇ ସ୍ତ୍ରୀ ଜୟନ୍ତୀ ସ୍ବାମୀଙ୍କ ପାଖରେ ନରହି ବାପଘରେ ରହୁଥିଲା  ଏବଂ ସିଂଲା ଥାନା ସମ୍ମୁଖରେ କ୍ରୀଷ୍ଣା ନାମକ ଏକ ବିୟୁଟି ପାର୍ଲର କରିଥିଲେ। 

ଏହି ଘଟଣାକୁ ନେଇ ପୂର୍ବରୁ ଉଭୟ ବାଲିଆପାଳ ଏବଂ ସିଂଲା ଥାନାରେ ପୃଥକ ପୃଥକ ମାମଲା ରହିଛି। ଆଜି ସ୍ବାମୀ ପୂର୍ଣ୍ଣ ଚନ୍ଦ୍ର ଏକ କଟୁରୀ ଧରି ବିୟୁଟି ପାର୍ଲର ପହଞ୍ଚି ଅତର୍କିତ ଆକ୍ରମଣ କରିଥିଲେ। ପରେ କଟୁରୀ ସହିତ ସିଂଲା ଥାନାରେ ଆତ୍ମସମର୍ପଣ କରିଛି। ସ୍ବାମୀ ସ୍ଥାନୀୟ ଲୋକେ ଗୁରୁତର ଜୟନ୍ତୀକୁ ବସ୍ତା ଡ଼ାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ପୋଲିସ ଘଟଣାର ଅଧିକ ତଦନ୍ତ କରୁଥିବା ବେଳେ ସ୍ବାମୀ ପୂର୍ଣ୍ଣ ଚନ୍ଦ୍ର ସବୁ ସମୟରେ ମଦ୍ୟପାନ କରି ଜୟନ୍ତୀକୁ ମାରଧର କରୁଥିବାରୁ ଏହି ବିବାଦ ରହିଥିବା କଥା କହିଛନ୍ତି ସ୍ଥାନୀୟ ସରପଞ୍ଚ।