Odisha News Live Updates: ପଶ୍ଚିମ ଓଡ଼ିଶାରେ ମାରାଥନ୍ ପ୍ରଚାର କରୁଛନ୍ତି ନବୀନ, ଗୋଟିଏ କ୍ଲିକରେ ପଢନ୍ତୁ ଆଜିର ଆଉକିଛି ଖବର
Advertisement
Article Detail0/zeeodisha/odisha2244344

Odisha News Live Updates: ପଶ୍ଚିମ ଓଡ଼ିଶାରେ ମାରାଥନ୍ ପ୍ରଚାର କରୁଛନ୍ତି ନବୀନ, ଗୋଟିଏ କ୍ଲିକରେ ପଢନ୍ତୁ ଆଜିର ଆଉକିଛି ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Odisha News Live Updates: ପଶ୍ଚିମ ଓଡ଼ିଶାରେ ମାରାଥନ୍ ପ୍ରଚାର କରୁଛନ୍ତି ନବୀନ, ଗୋଟିଏ କ୍ଲିକରେ ପଢନ୍ତୁ ଆଜିର ଆଉକିଛି ଖବର
LIVE Blog
12 May 2024
21:54 PM

Threat Of Bomb Airport And Hospital: ଦେଶର ୮ ବିମାନବନ୍ଦର ଓ ଦିଲ୍ଲୀର ୮ ଟି ହସ୍ପିଟାଲକୁ ବମରେ ଉଡାଇଦେବାକୁ ଧମକ ମିଳିଛି। ଏହି ଧମକ ଇମେଲ ମାଧ୍ୟମରେ ଦିଆଯାଇଛି। ଏତେ ବଡ଼ ଧରଣର ଧମକ ପାଇବା ପରେ ଯାଞ୍ଚକାରୀ ସଂସ୍ଥା ସକ୍ରିୟ ହୋଇଛନ୍ତି ଓ ଏହାର ତଦନ୍ତ କରାଯାଉଛି।

 

19:49 PM

IGI Bomb Threat: ଦିଲ୍ଲୀର ସ୍କୁଲ ଓ ହସ୍ପିଟାଲ ଗୁଡ଼ିକୁ ବୋମା ପକାଇ ଉଡାଇଦେବା ଧମକ ମିଳିବାପରେ, ବର୍ତ୍ତମାନ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ବୋମା ପକାଇ ଉଡାଇ ଦେବାକୁ ଏକ ଧମକ ପୂର୍ଣ୍ଣ ଇମେଲ ମିଳିଛି।

18:02 PM

Delhi Hospital Bomb Threat: ଦିଲ୍ଲୀର ଅନେକ ହସ୍ପିଟାଲକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଛି। ଏ ବାବଦରେ ହସ୍ପିଟାଲ ଗୁଡ଼ିକ ମେଲ ରିସିଭ୍ କରିଛନ୍ତି। ଏହି ପରିପ୍ରେକ୍ଷୀରେ ବଡା ହିନ୍ଦୁ ରାଓ, ସଞ୍ଜୟ ଗାନ୍ଧୀ ହସ୍ପିଟାଲ, ଜାନକୀ ଦେବୀ ହସ୍ପିଟାଲ ଓ ବୁରାରି ହସ୍ପିଟାଲ ମେଲ ପାଇଛନ୍ତି। ଏହି ସୂଚନା ପୋଲିସକୁ ଦିଆଯାଇଛି। ଏହି ମାମଲା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ପ୍ରାରମ୍ଭିକ ଅନୁସନ୍ଧାନରେ ଡାକ୍ତରଖାନାରେ କୌଣସି ସନ୍ଦେହଜନକଙ୍କ ଜିନିଷ ମିଳି ନଥିଲା। କହିରଖୁଛୁ ଯେ କିଛି ଦିନ ପୂର୍ବରୁ ଦିଲ୍ଲୀର ସ୍କୁଲ ଉପରେ ବୋମା ପକାଇବାର ଧମକ ମିଳିଥିଲା।

17:26 PM

Adhir Ranjan Chowdhury: କଂଗ୍ରେସ ନେତା ଅଧୀର ରଂଜନ ଚୈଧୁରୀଙ୍କ ଆଦାନୀ-ଅମ୍ବାନୀଙ୍କ ବୟାନ ବିବାଦ ସୃଷ୍ଟି କରିଛି। ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ ଯଦି ଆଦାନୀ ଓ ଅମ୍ବାନୀ ଏକ ଟେମ୍ପୋରେ ଭରି ଯଦି ଟଙ୍କା ପଠାଇଥାନ୍ତେ, ତେବେ ସେ ସେମାନଙ୍କ ବିରୋଧରେ କହି ନଥାନ୍ତେ।  ପଢ଼ନ୍ତୁ ପୂରା ଖବର...

 

16:48 PM

Jaishankar on China: ଗାଲୱାନ ଉପତ୍ୟକାରେ ଭାରତୀୟ ଓ ଚୀନ୍ ସୈନିକଙ୍କ ମଧ୍ୟରେ ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଏକ ଖରାପ ପର୍ଯ୍ୟାୟରେ ଗତି କରୁଛି। ସାମରିକ ବିବାଦ ପରେ ଦୁଇ ଦେଶ ମଧ୍ୟରେ ଅନେକ ଥର ଶାନ୍ତି ଆଲୋଚନା ହୋଇଥିଲା କିନ୍ତୁ କୌଣସି ସମାଧାନ ହୋଇପାରି ନାହିଁ। ବର୍ତ୍ତମାନ ଚୀନ୍ ସହ ସମ୍ପର୍କକୁ ନେଇ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ବୟାନ ସାମ୍ନାକୁ ଆସିଛି। ପଢ଼ନ୍ତୁ ପୂରା ଖବର...

15:45 PM

Arvind Kejriwal 10 Guarantees: କେଜ୍ରିୱାଲ କହିଛନ୍ତି, "ଆଜି ଆମେ ଲୋକସଭା ନିର୍ବାଚନ ପାଇଁ 'କେଜ୍ରିୱାଲଙ୍କ ୧୦ ଗ୍ୟାରେଣ୍ଟି' ଘୋଷଣା କରିବାକୁ ଯାଉଛୁ। ମୋର ଗିରଫ ଯୋଗୁଁ ଏହା ବିଳମ୍ବ ହୋଇଥିଲା କିନ୍ତୁ ତଥାପି ଅନେକ ପର୍ଯ୍ୟାୟ ନିର୍ବାଚନ ବାକି ଅଛି।" ପଢ଼ନ୍ତୁ ପୂରା ଖବର...

 

13:47 PM

Odisha News Live Updates: ଆସନ୍ତାକାଲି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ । ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ସୁରକ୍ଷା କଡ଼ାକଡ଼ି । ମୁତୟନ ରହିବେ ୧୭ ହଜାର ପୋଲିସ ଫୋର୍ସ । ୫୧ଟି ଆନ୍ତଃରାଜ୍ୟ ବର୍ଡର ଚେକ୍ ପୋଷ୍ଟ କରାଯାଇଛି । ଏନେଇ ପୋଲିସ୍ ଡିଜି ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି। 

 

13:28 PM

Odisha News Live Updates: ମୋହନାରେ ମହୁମାଛି ଆକ୍ରମଣରେ ଗୋଟିଏ ପରିବାରର ୫ ଆହତ। ଛତାଭରି ନିକଟରେ କାର୍‌ରୁ ବାହାରକୁ ଆସିଲା ବେଳେ କାମୁଡ଼ିଲେ। ଏହି ଘଟଣାରେ ଆଉ ୨ ଜଣେ ପଥଚାରୀ ମଧ୍ୟ ଶିକାର ହୋଇଛନ୍ତି। ୬ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏହି ଘଟଣାରେ ସମସ୍ତେ ମେଡିକାଲ୍‌ରେ ଭର୍ତ୍ତି ଅଛନ୍ତି।

13:17 PM

Water logging Situation: ଗତକାଲି ରାତିର କାଳବୈଶାଖୀ ବର୍ଷାରେ କଟକ ସହରର ଅଧା ଅଂଚଳର ସ୍ଥିତି ବେହାଲ ହୋଇପଡ଼ିଛି । ପ୍ରବଳ ବର୍ଷା ଯୋଗୁଁ କଟକର ସୂତାହାଟ, ପଟ୍ଟାପୋଲ, ଓଡ଼ିଆ ବଜାର ଓ ରାଉସାପାଟଣା ସହ ବିଭିନ୍ନ ଅଂଚଳରେ ରାସ୍ତାରେ ଜମି ରହିଛି ବର୍ଷାପାଣି । ସକାଳୁ ଅଳ୍ପ ପାଣି କମିଥିଲେ ବି ଏବେବି ରାସ୍ତାରେ ଜମିରହିଛି ପାଣି । ଫଳରେ ଯାତାୟତ ସହ ଅନ୍ୟାନ୍ୟ ସମସ୍ୟା ଦେଖାଦେଇଛି ।

13:02 PM

VK Pandian: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନ ବଙ୍ଗମୁଣ୍ଡାରେ ପ୍ରଚାର କରିଛନ୍ତି । କଣ୍ଟାବାଞ୍ଝିରୁ ଏଥର ମୁଖ୍ୟମନ୍ତ୍ରୀ ବିଧାନସଭା ନିର୍ବାଚନ ଲଢୁଛନ୍ତି । ତେବେ ଏହି ପ୍ରଚାର ବେଳେ ପୁଣି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ଭିକେ ପାଣ୍ଡିଆନ୍ । ପ୍ରଧାନମନ୍ତ୍ରୀ ନିଜ ଗସ୍ତ ସମୟରେ ବିଜେଡି ଆୟୁଷ୍ମାନ ଯୋଜନା ଓଡିଶାରେ ଲାଗୁ କରାଇଦେଉନାହିଁ ବୋଲି କହିଥିଲେ । ଯାହାର ଉତ୍ତର ଆଜି ଦେଇଛନ୍ତି ଭିକେ ପାଣ୍ଡିଆନ୍ । ଆୟୁଷ୍ମାନ ଯୋଜନା ଓ ବିଏସକେୱାଇ କାର୍ଡ ଭିତରେ ସେ କେତେ ପାର୍ଥକ୍ୟ ସେ କହିଛନ୍ତି ।

12:58 PM

Odisha News Live Updates: ବଙ୍ଗୋମୁଣ୍ଡାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କାର୍ତ୍ତିକ ପାଣ୍ଡିଆନଙ୍କ ଟାର୍ଗେଟ୍ କରିଛନ୍ତି।  କହିଲେ- ହାରିବା ଭୟରେ ଢେଙ୍କାନାଳ ଛାଡ଼ି ସମ୍ବଲପୁର ଆସିଛନ୍ତି।  ମୁଖ୍ୟମନ୍ତ୍ରୀଙ୍କୁ ଅପମାନିତ କରୁଛନ୍ତି ଧର୍ମେନ୍ଦ୍ର। ଆପଣଙ୍କର ଔକତା ନାହିଁ, ପ୍ରଧାନମନ୍ତ୍ରୀଙ୍କ କାନ୍ଧରେ ବସି ନିର୍ବାଚନ ଲଢୁଛନ୍ତି । 

12:48 PM

Odisha News Live Updates: ସେପଟେ,ବଙ୍ଗୋମୁଣ୍ଡାରେ ବିଜେପି ନେତାଙ୍କୁ କାର୍ତ୍ତିକ ପାଣ୍ଡିଆନଙ୍କ ଟାର୍ଗେଟ୍ । କହିଲେ ଓଡ଼ିଶାରୁ ବିଜେପି ହାରୁଛି, ତେଣୁ ପିଏମ୍ -ଙ୍କର ଚାଷୀଙ୍କ କଥା ମନେ ପଡ଼ିଲା ।  ସୋଲାର ବିଜୁଳି ନାମରେ ଦିନରେ ଆପଣଙ୍କୁ ଲଣ୍ଠନ ଦେଖାଯାଉଛି। ୫୦ ହଜାର ଟଙ୍କା ଡିପୋଜିଟ୍ କଲେ ମିଳିବ ସୋଲାର ପାୱାର। ଡବଲ ଇଂଜିନ ସରକାର ଦିନରେ ଲଣ୍ଠନ ଦେଖାଇବ ବୋଲି କହିଲେ ପାଣ୍ତିଆନ୍ । 

12:17 PM

Odisha News Live Updates: କଣ୍ଟାବାଞ୍ଜିର ବଙ୍ଗୋମୁଣ୍ଡାରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡା ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦବୋଧନ, କହିଲେ- ଜୁଲାଇରୁ ବିଜୁଳି ବିଲ୍ ମାଫ୍। ଏହା ସହ ବିଜେପିକୁ ଟାର୍ଗେଟ୍ କରିଛନ୍ତି ନବୀନ । କହିଲେ- ମିଛ କହୁଛି ବିଜେପି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବିଜେପି ନେତା

11:54 AM

Odisha News Live Updates: ଆସନ୍ତାକାଲି ଦକ୍ଷିଣ ଓଡ଼ିଶାରେ ମତଦାନ ବେଳେ ପାଗ ଅନୁକୂଳ ସମ୍ଭାବନା । ପୂର୍ବାନୁମାନ କଲେ ଭୁବନେଶ୍ବର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା । ତାପମାତ୍ରା ମଧ୍ୟ ୩୫ ଡିଗ୍ରୀ ପାଖାପାଖି ରହିବ ବୋଲି କହିଛନ୍ତି ଭୁବନେଶ୍ବର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି । ଆସନ୍ତାକାଲି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଏନେଇ ଶନିବାର ସଂନ୍ଧ୍ୟାରୁ ପ୍ରଚାର ଶେଷ ହୋଇଛି। ଆସନ୍ତାକାଲି କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ୍‍ ସଂସଦୀୟ କ୍ଷେତ୍ର ପାଇଁ ୩୭ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । 

 

11:50 AM

Odisha News Live Updates: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଘାଟିରେ ଓଲଟିଲା ଅଟୋ । ଏହି ଦୁର୍ଘଟଣାରେ ୧୮ ଜଣ ହୋଇଥିବା ସୂଚନା ମିଳିଛି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

11:31 AM

Odisha News Live Updates: ଏମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁକିଛି । କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ। ସଡ଼କ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ। ଏବଂ ଏକାଧିକ ଆହତ ହୋଇଛନ୍ତି। ଭାରସାମ୍ୟ ହରାଇ ଓଲଟିଗଲା କାର୍। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଜାରି ରଖିଛି ପୋଲିସ। ତାମିଲନାଡୁର ତିରୁଚି-ଚେନ୍ନାଇ ଜାତୀୟ ରାଜପଥ ନିକଟ ଇଜୁଥୁର ନିକଟରେ ଏହି ଛାତିଥରା ଦୁର୍ଘଟଣା ଘଟିଛି।

11:02 AM

Odisha News Live Updates: ମେ ୧୦ ତାରିଖରୁ ଚାରିଧାମ୍ ଯାତ୍ରା ଆରମ୍ଭ ହୋଇଛି।  ଏନେଇ ଏପର୍ଯ୍ୟନ୍ତ ୨୩ ଲକ୍ଷ ଭକ୍ତ ଅନଲାଇନରେ ପଞ୍ଜୀକୃତ ହୋଇଛନ୍ତି। ବଦ୍ରିନାଥ ଓ କେଦାରନାଥ ଙ୍କୁ ଦେଖିବା ପାଇଁ ଭକ୍ତଙ୍କ ଭିଡ଼଼ ମଧ୍ୟ ବଢିବାରେ ଲାଗିଛି । କିନ୍ତୁ ଏହି ୨ ଦିନ ମଧ୍ୟରେ ୫ ଜଣ ଭକ୍ତଙ୍କର ମଧ୍ୟ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨ ଜଣ ହୃଦଘାତରେ ମୃତ୍ୟୁବରଣ କରିଥିବା ଜଣାପଡିଛି। ସେମାନେ ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶର ବୋଲି ଜଣାପଡିଛି। ଖରାପ ପାଗ, ଲଗାତାର ବର୍ଷା ଯୋଗୁଁ ଭକ୍ତମାନଙ୍କ ଯାତ୍ରାରେ ସମସ୍ୟା ସୃଷ୍ଟି ହୋଇଛି। 

10:33 AM

Odisha News Live Updates: ଅଲ ଓଡିଶା ଲୟର୍ସ ଏସୋସିଏସନ ତରଫରୁ ସମ୍ବଲପୁର ବାର କାଉନସିଲର ନବ ନିର୍ବାଚିତ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧନା। ସମ୍ବଲପୁର ଓକିଲ ସଂଘର ନବ ନିର୍ବାଚିତ ସଦସ୍ୟଙ୍କୁ ଫୁଲ ତୋଡ଼ା ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କଲା ଅଲ ଓଡିଶା ଲୟର୍ସ ଏସୋସିଏସନ । ଏହି ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମ ରେ ରାଜ୍ୟ ସଭାପତି ସୂର୍ଯ୍ୟ ମହାନ୍ତିଙ୍କ ସହ ରାଜ୍ୟ ପଦାଧିକାରୀ ମାନେ ଯୋଗ ଦେଇଥିଲେ । ସେ ସମସ୍ତ ନବ ନିର୍ବାଚିତ ପ୍ରତିନିଧିଙ୍କୁ ଶୁଭେଚ୍ଛା ଜଣାଇବା ସହ ହାଇକୋର୍ଟ ବେଞ୍ଚ ସପକ୍ଷ ରେ ରହିଥିବା ସୂଚନା ଦେଇଥିଲେ ।

10:11 AM

Odisha News Live Updates: ଆଜି ମାତୃ ଦିବସ । ମାଆଙ୍କ ପାଇଁ ଦିନଟିଏ । ବିଶ୍ୱବ୍ୟାପୀ ପ୍ରତ୍ୟେକଟି ମଣିଷ ଏହି ଦିବସକୁ ବେଶ ଉତ୍ସାହର ସହକାର ସହ ପାଳନ କରି ଥାଆନ୍ତି । ଦୁନିଆରେ ଚଳନ୍ତି ପ୍ରତିମା ହେଉଛନ୍ତି ମାଆ । ମାଆମାନେ ନିସ୍ବାର୍ଥପର ପ୍ରେମ ଏବଂ ସ୍ନେହର ଗନ୍ତାଘର ଅଟନ୍ତି  । ସେମାନଙ୍କର ଅଦମ୍ୟ ସମର୍ଥନ, ବଳିଦାନ, ଏବଂ ସୀମାହୀନ ସ୍ନେହ ଆମ ଜୀବନକୁ ଆଗକୁ ବଢିବାରେ ସହାୟତା କରେ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ମାଆ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦେଶରେ ପ୍ରତିବର୍ଷ ମେ' ମାସର ଦ୍ବିତୀୟ ରବିବାରକୁ ମାତୃଦିବସ ଭାବେ ପାଳନ କରାଯାଏ। 

09:52 AM

Odisha News Live Updates: ଘର ଓଳାଉଥିବା ସମୟରେ ବୃଦ୍ଧାଙ୍କ ଉପରେ ଖସି ପଡିଲା ଘର କାନ୍ଥ। ପରିବାର ଲୋକେ ତୁରନ୍ତ ଆନନ୍ଦପୁର ଡାକ୍ତରଖାନା ରେ ଭର୍ତ୍ତି କରିବା ପରେ ଉଡ଼ିଗଲା ବୃଦ୍ଧାଙ୍କ ପ୍ରାଣବାୟୁ। ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ରାଇଘାଟି ଗାଁର କାଟେ ଖୁଣ୍ଟିଆ ଙ୍କ ସ୍ତ୍ରୀ ରାଇମଣୀ ଆଜି ଘର ଓଳାଉଥିବା ସମୟରେ ଅଚାନକ ଘରର କାନ୍ଥ ତାଙ୍କ ଉପରେ ପଡି ଯାଇଥିଲା। କାଳବୈଶାଖୀ ପ୍ରଭାବରୁ ଗତକାଲି ପ୍ରବଳ ବର୍ଷା ହୋଇଥିବାରୁ ମାଟି କାନ୍ଥ ଖସି ପଡ଼ିଥିବା ଅନୁମାନ କରାଯାଉଛି। ପରିବାର ଲୋକେ ତୁରନ୍ତ ବୃଦ୍ଧାଙ୍କୁ ଉଦ୍ଧାର କରି ଆନନ୍ଦପୁର ମେଡିକାଲ ରେ ଭର୍ତ୍ତି କରିବା ପରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଛି।

 

09:44 AM

Odisha News Live Updates: ବିଜେଡିରେ ଯୋଗ ଦେଲେ ସମ୍ବଲପୁରର ଦୁଇ ପୂର୍ବତନ । ସେମାନେ ଦୁଇ ଜଣ ରୋହିତ ପୂଜାରିଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଥିବା ବେଳେ ଜନ ପ୍ରତିନିଧିଙ୍କର ଯୋଗଦାନ ଦଳକୁ ମଜବୁତ କରିବ ବୋଲି କହିଥିଲେ ବିଜେଡିର ସମ୍ବଲପୁର ବିଧାନସଭା ପ୍ରାର୍ଥୀ ରୋହିତ ।

 

09:12 AM

Odisha News Live Updates: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅନ୍ତରୀଣ ଜାମିନ୍ ପାଇ ତିହାର ଜେଲରୁ ବାହାରିବା ପରେ ଏବେ ଆକ୍ସନ ମୋଡରେ ଅଛନ୍ତି। ଏନେଇ କେଜ୍ରିୱାଲଙ୍କ ଅଧ୍ୟକ୍ଷତାରେ ଏକ  ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଏହି ବୈଠକରେ ଦଳର ସମସ୍ତ ବିଧାୟକ ମାନଙ୍କୁ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଲୋକସଭା ନିର୍ବାଚନ ପ୍ରସଙ୍ଗ ଏବଂ ଅନ୍ୟାନ୍ୟ ରଣନୀତି ନେଇ ଏହି ବୈଠକରେ ଆଲୋଚନା ହୋଇପାରେ ବୋଲି ସୂଚନା ମିଳିଛି।

08:56 AM

Odisha News Live Updates: ମେ ୧୨ ତାରିଖ ତଥା ଆଜି ସାରା ଦେଶର ପେଟ୍ରୋଲ ଡିଜେଲର ନୂଆ ମୂଲ୍ୟ ପ୍ରକାଶ ପାଇଛି। ଜାତୀୟ ସ୍ତରରେ ଇନ୍ଧନ ମୂଲ୍ୟରେ ସ୍ଥିରତା ଦେଖିବାକୁ ମିଳିଛି। କିନ୍ତୁ, ରବିବାର ଦିନ ଦେଶର ପ୍ରମୁଖ ସହର ଗୁଡ଼ିକରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦର ଲୋକଙ୍କ ଚିନ୍ତା ବଢାଇଛି।  କିଛି ସ୍ଥାନରେ ଦରରେ ପରିବର୍ତ୍ତନ ହୋଇଥିବା ବେଳେ ଆଉ କିଛି ସ୍ଥାନରେ ଦର ସ୍ଥିର ରହିଛି। ଆସନ୍ତୁ ଜାଣିବା କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ ?
ଲିଙ୍କରେ କ୍ଲିକ୍ କରି ପୂରା ଖବର ପଢନ୍ତୁ : ଛୁଟି ଦିନରେ ଗ୍ରାହକଙ୍କୁ ଝଟ୍‌କା, ଭୁବନେଶ୍ବରରେ ଲିଟର ପିଛା ତେଲ ଦର ବଢିଲା ଏତେ...

08:01 AM

Odisha News Live Updates: ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ଯୋଗୁ ତାତିରୁ ମିଳିଛି ଆଶ୍ୱସ୍ତି । ହେଲେ ଗତକାଲି ବିଳମ୍ବିତ ରାତିରେ ଏହି କାଳବୈଶାଖୀ ବର୍ଷା ଟ୍ୱିନ୍ ସିଟିକୁ ଅସ୍ତବ୍ୟସ୍ତ କରିପକାଇଛି । ହଠାତ କିଛି ସମୟ ପାଇଁ ଘଡଘଡ଼ି ବିଜୁ ସହ ପ୍ରବଳ ବର୍ଷା ହୋଇଥିଲା।

 

07:42 AM

Odisha News Live Updates: ରାଜ୍ୟର ପ୍ରଥମ ତଥା ଦେଶର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତା ସୋମବାର ଦିନ ମତଦାନ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରଚାର କାର୍ଯ୍ୟ ଶନିବାପ ଅପରାହ୍ନ ୫ଟାରେ ଶେଷ ହୋଇଛି । ଏହି ପର୍ଯ୍ୟାୟରେ ରାଜ୍ୟର ୪ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ଭୋଟ୍‍ଗ୍ରହଣ ଅନୁଷ୍ଠିତ ହେବ । କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଏବଂ କୋରାପୁଟ୍‍ ସଂସଦୀୟ କ୍ଷେତ୍ର ପାଇଁ ୩୭ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସେମାନଙ୍କ ମଧ୍ୟରେ ୩୦ଜଣ ପୁରୁଷ ଏବଂ ୭ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି ।

07:41 AM

Odisha News Live Updates: ରାଜ୍ୟର ପ୍ରଥମ ତଥା ଦେଶର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତା ସୋମବାର ଦିନ ମତଦାନ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରଚାର କାର୍ଯ୍ୟ ଶନିବାପ ଅପରାହ୍ନ ୫ଟାରେ ଶେଷ ହୋଇଛି । ଏହି ପର୍ଯ୍ୟାୟରେ ରାଜ୍ୟର ୪ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ଭୋଟ୍‍ଗ୍ରହଣ ଅନୁଷ୍ଠିତ ହେବ । କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଏବଂ କୋରାପୁଟ୍‍ ସଂସଦୀୟ କ୍ଷେତ୍ର ପାଇଁ ୩୭ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସେମାନଙ୍କ ମଧ୍ୟରେ ୩୦ଜଣ ପୁରୁଷ ଏବଂ ୭ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି ।

07:28 AM

Odisha News Live Updates: ରାଜ୍ୟରେ ଜାରି ରହିଛି କାଳବୈଶାଖିର ପ୍ରକୋପ। ଯାହା ରାଜ୍ୟବାସୀଙ୍କୁ ଗ୍ରୀଷ୍ମ ପ୍ରବାହରୁ ସାମୟିକ ଭାବେ ମୁକ୍ତି ଦେଉଛି। ଏବେ ପୂର୍ବରୁ ପଶ୍ଚିମକୁ ଲମ୍ବିଥିବା  ଏକ ନିମ୍ନ ଚାପରେଖା  ଉତ୍ତର ପୂର୍ବ ରାଜସ୍ଥାନ ଅଞ୍ଚଳରେ  ସୃଷ୍ଟି ଘୃର୍ଣ୍ଣିବଳୟ  ମଧ୍ୟ ଦେଇ ପରିବ୍ୟାପ୍ତ ରହିଛି। ଏହା ଉତ୍ତର ପୂର୍ବ ରାଜସ୍ଥାନରରୁ ଆସାମ୍ ଯାଏଁ ମଧ୍ୟପ୍ରଦେଶ ,ଝାଡଖଣ୍ତ ହୋଇ  ପଶ୍ଚିମବଙ୍ଗର ଗାଙ୍ଗେୟ ଉପତ୍ୟାକା ଯାଏଁ  ସମୁଦ୍ର ପତନରୁ ୦.୯ କିମି ଉପର ଯାଏଁ ଲମ୍ବିଛି।  

ଲିଙ୍କରେ କ୍ଲିକ୍ କରି ପୂରା ଖବର ପଢନ୍ତୁ: Weather Update: ଆଜି ଏହି ସବୁ ଜିଲ୍ଲାକୁ କାଳବୈଶାଖି ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି

07:06 AM

Odisha News Live Updates: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଓ ବରଗଡ଼ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସେ ବଲାଙ୍ଗୀରର ସିନ୍ଧେକେଲା, ମୁରିବାହାଲ ଓ ବଲାଙ୍ଗୀରର ୩ଟି ସ୍ଥାନରେ ନିର୍ବାଚନୀ ସଭାରେ ଯୋଗ ଦେବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ। ମୁଖ୍ୟମନ୍ତ୍ରୀ ପ୍ରଥମେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ତଳୀ ଅନ୍ତର୍ଗତ ସିନ୍ଧେକେଲା ସଭାରେ ଯୋଗ ଦେବେ। ପୂର୍ବାହ୍ନ ୧୧ଟାରେ ସିନ୍ଧେକେଲା ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚି ସାଧାରଣ ସଭାକୁ ସମ୍ଭୋଧିତ କରିବେ। ସେଠାରୁ ୧୧ଟା ୫୫ ରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ତଳୀ ଅନ୍ତର୍ଗତ ମୁରିବାହାଲର ଗନ୍ଧରେଇ ଖେଳପଡି଼ଆରେ ଅସ୍ଥାୟୀ ହେଲିପ୍ୟାଡ଼ରେ ପହଞ୍ଚିବେ। ସାଢେ ୧୨ଟା ପର୍ଯ୍ୟନ୍ତ ସେଠାରେ ଆୟୋଜିତ ସଭାରେ ବକ୍ତବ୍ୟ ରଖିବେ। 

ଲିଙ୍କରେ କ୍ଲିକ୍ କରି ପୂରା ଖବର ପଢନ୍ତୁ: ଆଜି ପଶ୍ଚିମ ଓଡି଼ଶାରେ ନବୀନଙ୍କ ମାରାଥନ ପ୍ରଚାର, ଗୋଟିଏ କ୍ଲିକରେ ପଢନ୍ତୁ ଆଜିର ଆଉ କିଛି ତାଜା ଖବର