ଶିକ୍ଷାରେ ରାଜନୀତି: ‘ପରଖ’ ସର୍ବେକ୍ଷଣରୁ ଦୂରେଇ ରହିଲା ଓଡ଼ିଶା
Advertisement
Article Detail0/zeeodisha/odisha1972712

ଶିକ୍ଷାରେ ରାଜନୀତି: ‘ପରଖ’ ସର୍ବେକ୍ଷଣରୁ ଦୂରେଇ ରହିଲା ଓଡ଼ିଶା

Bhubaneswar: ପ୍ରଥମ ଥର ପାଇଁ ଜାତୀୟ ଶିକ୍ଷାନୀତି (National Education Policy) ଆଧାରରେ ଦେଶର ବିଭିନ୍ନ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ତଥା ଅଣ ଅନୁଦାନପ୍ରାପ୍ତ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ନେଇ ଏହି ସର୍ବେକ୍ଷଣ ଆୟୋଜନ କରାଯାଉଛି। ହେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ (Dharmendra Pradhan) ରାଜ୍ୟ ଓଡ଼ିଶାରେ ଏହି ସର୍ବେକ୍ଷଣ (Survey) ହୋଇପାରି ନାହିଁ।  

ସୌ(ସୋସିଆଲ ମିଡିଆ)

Bhubaneswar: ଦେଶରେ ସ୍କୁଲ୍‍ ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ସ୍ତର ଜାଣିବା ଲାଗି ହେଉଥିବା ଜାତୀୟ ମୂଲ୍ୟାୟନ ‘ପରଖ’ରୁ (Parakh Survey) ଓଡ଼ିଶା ବହୁ ଦୂରେ ରହିଛି। ପ୍ରଥମ ଥର ପାଇଁ ଜାତୀୟ ଶିକ୍ଷାନୀତି (National Education Policy) ଆଧାରରେ ଦେଶର ବିଭିନ୍ନ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ତଥା ଅଣ ଅନୁଦାନପ୍ରାପ୍ତ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ନେଇ ଏହି ସର୍ବେକ୍ଷଣ ଆୟୋଜନ କରାଯାଉଛି। ହେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ (Dharmendra Pradhan) ରାଜ୍ୟ ଓଡ଼ିଶାରେ ଏହି ସର୍ବେକ୍ଷଣ (Survey) ହୋଇପାରି ନାହିଁ।  

କେନ୍ଦ୍ର ସରକାରଙ୍କ ପକ୍ଷରୁ (Central Government) ଜାତୀୟ ଶିକ୍ଷା, ଗବେଷଣା ଓ ତାଲିମ ପରିଷଦ (ଏନ୍‍ସିଇଆରଟି) ଦ୍ୱାରା ବିଭିନ୍ନ ରାଜ୍ୟରେ  ଏହିପରି ସର୍ବେକ୍ଷଣ ଆୟୋଜନ କରାଯାଇ ପିଲାଙ୍କ ଅଧ୍ୟୟନ ସ୍ତରକୁ ଯାଞ୍ଚ କରାଯାଉଛି। ହେଲେ ଓଡ଼ିଶା ସମେତ ଦିଲ୍ଲୀ, ପଶ୍ଚିମବଙ୍ଗ, ଛତିଶଗଡ଼ ଓ ରାଜସ୍ଥାନ ଭଳି ଅଣ-ବିଜେପି ଶାସିତ ପାଞ୍ଚଟି ରାଜ୍ୟ ଏହାକୁ ଗ୍ରହଣ କରିନାହାନ୍ତି । ଅର୍ଥାତ୍ ସମ୍ପୃକ୍ତ ରାଜ୍ୟଗୁଡ଼ିକର ଛାତ୍ରଛାତ୍ରୀମାନେ ନିଜର ଶିକ୍ଷାଗତ ଦକ୍ଷତା ଆକଳନରୁ ବଞ୍ଚିତ ହୋଇଛନ୍ତି । ଶିକ୍ଷା ମନ୍ତ୍ରାଳୟର ଅଧିକାରୀଙ୍କ କହିବା ଅନୁଯାୟୀ, ବିଦ୍ୟାଳୟ ଶିକ୍ଷାଦାନ ଓ ଶିକ୍ଷଣରେ ଉନ୍ନତି ଆବଶ୍ୟକ କରୁଥିବା କ୍ଷେତ୍ରଗୁଡ଼ିକୁ ଚିହ୍ନଟ କରିବା ପାଇଁ ଏହି ସର୍ଭେ କରାଯାଇଛି। ନଭେମ୍ବର ୩ ତାରିଖରେ ହୋଇଥିବା ଏହି ସର୍ଭେରେ ଭାରତରେ ବ୍ଲକ ସ୍ତରରେ ତୃତୀୟ, ଷଷ୍ଠ ଓ ନବମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଦକ୍ଷତା ଆକଳନ କରାଯାଇଥିଲା। ବିଶେଷ କରି ଭାଷା ଓ ଗଣିତ ଉପରେ ପିଲାଙ୍କ ପ୍ରାଥମିକ ଧ୍ୟାନ ଦିଆଯାଇଥିଲା।  ଯେଉଁଥିରେ ଦେଶର ୫୯୧୭ଟି ବ୍ଲକର ୩ ଲକ୍ଷ ସ୍କୁଲର ପ୍ରାୟ ୮୦ ଲକ୍ଷ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।  ୬ ଲକ୍ଷ ଶିକ୍ଷକ ଓ ୩ ଲକ୍ଷରୁ ଅଧିକ ଆଞ୍ଚଳିକ ଅନୁସନ୍ଧାନକାରୀ ଏଥିପାଇଁ ନିୟୋଜିତ ଥିଲେ ।   

Also Read-କାର ଧକ୍କାରେ ୨ ମୃତ, ଜଣେ ଗୁରୁତର: ସିସିଟିଭିରେ କଏଦ ହେଲା ଛାତିଥରା ଦୃଶ୍ୟ

ଛତିଶଗଡ଼, ଦିଲ୍ଲୀ, ଓଡ଼ିଶା, ପଞ୍ଜାବ, ରାଜସ୍ଥାନ ଓ ପଶ୍ଚିମବଙ୍ଗକୁ ବାଦ୍ ଦେଲେ ଅନ୍ୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏହି ସର୍ଭେରେ ଅଂଶଗ୍ରହଣ କରିଥିଲେ । ବିଦ୍ୟାଳୟ ଶିକ୍ଷା ସଚିବ ସଞ୍ଜୟ କୁମାର କହିଛନ୍ତି, ବହୁ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ପୂରଣ କରିବା ଓ ପ୍ରଦର୍ଶନକୁ ଗଭୀର ସ୍ତରରେ ପ୍ରଭାବଶାଳୀ ଭାବରେ ବୁଝିବା ଉଦ୍ଦେଶ୍ୟରେ ଏହି ସର୍ଭେ କରାଯାଇଥିଲା । ଏହାବ୍ୟତୀତ ବ୍ଲକସ୍ତରରେ ଶିକ୍ଷକମାନଙ୍କ ବୃତ୍ତିଗତ ବିକାଶ କାର୍ଯ୍ୟକ୍ରମ ମଧ୍ୟ ଏହି ପଦ୍ଧତିରେ ଅନ୍ତର୍ଭୁକ୍ତ। ବିଦ୍ୟାଳୟ ଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ବିପିନ କୁମାର କହିଛନ୍ତି ଯେ ଏହି ମୂଲ୍ୟାୟନ, ଶିକ୍ଷାଗତ ବ୍ଲକକୁ ବିଶ୍ଳେଷଣର ଶ୍ରେଷ୍ଠ ଏକକ ଭାବରେ ଗ୍ରହଣ କରି ଶିକ୍ଷା ନୀତି, ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏବଂ ଶିକ୍ଷାଦାନ ଏବଂ ଶିକ୍ଷଣ ସହାୟତା ସମ୍ବଳ ସୃଷ୍ଟି ଉପରେ ଗଭୀର ପ୍ରଭାବ ପକାଇବ । ଏନସିଇଆରଟି ଅଧୀନରେ ଥିବା ଏକ ସଂସ୍ଥା ପରଫର୍ମାନ୍ସ ଆସେସମେଣ୍ଟ, ରିଭ୍ୟୁ ଆଣ୍ଡ ଆନାଲିସିସ୍ ଅଫ୍ ନଲେଜ୍ ଫର୍ ହୋଲିଷ୍ଟିକ୍ ଡେଭଲପମେଣ୍ଟ (ପରଖ) ପକ୍ଷରୁ ଏହା ହେଉଛି ପ୍ରଥମ ସର୍ବେକ୍ଷଣ ।