Odisha News: ବାତ୍ୟା କି ଝଡ଼ ନୁହେଁ, ଏହି କାରଣ ପାଇଁ ୪ ଦିନ ସମୁଦ୍ରକୁ ଯିବେନି ମତ୍ସ୍ୟଜୀବୀ
Advertisement
Article Detail0/zeeodisha/odisha2235194

Odisha News: ବାତ୍ୟା କି ଝଡ଼ ନୁହେଁ, ଏହି କାରଣ ପାଇଁ ୪ ଦିନ ସମୁଦ୍ରକୁ ଯିବେନି ମତ୍ସ୍ୟଜୀବୀ

Odisha News: ସମୁଦ୍ରରେ ଉଠିବ ବଡ଼ ଜୁଆର । ଏ-ନେଇ ସଚେତନ କରାଇଲା ମତ୍ସ୍ୟ ବିଭାଗ। ପାରାଦୀପ ଉପକୂଳ ବଙ୍ଗୋପସାଗରରେ ଉଠିବ ବଡ଼ ବଡ଼ ଜୁଆର । ଯାହାକୁ ନେଇ ଆଜି ସଚେତନ କରାଇଛି ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ । 

Odisha News: ବାତ୍ୟା କି ଝଡ଼ ନୁହେଁ, ଏହି କାରଣ ପାଇଁ ୪ ଦିନ ସମୁଦ୍ରକୁ ଯିବେନି ମତ୍ସ୍ୟଜୀବୀ

Odisha News: ସମୁଦ୍ରରେ ଉଠିବ ବଡ଼ ଜୁଆର । ଏ-ନେଇ ସଚେତନ କରାଇଲା ମତ୍ସ୍ୟ ବିଭାଗ। ପାରାଦୀପ ଉପକୂଳ ବଙ୍ଗୋପସାଗରରେ ଉଠିବ ବଡ଼ ବଡ଼ ଜୁଆର । ଯାହାକୁ ନେଇ ଆଜି ସଚେତନ କରାଇଛି ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ । ସାଗର ମିତ୍ରଙ୍କ ଦ୍ବାରା ଡ଼ାକବାଜି ଯନ୍ତ୍ର ଯୋଗେ ପ୍ରଚାର ପ୍ରସାର କରାଯାଇ ପାରାଦୀପର ମାଛଧରା ବନ୍ଦର ଓ ଷଣ୍ଢକୁଦ ବସ୍ତି ଅଞ୍ଚଳରେ ଏହି ସଚେତନତା କାର୍ଯ୍ୟକ୍ରମ କରାଯାଇଛି।

ALSO READ: Road Accident: ନିୟନ୍ତ୍ରଣ ହରାଇ ଘାଇକୁ ଖସିଲା କାର୍ ,ଘଟଣାସ୍ଥଳରେ ୫ ମୃତ

ALSO READ: Guru Gochar 2024: ଏହି ୪ ରାଶିଙ୍କ ପାଇଁ ଧନର ପେଡ଼ି ଖୋଲିବେ ବୃହସ୍ପତି, ବର୍ଷ ସାରା ରହିବନି ଟଙ୍କାର ଅଭାବ!

ଏଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଚଳିତ ମେ ମାସ ୫ତାରିଖରୁ ୮ତାରିଖ ପର୍ଯ୍ୟନ୍ତ ସାମୁଦ୍ରିକ ଜୁଆର ଉଠିବାର ସମ୍ଭାବନା ରହିଛି । ଯାହାକୁ ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସତର୍କ ସୁଚନା ଜନହିତରେ ଜାରି କରାଯାଇଛି। ଏହି ସମୟ ମଧ୍ୟରେ ମତ୍ସ୍ୟଜୀବୀ ମାନେ ସେମାନଙ୍କ ବୋଟ୍ ଓ ଡଙ୍ଗା ସବୁ କୁଳକୁ ଆଣିବା ସହିତ ସମୁଦ୍ର ମଧ୍ୟକୁ ନଯିବାକୁ ମଧ୍ୟ ବାରଣ କରାଯାଇଛି।