ସୌଦାମିନୀ ରଥ ହତ୍ୟାକାଣ୍ଡ: ପ୍ରଥମେ ପଛପଟୁ ଆକ୍ରମଣ ଓ ପରେ ପିଟି ପିଟି ହତ୍ୟା.
Advertisement
Article Detail0/zeeodisha/odisha1911614

ସୌଦାମିନୀ ରଥ ହତ୍ୟାକାଣ୍ଡ: ପ୍ରଥମେ ପଛପଟୁ ଆକ୍ରମଣ ଓ ପରେ ପିଟି ପିଟି ହତ୍ୟା.

Odisha Crime: ବ୍ରହ୍ମପୁରରେ ପୁଣି ଏକ ହତ୍ୟାକାଣ୍ଡ।ବ୍ରହ୍ମପୁର(Berhampur) ଗୋଶାଣୀ ନୁଆଁ ଗାଁ ଥାନା ଅନ୍ତର୍ଗତ ବିଜିପୁର ନୀଳକଣ୍ଠ ନଗରରେ ସୌଦାମିନୀ ରଥଙ୍କୁ ବିଳମ୍ବିତ ରାତିରେ ହତ୍ୟା କରାଯାଇଛି। ସୌଦାମିନୀ(Soudamini) ମୋବାଇଲରେ କଥା ହେଉଥିବା ବେଳେ ପଛପଟୁ କେହି ଦୁର୍ବୁତ୍ତ ଜଣକ ମୁଣ୍ଡକୁ ପିଟି ପିଟି ହତ୍ୟା କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ସୁଚନା ମିଳିଛି।

ସୌଦାମିନୀ ରଥ ହତ୍ୟାକାଣ୍ଡ: ପ୍ରଥମେ ପଛପଟୁ ଆକ୍ରମଣ ଓ ପରେ ପିଟି ପିଟି ହତ୍ୟା.

Odisha Crime: ବ୍ରହ୍ମପୁରରେ ପୁଣି ଏକ ହତ୍ୟାକାଣ୍ଡ।ବ୍ରହ୍ମପୁର(Berhampur) ଗୋଶାଣୀ ନୁଆଁ ଗାଁ ଥାନା ଅନ୍ତର୍ଗତ ବିଜିପୁର ନୀଳକଣ୍ଠ ନଗରରେ ସୌଦାମିନୀ ରଥଙ୍କୁ ବିଳମ୍ବିତ ରାତିରେ ହତ୍ୟା କରାଯାଇଛି। ସୌଦାମିନୀ(Soudamini) ମୋବାଇଲରେ କଥା ହେଉଥିବା ବେଳେ ପଛପଟୁ କେହି ଦୁର୍ବୁତ୍ତ ଜଣକ ମୁଣ୍ଡକୁ ପିଟି ପିଟି ହତ୍ୟା କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ସୁଚନା ମିଳିଛି। ଚାଇଲ୍ଡ ୱେଲ ଫର୍ କମିଟିର ସଦସ୍ୟ ଥିଲେ ସୌଦାମିନୀ। ଘଟଣା ସ୍ଥଳେ ଟାଉନ ଏସଡିପିଓ ରାଜୀବ ଲୋଚନ ପଣ୍ଡା ଓ ଥାନା ଅଧିକାରୀ ସ୍ମୃତି ପ୍ରଭା ପ୍ରଧାନ ଓ ତାଙ୍କ ଟିମ୍ ପହଁଚି ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

ହତ୍ୟା କାଣ୍ଡରେ ନିଜ ଡ୍ରାଇଭରର ସମୃକ୍ତି ଥିବା ନେଇ ସନ୍ଦେହ କରାଯାଉଛି। ତେଣୁ ପୋଲିସ ତରଫରୁ ଡ୍ରାଇଭରଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିଛି। ଡ୍ରାଇଭର ଜଣକ ତିନି ମାସ ହେଲା କାର୍ଯ୍ୟରତ ଥିଲେ । ଅଟକ ଡ୍ରାଇଭର ନିକଟରୁ ରକ୍ତ ଭିଜା ବସ୍ତ୍ର ଜବତ କରିଛି ପୋଲିସ । କାହିଁକି ଏବଂ କେଉଁ ପରିସ୍ଥିତିରେ ହତ୍ୟା କରାଯାଇଛି ଏଥିରେ କାହାର ସଂପୃକ୍ତି ରହିଛି ସେ ନେଇ ପୋଲିସର ତନାଘନା ଜାରି ରଖିଛି। ଏ ନେଇ ବିଧିବଦ୍ଧ ଭାବରେ କୈଣସି ତଥ୍ୟ ପ୍ରଦାନ କରିନି ପୋଲିସ।

Also Read: ଆଜିଠୁ ଖଡ଼ଗପୁରକୁ ଗଡି଼ଲା ଏହି ସବୁ ଟ୍ରେନ୍‍, ଦେଖନ୍ତୁ ତାଲିକା