Guru Gochar 2024: ଏହି ୪ ରାଶିଙ୍କ ପାଇଁ ଧନର ପେଡ଼ି ଖୋଲିବେ ବୃହସ୍ପତି, ବର୍ଷ ସାରା ରହିବନି ଟଙ୍କାର ଅଭାବ!
Advertisement
Article Detail0/zeeodisha/odisha2235153

Guru Gochar 2024: ଏହି ୪ ରାଶିଙ୍କ ପାଇଁ ଧନର ପେଡ଼ି ଖୋଲିବେ ବୃହସ୍ପତି, ବର୍ଷ ସାରା ରହିବନି ଟଙ୍କାର ଅଭାବ!

Guru Gochar 2024:  ବୃହସ୍ପତି  ମେ ୧ ତାରିଖରେ ବୃଷ ରାଶିକୁ ଚଳନ କରିଛନ୍ତି। ବୃଷ ରାଶିରେ ଡିସେମ୍ବର ଶେଷ (ଡିସେମ୍ବର ୩୧,୨୦୨୪) ପର୍ଯ୍ୟନ୍ତ ରହିବେ ଦେବଗୁରୁ।  ତେବେ ବୃହସ୍ପତିଙ୍କ ଏହି ଚଳନ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବ। 

Guru Gochar 2024: ଏହି ୪ ରାଶିଙ୍କ ପାଇଁ ଧନର ପେଡ଼ି ଖୋଲିବେ ବୃହସ୍ପତି, ବର୍ଷ ସାରା ରହିବନି ଟଙ୍କାର ଅଭାବ!

Guru Gochar 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ,ସନ୍ତାନ, ଧନ, ଦାନ, ପୂଣ୍ୟ ଏବଂ ବୁଦ୍ଧି ଆଦିର କାରକ ବୋଲି ବିବେଚନା କରାଯାଏ।  ଏହି କ୍ରମରେ ବୃହସ୍ପତି ମେ ୧ ତାରିଖରେ ବୃଷ ରାଶିକୁ ଚଳନ କରିଛନ୍ତି। ବୃଷ ରାଶିରେ ଡିସେମ୍ବର ଶେଷ (ଡିସେମ୍ବର ୩୧,୨୦୨୪) ପର୍ଯ୍ୟନ୍ତ ରହିବେ ଦେବଗୁରୁ।  ତେବେ ବୃହସ୍ପତିଙ୍କ ଏହି ଚଳନ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବ। ଜାତକରେ ବୃହସ୍ପତିଙ୍କ ସ୍ଥିତି ବ୍ୟକ୍ତିକୁ ଧନୀ ଓ ଜ୍ଞାନୀ କରିଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି । ତେବେ, ଆସନ୍ତୁ ଜାଣିବା ବୃହସ୍ପତିଙ୍କ ଏହି ଚଳନ କେଉଁ ସବୁ ରାଶିଙ୍କ (zodiac signs) ଭାଗ୍ୟ ଫିଟିବାକୁ ଯାଉଛି।

ALSO READ: Shukra Nakshatra Parivartan 2024: ନକ୍ଷେତ୍ର ପରିବର୍ତ୍ତନ କରିବ ଶୁକ୍ର, ଧନବାନ୍ ହେବେ ଏହି ସବୁ ରାଶି

ଲାଭବାନ୍ ହେବେ ଏହି ସବୁ ରାଶି

ମେଷ: ଦେବଗୁରୁ ବୃହସ୍ପତିଙ୍କ ଏହି ଚଳନ ମେଷ ରାଶିର ଭାଗ୍ୟ ଚମକାଇବ। ଏ-ହି ଅବଧି ମଧ୍ୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବିଶେଷକରି, ଚାକିରିରେ ପଦୋନ୍ନତିର ଯୋଗ ରହିଛି। ସାମାଜରେ ମାନ ସମ୍ମାନ ବୃଦ୍ଧି ପାଇବ। ବ୍ୟବସାୟରେ ଉନ୍ନତି ହେବା ସହ ବିପୁଳ ଲାଭ ମିଳିବ । ଆୟ ବଢିବା ସହିତ ବୈବାହିକ ଜୀବନ ସୁଖମୟ ହେବ । ବିଶେଷ କରି ପ୍ରେମ ବ୍ୟାପାରରେ ସଫଳତା ପାଇବେ। ଏପରିକି ପ୍ରେମ ବିବାହର ଯୋଗ ମଧ୍ୟ ରହିଛି। ଦିର୍ଘ ଦିନ ଧରି ଲାଗି ରହିଥିବା ବିବାଦର ଅନ୍ତ ଘଟିବ। 

ବୃଷ:  ଦେବଗୁରୁ ବୃହସ୍ପତି ଏହି ରାଶିଙ୍କ ଉପରେ ଧନ ବର୍ଷା କରିବେ। ଏହି ଅବଧି ମଧ୍ୟରେ ଆପଙ୍କର ଆତ୍ମ ବିଶ୍ବାସ ବୃଦ୍ଧି ପାଇବା ସହ ଅଧା ରହିଥିବା କାର୍ଯ୍ୟ ପୂରା ହେବ। ବ୍ୟବସାୟୀମାନଙ୍କ ପାଇଁ ସମୟ ବେଶ୍ ଅନୁକୂଳ ରହିଛି। ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରୁଛନ୍ତି, ତେବେ ଆପଣ ଏଥିରେ ଉତ୍ତମ ସଫଳତା ପାଇବେ। ବ୍ୟାଙ୍କ୍ ବାଲାନ୍ସ ବୃଦ୍ଧି ପାଇବା ସହ ଆକସ୍ମିକ ଧନଲାଭର ଯୋଗ ରହିଛି। ନିଜ ଜୀବନ ସାଥୀଙ୍କ ସହ ଏକ ଦୂରସ୍ଥାନକୁ ଯାତ୍ରା କରିବା ସହ ଭଲ ସମୟ ବିତାଇବେ। 

ମିଥୁନ: ଏ-ହି ରାଶିର ଲୋକଙ୍କ ଭାଗ୍ୟ ସୁନା ପରି ଝଟକିବ। ପରିଶ୍ରମର ସଫଳତା ପାଇବେ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତି ମଜବୁତ୍ ହେବ। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବ୍ୟକ୍ତି ବିଶେଷ ଏ-ହି ସମୟରେ ସଫଳତା ହାସଲ କରିବେ । ଭାଗ୍ୟର ପୂର୍ଣ୍ଣ ସମର୍ଥନ ଆପଣଙ୍କୁ ମିଳିବ । ବ୍ୟବସାୟରେ ଆର୍ଥିକ ଲାଭର ସମ୍ଭାବନା ରହିଛି। ଦୂରସ୍ଥାନକୁ ଯାତ୍ରା ନେଇ ବାଟ ଫିଟିବ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ଏପରିକି ଭଲ ପାଉଥିବା ମନର ମଣିଷ ସହ ବିବାହ ହୋଇପାରେ। 

ସିଂହ:   ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଶୁଭ ଦିନ ଆରମ୍ଭ ହୋଇଛି।  ନିଜ ସନ୍ତାନଙ୍କ ଠାରୁ ଭଲ ଖବର ପାଇଁ ମନ ପ୍ରଫୁଲ୍ଲିତ ହେବ। ସନ୍ତାନ ପ୍ରାପ୍ତିର ଖବର ବି ପାଇ ପାରନ୍ତି। କ୍ୟାରିୟର ସହିତ ଜଡି଼ତ କିଛି ଭଲ ଖବର ପାଇପାରନ୍ତି।  ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପ୍ରତ୍ୟକ କାର୍ଯ୍ୟରେ ଆଶାତିକ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ନିଜ ବନ୍ଧୁମାନଙ୍କ ଠାରୁ ସମର୍ଥନ ପାଇବେ। ଧାର୍ମିକ କାର୍ଯ୍ୟକଳାପରେ ସମୟ ଅତିବାହିତ କରିବେ। 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)