Weather Update: ଆଜି ବଦଳିବ ପାଗର ମିଜାଜ୍, ୭ ଜିଲ୍ଲାରେ ବିଜୁଳି, ଘଡ଼ଘଡି଼ ସହ ବର୍ଷା ସମ୍ଭାବନା
Advertisement
Article Detail0/zeeodisha/odisha2252785

Weather Update: ଆଜି ବଦଳିବ ପାଗର ମିଜାଜ୍, ୭ ଜିଲ୍ଲାରେ ବିଜୁଳି, ଘଡ଼ଘଡି଼ ସହ ବର୍ଷା ସମ୍ଭାବନା

Weather Update: ରାଜ୍ୟବାସୀଙ୍କୁ ତାତିରୁ ମୁକ୍ତି ଦେଇଛି କାଳବୈଶାଖି ବର୍ଷା। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ କେତେକ ସ୍ଥାନରେ ଆଜି ବର୍ଷା ସହ...

 

 

Weather Update: ଆଜି ବଦଳିବ ପାଗର ମିଜାଜ୍, ୭ ଜିଲ୍ଲାରେ ବିଜୁଳି, ଘଡ଼ଘଡି଼ ସହ ବର୍ଷା ସମ୍ଭାବନା

Weather Update: ରାଜ୍ୟବାସୀଙ୍କୁ ତାତିରୁ ମୁକ୍ତି ଦେଇଛି କାଳବୈଶାଖି ବର୍ଷା। ଆଜି ମଧ୍ୟ ରାଜ୍ୟର କେତେକ ସ୍ଥାନରେ କାଳବୈଶାଖି ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏନେଇ ୭ ଜିଲ୍ଲାକୁ ବର୍ଷା ବିଜୁଳି , ଘଡ଼ଘଡି ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହି ଜିଲ୍ଲା ଗୁଡିକ ହେଲା,ନୟାଗଡ଼, ରାୟଗଡା, କନ୍ଧମାଳ, କଳାହାଣ୍ତି, କୋରାପୁଟ୍, ଗଂଜାମ୍ ଓ ଗଜପତି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବାୟୁମଣ୍ଡଳର ମଧ୍ୟ ଓ ଉପରି ଭାଗରେ ଶୁଷ୍କ ପଶ୍ଚିମା ବାୟୁର ପ୍ରବାହ ବୃଦ୍ଧି ତଥା ସାମୁଦ୍ରିକ ବାୟୁ ପ୍ରବାହ ଦୁର୍ବଳ ହେବାର ସମ୍ଭାବନା ଥିବାରୁ ମେ ମାସ ଶେଷ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗି ରହିବ। ବିଶେଷ କରି, ପଶ୍ଚିମ ଓଡି଼ଶାର କେତେକ ଜିଲ୍ଲାରେ ୪୦ ରୁ ୪୫ ଡିଗ୍ରି ମଧ୍ୟରେ  ତାପମାତ୍ରା ରହିପାରେ । 

ଏହାସହ ୧୯ ତାରିଖରୁ ପାଗ ବଦଳିବ । ରାଜ୍ୟର ୧୧ ଜିଲ୍ଲାରେ ଗ୍ରୀଷ୍ମ ଲହରୀ ସ୍ଥିତି ଉପୁଜିବ। ସେହି ଜିଲ୍ଲା ଗୁଡିକ ହେଲା, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ , ଗଜପତି ,  ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ଜଗତ୍‌ସିଂହପୁର। ସେହିପରି ୨୦ ତାରିଖରେ ୧୦ ଜିଲ୍ଲାକୁ  ଗ୍ରୀଷ୍ମ ଲହରୀ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି।  ଉତ୍ତର ଓ ପଶ୍ଚିମ ଓଡି଼ଶାର କେତେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ। ତେବେ ଉପକୂଳ ଅଞ୍ଚଳରେ ତାପମାତ୍ରା କମ୍ ରହିଲେ ବି ଆର୍ଦ୍ରତା ପ୍ରଭାବରେ ଗୁଳୁଗୁଳି ଅନୁଭୂତ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

୨୧ ରୁ ୨୩ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ସହ କେତେକ ସ୍ଥାନରେ କାଳବୖଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି, ପାଣିପାଗ କେନ୍ଦ୍ର ତରଫରୁ କୁହାଯାଇଛି ଯେ, ରାଜ୍ୟରେ ଆସନ୍ତା ୨୫ ତାରିଖରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ବିଭିନ୍ନ ମଡେଲ ଜରିଆରେ ଏହା ଅନୁମାନ କରାଯାଇଛି । ଏକ ଲଘୁଚାପ ବଙ୍ଗୋପସାଗରରେ ସୃଷ୍ଟି ହୋଇ ପୂର୍ବ ଭାରତ ଉପକୂଳ ଆଡ଼କୁ ମୁହାଁଇବା ସହ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ । ତେବେ ଏହା ମିଆଁମାର କିମ୍ବା ବାଂଲାଦେଶ ଆଡ଼କୁ ରହିପାରେ ବୋଲି ଜଣାପଡ଼ିଛି । 

ALSO READ: Trigrahi Yog 2024: ଏହି ସବୁ ରାଶିଙ୍କ ଭାଗ୍ୟ ବଦଳାଇବ ତିଗ୍ରାହୀ ଯୋଗ, ମିଳିବ ନୂଆ ଚାକିରି ସାଙ୍ଗକୁ ରହିଛି ଧନଲାଭର ଯୋଗ !