Weather Update: ଆଜି ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲା ପାଣିପାଗ ବିଭାଗ
Advertisement
Article Detail0/zeeodisha/odisha2245818

Weather Update: ଆଜି ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲା ପାଣିପାଗ ବିଭାଗ

Weather Update: ରାଜ୍ୟବାସୀଙ୍କୁ ତାତିରୁ ମୁକ୍ତି ଦେଇଛି କାଳବୈଶାଖି ବର୍ଷା । ଆସନ୍ତା ୨୧ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ।  ପୋର୍ଟବ୍ଲେୟାର ପାଖ ଦକ୍ଷିଣ  ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହି ଘୂର୍ଣ୍ଣିବଳୟ ହେବ। ୨୩ ସୁଦ୍ଧା ଏହା ଲଘୁଚାପରେ ପରିଣତ ହୋଇପାରେ। ପରେ ଏହା ଗଭୀର ଅବପାତର ରୂପ ନେଇପାରେ। 

Weather Update: ଆଜି ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲା ପାଣିପାଗ ବିଭାଗ

Weather Update: ରାଜ୍ୟବାସୀଙ୍କୁ ତାତିରୁ ମୁକ୍ତି ଦେଇଛି କାଳବୈଶାଖି ବର୍ଷା । ଆସନ୍ତା ୨୧ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ।  ପୋର୍ଟବ୍ଲେୟାର ପାଖ ଦକ୍ଷିଣ  ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହି ଘୂର୍ଣ୍ଣିବଳୟ ହେବ। ୨୩ ସୁଦ୍ଧା ଏହା ଲଘୁଚାପରେ ପରିଣତ ହୋଇପାରେ। ପରେ ଏହା ଗଭୀର ଅବପାତର ରୂପ ନେଇପାରେ। ଘୂର୍ଣ୍ଣିବଳୟ ପ୍ରଭାବରେ  ଉତ୍ତର ଆଣ୍ତାମାନରେ ମୌସୁମୀ ଛୁଇଁପାରେ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ଡ. ସୁରେନ୍ଦ୍ର ନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି।  

ALSO READ: Today Horoscope: ବ୍ୟବସାୟରେ ଲାଭ ସହ ମିଳିବ ଖୁସି ଖବର, ଜାଣନ୍ତୁ କେମିତି କଟିବ ସପ୍ତାହର ପ୍ରଥମ ଦିନ?

ଏଥର ମୌମୁମୀ ବର୍ଷା ସ୍ବାଭାବିକ ସମୟ ପୂର୍ବରୁ ଆସିବାର ସମ୍ଭାବନା ଅଛି ବୋଲି ସେ କହିଛନ୍ତି।  ୨୧ ବେଳକୁ ବଙ୍ଗୋପସାଗରରେ ଦକ୍ଷିଣ ପଶ୍ଚିମ ମୌମୁମୀ ବାୟୁ ପ୍ରବାହିତ ହେଉଥିବ।  ଏ-ସମୟରେ ପୂର୍ବ ଆଡୁ ପବନ ବହିବ।  ଏହି ସମୟରେ ସୃଷ୍ଟି  ହୋଇଥିବା ଘୂର୍ଣ୍ଣିବଳୟ  ଗଭୀର ଅବପାତରେ ପରିଣତ ହେବ।  ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ  ଥାଇଲାଣ୍ତ, ମିଆଁମାର, ବାଲାଦେଶ, ଉତ୍ତର ପୂର୍ବ ଭାରତ ସହ ପଶ୍ଚିମବଙ୍ଗ, ଝାଡଖଣ୍ତ ଓ ବିହାରରେ ଭାରି ବର୍ଷା ହୋଇପାରେ। ତେବେ, ଓଡି଼ଶାରେ ଏହାର ପ୍ରଭାବ କେତେ ରହିବ ତାହା ଆଗକୁ ଜଣାପଡିବ ବୋଲି ସେ କହିଛନ୍ତି। ତେବେ ୧୭ ତାରିଖ ବେଳକୁ ତାମିଲନାଡୁ  ଓ କେରଳ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ।  ଏହାର ପ୍ରଭାବରେ କେରଳ ଉପକୂଳରେ ଭାରି ବର୍ଷା ହୋଇପାରେ। 

ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଜି ଦକ୍ଷିଣ ଓଡିଶାରେ ତାତି କମ୍ ରହିବ। କୌଣସି ସ୍ଥାନରେ ୪୦ ଡିଗ୍ରୀ ଟପିବନି ପାରଦ। କିଛି ସ୍ଥାନରେ ସଂନ୍ଧ୍ୟାରେ ସ୍ବଳ୍ପରୁ ମଧ୍ୟମ ଧରଣ ବର୍ଷା ହେବା ସହ ବିଜୁଳି ଘଡଘଡି ହେବାର ସମ୍ଭାବନା ରହିଛି। ଆଜି ବିଶେଷକରି, କୋରାପୁଟ୍, ରାୟଗଡା, ଗଜପତି , ଗଂଜାମ, ନୟାଗଡ, କେନ୍ଦ୍ରାପଡା,ଯାଜପୁର, ଭଦ୍ରକର ଗୋଟିଏ ଦୁଇଟି ସ୍ଥାନରେ ଭାରି ବର୍ଷା ହୋଇପାରେ। ସେହିପରି ଆସନ୍ତାକାଲି  ଉପକୂଳ ଓଡି଼ଶା ସହ ଆଭ୍ୟନ୍ତରିଣ ଓଡି଼ଶାରେ ଓ ଦକ୍ଷିଣ ଓଡି଼ଶାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।