Top 10 News Today: ରାଜ୍ୟର ନିର୍ବାଚନୀ ହିଂସାରେ ଜଣଙ୍କ ମୃତ୍ୟୁ, ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2250887

Top 10 News Today: ରାଜ୍ୟର ନିର୍ବାଚନୀ ହିଂସାରେ ଜଣଙ୍କ ମୃତ୍ୟୁ, ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top News Headlines from 16 May 2024: ରାଜ୍ୟର ପ୍ରଥମ ନିର୍ବାଚନୀ ହିଂସାରେ ଜଣଙ୍କ ମୃତ୍ୟୁ ଘଟିଛି। ପୋଷ୍ଟର ମରାକୁ କେନ୍ଦ୍ରକରି ଏହି ଘଟଣା ଘଟିଛି। ମୃତକ ହେଉଛନ୍ତି ବିଜେପି କର୍ବୀ ଦିଲ୍ଲୀପ ବାହାନ। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର।

Top News Headlines from 16 May 2024
Top 10 News Today | Evening | 16 May 2024: H1. CM’s Road Show: ଆଉ କିଛି ସମୟ ପରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍‍ ଶୋ’ ହେବ। ଏଥି ପାଇଁ ରାଜଧାନୀର ତିନୋଟି ପ୍ରମୁଖ ରାସ୍ତା ଉପରେ ପୁଲିସ କଟକଣା ଜାରି କରିଛି। ମୁଖ୍ୟମନ୍ତ୍ରୀଙ୍କ ଶୋଭାଯାତ୍ରା ଗଙ୍ଗନଗର ଛକରୁ  ଆରମ୍ଭ ହେବ । ତାହା ଏଲ୍‍ଆଇସି କାର୍ଯ୍ୟାଳୟ, ଗୋପବନ୍ଧୁ ଛକ, ଓୟୁଏଟି ଅତିଥିଭବନ, ୟୁନିଟ-୮ ଡିଏଭି, ଏଚଡିଏଫସି ବ୍ୟାଙ୍କ, ବାଲୁଙ୍କେଶ୍ୱର ମନ୍ଦିର, ମମତାଜ ଅଲ୍ଲୀ ସ୍କୁଲ, ବେହେରାସାହି, ନିକୋ ପାର୍କ, ବାୟାବାବା ମଠ, ରୂପାଲିଛକ, ରାମ ମନ୍ଦିର ଛକ, ମାଷ୍ଟର କ୍ୟାଣ୍ଟିନ୍‍ ଦେଇ  ଶିଶୁ ଭବନ ଯାଏ ଯିବ। ଶୋଭାଯାତ୍ରା ଶେଷଯାଏ ଏହି କଟକଣା ଜାରି ରହିବ।
 
H2. Mo Bus cancelled: ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ’ ଯିବା ରାସ୍ତାରେ ସାଢ଼େ ୪ଟାଠାରୁ ମୋ ’ବସ ସେବା ବନ୍ଦ ରଖାଯାଇଛି।। ୯, ୧୦, ୧୧, ୧୨, ୧୩, ୧୬, ୨୭, ୨୦, ୨୧, ୨୨ଏ, ୨୩, ୨୫, ୨୬ରୁ ୩୦, ୩୨, ୩୩, ୩୪, ୩୬, ୩୮, ୩୯, ୪୯ ଏବଂ ୫୦ ନମ୍ବର ରୁଟ୍‍ର ମୋ’ ବସ୍‍କୁ  ଶୋଭାଯାତ୍ରା ଶେଷ ଯାଏ ବାତିଲ କରାଯାଇଥିବା କ୍ରୁଟ ପକ୍ଷରୁ ସୂଚନା ଦିଆଯାଇଛି। 
 
H3. 1 died in Poll violence: ରାଜ୍ୟର ପ୍ରଥମ ନିର୍ବାଚନୀ ହିଂସାରେ ଜଣଙ୍କ ମୃତ୍ୟୁ ଘଟିଛି। ପୋଷ୍ଟର ମରାକୁ କେନ୍ଦ୍ରକରି ଏହି ଘଟଣା ଘଟିଛି। ମୃତକ ହେଉଛନ୍ତି ବିଜେପି କର୍ବୀ ଦିଲ୍ଲୀପ ବାହାନ। ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣ ଶରଣପୁରଠାରେ ଗତ ସନ୍ଧ୍ୟାରେ  ପୋଷ୍ଟର ମରାକୁ କେନ୍ଦ୍ରକରି ତାଙ୍କ ଉପରେ ବିଜେପି କର୍ମୀମାନେ ଆକ୍ରମଣ କରିଥିଲେ। ସେ ଏବଂ ଅନ୍ୟ ଦୁଇ କର୍ମୀ ଗୁରୁତର ଭାବେ ଆହତ ହେବାରୁ ଏମ୍‍କେସିଜି ମେଡିକାଲ୍‍ ନିଆଯାଇଥିଲା। କିନ୍ତୁ  ସେଠାରେ ଦିଲ୍ଲୀପଙ୍କ ମୃତ୍ୟୁ ହୋଇଥିଲା।  ଏହାକୁ ନେଇ ଉତ୍ତେଜିତ କର୍ମୀମାନେ ଖଲିକୋଟ ଥାନା ଘେରାଉ କରିବା ସହ  ଆସିକା-ଭୁବନେଶ୍ୱର ରାସ୍ତା ରୋକୋ କରିଥିଲେ। ଖଲିକୋଟ ଥାନା ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। ପୁଲିର ଲାଠି ଚାର୍ଜ ଯୋଗୁ ଭଡ଼ି ନିୟନ୍ତ୍ରଣ କରାଯାଇଥିଲେ ମଧ୍ୟ ଅଶାନ୍ତି ଲାଗି ରହିଛି। 
 
H4. CM condemns Khalikote Violencce: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ନିଜ ସୋଶାଲ ମିଡିଆ ହ୍ୟାଣ୍ଡଲରେ ଲେଖିଛନ୍ତି,  ଖଲ୍ଲିକୋଟ ଅଞ୍ଚଳରେ ଘଟିଥିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ତଥା ଦୁଃଖଦ। ମୁଁ ଏନେଇ ଗଭୀର ବିବ୍ରତ ଓ ଦୁଃଖିତ। ଏଭଳି ହିଂସା ଘଟଣାର ଆମ ଗଣତନ୍ତ୍ର ଏବଂ ନାଗରିକ ସମାଜରେ କୌଣସି ସ୍ଥାନ ନାହିଁ। ମୁଁ ଏହି ଘଟଣାକୁ ଦୃଢ଼ ନିନ୍ଦା କରୁଛି। ନିଜ ପ୍ରିୟଜନଙ୍କୁ ହରାଇଥିବା ପୀଡ଼ିତ ପରିବାରଙ୍କୁ ମୋର ଗଭୀର ସମବେଦନା। ଆହତମାନଙ୍କ ଶୀଘ୍ର ସୁସ୍ଥତା ପାଇଁ ପ୍ରାର୍ଥନା କରୁଛି। ମୁଁ ନିଶ୍ଚିତ ଯେ, ଏହି ଜଘନ୍ୟ  ଅପରାଧୀଙ୍କ ବିରୋଧରେ ପୋଲିସ ଦୃଢ଼ ତଥା ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।
 
H5. Be cautious to Mobile Phone numbers: ହ୍ବାଟସ୍ ଆପ୍‌ରେ +୯୨ରୁ ଆରମ୍ଭ ହୋଇଥିବା ବିଦେଶୀ ନମ୍ବରରୁ କଲ ଗ୍ରହଣ ନ କରିବାକୁ ଓଡିଶା ପୁଲିସ୍ ଗୁରୁବାର ଦିନ ମୋବାଇଲ୍ ବ୍ୟବହାରକାରୀଙ୍କୁ ଚେତାବନୀ ଦେଇଛି। ମୋବାଇଲ୍ ବ୍ୟବହାରକାରୀଙ୍କୁ ସତର୍କ ରହିବାକୁ ତଥା ପୁଲିସ୍ ଏକ୍ସ-ହ୍ୟାଣ୍ଡେଲରେ ଏନେଇ ପରାମର୍ଶ ଦେଇଛି। ଠକେଇ ହେଉଥିବା ନେଇ ପୁଲିସ୍ ସତର୍କ ସୂଚନା ଜାରି କରିଛି।
 
H6. Aparajita on Pandian: ବିଜୁ ଜନତା ଦଳକୁ ପାଣ୍ଡୁ ଜନତା ଦଳ ଭାବେ ଅଭିହିତ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ବିଜେଡିର ଦ୍ୱିତୀୟ ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନ୍‍ଙ୍କୁ ସିଧାସଳଖ ଆକ୍ଷେପ କରି ଅପରଜିତା ଏହା କହିଛନ୍ତି। ରାଜ୍ୟ ପାଇଁ ଜଣେ ସୁସ୍ଥ ଓ ଯୁବ ମୁଖ୍ୟମନ୍ତ୍ରୀଙ୍କ ଆବଶ୍ୟକତା ରହିଥିବା କହିବା ସହ ବିଜେଡି କ୍ଷମତାକୁ ଆସିଲେ ନବୀନ ନୁହେଁ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ହେବେ ବୋଲି କହିଛନ୍ତି ଅପରାଜିତା।
 
H7. Nadda’s Road show: ପୁରୁଣା ଭୁବନେଶ୍ୱରରେ ରୋଡ ଶୋ’ କରିଛନ୍ତି  ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା। ଓଡ଼ିଶାର ଲୋକେ ମୋଦିଙ୍କୁ ଆଉ ଥରେ କେନ୍ଦ୍ରରେ ଦେଖିବାକୁ ଚାହୁଁଛନ୍ତି। ଏହା ସହ ରାଜ୍ୟରେ ଜଣେ ଏକ ସକ୍ରିୟ ମୁଖ୍ୟମନ୍ତ୍ରୀ ଚାହାନ୍ତି। ଯେଉଁ ମୁଖ୍ୟମନ୍ତ୍ରୀ ଲୋକମାନଙ୍କ ସହ ଓଡ଼ିଆରେ କଥା ହୋଇପାରୁଥିବ। ଏହା ସହ ଓଡ଼ିଆ ଅସ୍ମିତା ସହ ଯୋଡ଼ି ହୋଇ ରହିଥିବ ବୋଲି ସେକହିଛନ୍ତି। ଅପରପକ୍ଷେ ପଦ୍ମପୁରରେ ଆୟୋଜିତ ସଭାରେ ସେ କହିଛନ୍ତି ଅତ୍ୟାଚାର ନ ସହିବା ଲାଗି ବିଜେପିକୁ ଭୋଟ ଦେବା ବୋଲି ସେ କହିଛନ୍ତି।  ଓଡ଼ିଶାର ଜନତା ଜଣଙ୍କୁ ଭୋଟ ଦେଉଛନ୍ତି, କିନ୍ତୁ ଶାସନ ଆଉଜଣେ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। 
 
H8. BJD eyes Youth voters: ବିଜେଡିର ଇସ୍ତାହାର ତଥା ନବୀନଙକ୍ ୨୪ ଗ୍ୟାରେଣ୍ଟି ବିଜେପିର ନିଦ ହଜାଇ ଦେଇଛି ବୋଲି କହିଛନ୍ତି ମୁଖପାତ୍ର ଅମର ପଟ୍ଟନାୟକ। ଯୁବକମାନଙକ୍ ପାଇଁ ରହିଥିବା ବ୍ୟବସ୍ଥା ସାରା ଦେଶରେ ନିଆରା ବୋଲି ସେ କହିଛନ୍ତି। ରାଜ୍ୟ ବଜେଟରେ ୧ ଲକ୍ଷ କୋଟି ଟଙ୍କା ଯୁବାବର୍ଗଙ୍କ ପାଇଁ ରଖାଯାଇଛି। ବିଜେପିକୁ ଆକ୍ଷେପ କରି ସେ କହିଛନ୍ତି, ବିଜେପି ଯୁବ ଦକ୍ଷତା କଥା କହୁଛି ହେଲେ ଇସ୍ତାହାରରେ ଲେଖି ନାହିଁ। 
 
H9. Mallikarjuna in Bhubaneswar: ଓଡ଼ିଶା ସରକାର ଓ ନବୀନଙ୍କ ନେତୃତ୍ୱକୁ ଆହ୍ୱାନ ଦେଇଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖର୍ଗେ। ଓଡ଼ିଶାର ଭଲ ପାଇଁ ଉଭୟ ବିଜେପି-ବିଜେଡି ମିଳିତ ଭାବେ କାମ କରିବେ ବୋଲି ଭାବୁଥିଲୁ। କିନ୍ତୁ ତାହା କରିପାରିଲେ ନାହିଁ।  ଦରଦାମ, ବେକାରୀ ବୃଦ୍ଧି ଏହି ସମୟରେ ହୋଇଛି।  ଶସ୍ତାରେ ଶ୍ରମିକ ମିଳୁଥିବା ରାଜ୍ୟ ଭାବେ ଏବେ ଜଣାଶୁଣା। ଓଡ଼ିଶାର ଏହି ପରିଚୟ ସଅଷ୍ଟି ହୋଇଛି। ଏହା ଉଭୟ ବିଜେପି-ବିଜେଡି ତିଆରି କରିଛନ୍ତି। ତେଣୁ ଏହି ପରିଚୟକୁ ବଦଳାଇବାକୁ ହେଲେ ବିଜେପି-ବିଜେଡିକୁ ହଟାଇବାକୁ ପଡିବ ବୋଲି କହିଛନ୍ତି ଶ୍ରୀ ଖର୍ଗେ ।  
 
H10. Indian UPI in Srilanka: ଶ୍ରୀଲଙ୍କାରେ ଚାଲିବ ଫୋନପେ ।  ଏଥିପାଇଁ କମ୍ପାନୀ ମେ ୧୫ରେ ଶ୍ରୀଲଙ୍କାର ଲଙ୍କାପେ’ ସହ ଭାଗିଦାରୀ ଘୋଷଣା କରିଛି। ଏହା ୟୁପିଆଇ ଏବଂ ଲଙ୍କାପେର ଭାଗିଦାରୀ ସହିତ କାରବାରକୁ ସହଜ କରିବ।  ଏହା ଦ୍ୱାରା ଉପଭୋକ୍ତାମାନେ ନଗଦ ଏବଂ ମୁଦ୍ରା ବିନିମୟ ସମସ୍ୟାରୁ ମୁକ୍ତି ପାଇବେ । ଏଥିସହିତ ଏହି କାରବାର ଦ୍ରୁତ ଓ ସୁରକ୍ଷିତ ରହିବ ବୋଲି ଆଶା କରାଯାଇଛି।