Odisha News: ନିର୍ବାଚନ ବେଳେ ଜବତ ହେଲା ଲକ୍ଷାଧିକ ଟଙ୍କା, ଜଣେ ଅଟକ, ତଦନ୍ତ ଜାରି..
Advertisement
Article Detail0/zeeodisha/odisha2247807

Odisha News: ନିର୍ବାଚନ ବେଳେ ଜବତ ହେଲା ଲକ୍ଷାଧିକ ଟଙ୍କା, ଜଣେ ଅଟକ, ତଦନ୍ତ ଜାରି..

Odisha Election 2024: ନିର୍ବାଚନକୁ ଦୃଷ୍ଟିରେ ରଖି ଫ୍ଲାଇଂସ୍କ୍ୱାର୍ଡ଼ର ଚ୍ୟାକିଙ୍ଗ ବେଳେ ଲକ୍ଷାଧିକ ଟଙ୍କା ଜବତ ଜଣେ ଅଟକ। ବାରିପଦା ସଦର ଥାନା ଅନ୍ତର୍ଗତ ଶ୍ୟାମଖୁଣ୍ଟା ବ୍ଲକର ରଙ୍ଗାମାଟିରେ ଛକରେ ଆଜି ଫ୍ଲାଇଂସ୍କୁୱାର୍ଡ଼ର ଚ୍ୟାକିଙ୍ଗ ବେଳେ ଏକ ବୋଲେର ଗାଡିକୁ ଅଟକ କରିଥିଲା ଟିମ୍।

Odisha News: ନିର୍ବାଚନ ବେଳେ ଜବତ ହେଲା ଲକ୍ଷାଧିକ ଟଙ୍କା, ଜଣେ ଅଟକ, ତଦନ୍ତ ଜାରି..

Odisha Election 2024: ନିର୍ବାଚନକୁ ଦୃଷ୍ଟିରେ ରଖି ଫ୍ଲାଇଂସ୍କ୍ୱାର୍ଡ଼ର ଚ୍ୟାକିଙ୍ଗ ବେଳେ ଲକ୍ଷାଧିକ ଟଙ୍କା ଜବତ ଜଣେ ଅଟକ। ବାରିପଦା ସଦର ଥାନା ଅନ୍ତର୍ଗତ ଶ୍ୟାମଖୁଣ୍ଟା ବ୍ଲକର ରଙ୍ଗାମାଟିରେ ଛକରେ ଆଜି ଫ୍ଲାଇଂସ୍କୁୱାର୍ଡ଼ର ଚ୍ୟାକିଙ୍ଗ ବେଳେ ଏକ ବୋଲେର ଗାଡିକୁ ଅଟକ କରିଥିଲା ଟିମ୍। ଯାଞ୍ଚ ବେଳେ ଉକ୍ତ ଗାଡିରୁ ଦୁଇ ଲକ୍ଷ ୬୫ ହଜାର ଟଙ୍କା ଜବତ କରାଯାଇଛି।

ତେବେ ଆଜି ବାରିପଦାରେ ସମସ୍ତ ରାଜନୈତିକ ଦଳର ପାୱାର ଶୋ ଅଥବା ବିଶାଳ ରାଲି ସବୁ ଆୟୋଜନ ବେଳେ ଏତେ ଗୁଡିଏ ଟଙ୍କା ନେଇ ବ୍ୟକ୍ତି ଜଣକ କୁଆଡେ ଏବଂ କାହିଁକି ଯାଉଥିଲେ ଫ୍ଲାଇଂସ୍କୁୱାର୍ଡ଼ ଟିମର ସନ୍ଦେହ ହୋଇଥିଲା। ତେବେ ବୋଲେରୋ ଗାଡ଼ିରେ ଥିବା ବ୍ୟକ୍ତି ଜଣକ ହେଲେ ଇଂ ରଜନୀ କାନ୍ତ ମହାନ୍ତ। ତାଙ୍କୁ ଫ୍ଲାଇଂସ୍କ୍ୱାର୍ଡ଼ ଅଟକ ରଖି ପଚରା ଉଚୁରା କରିବା ସହ ସମସ୍ତ ଟଙ୍କାଙ୍କୁ ଆଇଟି ବିଭାଗକୁ ହସ୍ତାନ୍ତର କରାଯାଇଛି। ଶ୍ରୀ ମହାନ୍ତ ମୂଳରୁ ଏକ ନିର୍ଦ୍ଦିଷ୍ଟ ରାଜନୈତିକ କର୍ମୀ ହୋଇଥିବା ବେଳେ ତାଙ୍କ ଠାରୁ ଟଙ୍କା ଜବତ ହେବା ଘଟଣା ଆଜି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଅନ୍ୟପଟେ ସୁଦାମ ମାର୍ଣ୍ଡି ନିର୍ବାଚନ ମଣ୍ଡଳୀର ଅତି ନିକଟତମ କର୍ମୀ ବୋଲି ସବୁଠି ଚର୍ଚ୍ଚା।