Hemamalini: ଆଜି ଓଡିଶା ଆସୁଛନ୍ତି ହେମା ମାଳିନୀ, ଏହି ୩ଟି ସ୍ଥାନରେ କରିବେ ପ୍ରଚାର...
Advertisement
Article Detail0/zeeodisha/odisha2251457

Hemamalini: ଆଜି ଓଡିଶା ଆସୁଛନ୍ତି ହେମା ମାଳିନୀ, ଏହି ୩ଟି ସ୍ଥାନରେ କରିବେ ପ୍ରଚାର...

Hemamalini: ଆଜି ଓଡିଶା ଆସୁଛନ୍ତି ବିଜେପିର ମଥୁରା ସାଂସଦ ପ୍ରାର୍ଥୀ ତଥା ବଲିଉଡ ଅଭିନେତ୍ରୀ ହେମା ମାଳିନୀ। ରାଜ୍ୟରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଅଭିଯାନରେ ତାଙ୍କର ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ୱର, କଟକ(Cuttack) ଓ ପିପିଲି ଗସ୍ତ କରି ସାଧାରଣ ସଭାରେ ଯୋଗଦେବେ ହେମା ମାଳିନୀ । 

ଭୁବନେଶ୍ୱରର ସାଲିଆ ସାହିଠାରେ ଓ କଟକ ସଦର ନିର୍ବାଚନ ମଣ୍ଡଳୀର କିଶୋରନଗରଠାରେ, ପିପିଲି ଠାରେ ଅନୁଷ୍ଠିତ ହେବାକୁ ଥିବା ଜନସଭାକୁ ସମ୍ବୋଧନ କରିବା ସହିତ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ମାଗିବେ। ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରଚାର କାର୍ଯ୍ୟକ୍ରମ  ବିଜେପି ଘୋଷଣା କରିଛି। ୧୬,୧୭ ଓ ୧୮ ତିନିଦିନି ଧରି ଓଡ଼ିଶାରେ ଏହି ହେବିୱେଟ ନେତାମାନେ ପ୍ରଚାର କରିବେ ବୋଲି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି।