Odisha Election 2024: ଆଜି ପଶ୍ଚିମ ଓଡ଼ିଶାରେ ନବୀନଙ୍କ ପ୍ରଚାର, ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ୍
Advertisement
Article Detail0/zeeodisha/odisha2244331

Odisha Election 2024: ଆଜି ପଶ୍ଚିମ ଓଡ଼ିଶାରେ ନବୀନଙ୍କ ପ୍ରଚାର, ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ୍

Odisha Election 2024: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଓ ବରଗଡ଼ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସେ ବଲାଙ୍ଗୀରର ସିନ୍ଧେକେଲା, ମୁରିବାହାଲ ଓ ବଲାଙ୍ଗୀରର ୩ଟି ସ୍ଥାନରେ ନିର୍ବାଚନୀ ସଭାରେ ଯୋଗ ଦେବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ। 

Odisha Election 2024: ଆଜି ପଶ୍ଚିମ ଓଡ଼ିଶାରେ ନବୀନଙ୍କ ପ୍ରଚାର, ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ୍

Odisha Election 2024: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଓ ବରଗଡ଼ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସେ ବଲାଙ୍ଗୀରର ସିନ୍ଧେକେଲା, ମୁରିବାହାଲ ଓ ବଲାଙ୍ଗୀରର ୩ଟି ସ୍ଥାନରେ ନିର୍ବାଚନୀ ସଭାରେ ଯୋଗ ଦେବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ। ମୁଖ୍ୟମନ୍ତ୍ରୀ ପ୍ରଥମେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ତଳୀ ଅନ୍ତର୍ଗତ ସିନ୍ଧେକେଲା ସଭାରେ ଯୋଗ ଦେବେ। ପୂର୍ବାହ୍ନ ୧୧ଟାରେ ସିନ୍ଧେକେଲା ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚି ସାଧାରଣ ସଭାକୁ ସମ୍ଭୋଧିତ କରିବେ। ସେଠାରୁ ୧୧ଟା ୫୫ ରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ତଳୀ ଅନ୍ତର୍ଗତ ମୁରିବାହାଲର ଗନ୍ଧରେଇ ଖେଳପଡି଼ଆରେ ଅସ୍ଥାୟୀ ହେଲିପ୍ୟାଡ଼ରେ ପହଞ୍ଚିବେ। ସାଢେ ୧୨ଟା ପର୍ଯ୍ୟନ୍ତ ସେଠାରେ ଆୟୋଜିତ ସଭାରେ ବକ୍ତବ୍ୟ ରଖିବେ। 

ALSO READ: Today Horoscope: ଏହି ରାଶିଙ୍କର ଆକସ୍ମିକ ଧନଲାଭ ସହ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ, ଜାଣନ୍ତୁ ଆଜିର ରାଶିଫଳ

ALSO READ: Weather Update: ଆଜି ଏହି ସବୁ ଜିଲ୍ଲାକୁ କାଳବୈଶାଖି ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି

ପରେ ବଲାଙ୍ଗୀର୍ କୋସଲ କଳାମଣ୍ତଳ ପଡିଆ ଠାରେ ଆୟୋଜିତ ବିଶାଳ ଜନସଭାରେ ଯୋଗଦେବେ। ୧୨ଟା ୫୦ରେ ପୋଲିସ୍ ରିଜର୍ଭ ପଡି଼ଆରେ ଓହ୍ଲାଇ କାରକେଡରେ କଳାମଣ୍ତଳ ସଭାରେ ପହଞ୍ଚିବେ।  ଏଥିରେ ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂଭୋଇଙ୍କ ସମତେ ୭ ନିର୍ବାଚନ ମଣ୍ତଳୀର ବିଧୟାକ ପ୍ରାର୍ଥୀ କଳିକେଶ ନାରାୟଣ ସିଂଦେଓ, ସରୋଜ ମେହେରଙ୍କ ସମେତ ଅନ୍ୟମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ୧ଟା ୩୫ରୁ ୩ଟା ୨୫ ପର୍ଯ୍ୟନ୍ତ  ପୁରୁଣା ସର୍କିଟ୍ ହାଉସରେ ବିଶ୍ରାମ କରିବେ। ସାଢେ ୩ଟାରେ ବାହାରି ୩ଟା ୩୫ରେ ପୋଲିସ୍ ରିଜର୍ସ ହେଲିପ୍ୟାଡ଼ରେ ପହଞ୍ଚିବେ।  ସେଠାରୁ ବରଗଡ଼ ଅଭିମୁଖେ ଯିବେ। ଜର୍ଜ ହାଇସ୍କୁଲ୍ ପଡିଆରେ ଅପରାହ୍ନ ୪ଟା ରେ ସାଧାରଣ ସଭାକୁ ସମ୍ଭୋଧିତ କରିବେ।  ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ବିଜେଡି ଶିବିରରେ ଉତ୍ସାହ ଦେଖିବାକୁ ମିଳିଛି।