Odisha Election: ଅଭିଶାପ ଦେଇ ଦଳ ଛାଡ଼ିଲେ କୁଳେସିକା, କହିଲେ ବୁଡ଼ିଯିବ...
Advertisement
Article Detail0/zeeodisha/odisha2200610

Odisha Election: ଅଭିଶାପ ଦେଇ ଦଳ ଛାଡ଼ିଲେ କୁଳେସିକା, କହିଲେ ବୁଡ଼ିଯିବ...

ମୋ ଲୁହ ବିଜୁ ଜନତା ଦଳ ଉପରେ ପଡ଼ିବ। ସେମାନଙ୍କ ଉପରେ ମୋର ଅଭିଶାପ ପଡ଼ିବ। ବିଜେଡି ଲକ୍ଷ୍ମୀପୁରରେ ହାରିବ, ବିଜେପି ସେଠି ଜିତିବ।

Odisha Election: ଅଭିଶାପ ଦେଇ ଦଳ ଛାଡ଼ିଲେ କୁଳେସିକା, କହିଲେ ବୁଡ଼ିଯିବ...

Odisha Election: ଭୁବନେଶ୍ୱର: ବିଜେପିରେ ସାମିଲ ହେଲେ ବିଜେଡି ନେତା କୈଳାସ ଚନ୍ଦ୍ର କୁଳେସିକା। ଗତକାଲି ଗୁରୁବାର ସେ ବିଜେପିରେ ବିଦ୍ଧିବଦ୍ଧ ଭାବେ ସାମିଲ ହୋଇଛନ୍ତି। ବିଜେପି ପକ୍ଷରୁ ଆୟୋଜିତ ହୋଇଥିବା ଏକ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ମନମୋହନ ସାମଲ ଓ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ। କୈଳାଶ ଚନ୍ଦ୍ର କୁଲେସିକାଙ୍କ ସହ ବ୍ଲକ ବିଜେଡ଼ି ସଭାପତି ପ୍ରମୋଦ ଖରା ଏବଂ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ଶତାଧିକ ସମର୍ଥକ ବିଜେପିରେ ସାମିଲ ହୋଇଛନ୍ତି।

ବିଜେଡି ଛାଡ଼ିବା ପରେ ଦଳ ଉପରେ ବର୍ଷିଛନ୍ତି କୈଳାଶ କୁଲେସିକା। ସେ କହିଛନ୍ତି, ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ସେ ରକ୍ଷା କରିବେ ବୋଲି ମୋର ଆଶା ଥିଲା। ସେହି ଆଶା ମୋର ଧୂଳିସାତ ହୋଇଯାଇଛି। ମୋର ବିଶ୍ୱାସରେ ବିଷ ଦିଆଯାଇଛି। ସେ ଆହୁରି କହିଛନ୍ତି, ମୁଁ ବିଜେଡିରେ ମିଶିବାକୁ ଅନୁରୋଧ କରିନଥିଲି। ବିଜେଡିରେ ମିଶିବାକୁ ମୋତେ ଆହ୍ୱାନ କରାଯାଇଥିଲା। ବିଜେଡିରେ ମିଶିବା ପରେ ଲକ୍ଷ୍ମୀପୁରରେ ପ୍ରାର୍ଥୀ କରାଯିବ ବୋଲି ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମୋତେ କହିଥିଲେ। ଏବେ ଲକ୍ଷ୍ମୀପୁରରେ ଅନ୍ୟ ଜଣଙ୍କୁ ପ୍ରାର୍ଥୀ କରାଯିବା ପରେ  ମୋତେ ପ୍ରୋଲଭନ ଦେଖାଉଛନ୍ତି। ମୋତେ କୋଟିଏ ଟଙ୍କା ଦିଆଯିବ ବୋଲି କହୁଛନ୍ତି। 

ସରକାର ହେବା ପରେ ଏସ୍‌ଡିସି ଉପଦେଷ୍ଟା ପଦ ଦିଆଯିବ ବୋଲି ମଧ୍ୟ କହୁଛନ୍ତି। ଟିକେଟ ନଦେଇ ଏହି ଲାଳସା ମୋତେ ଦେଖାଉଛନ୍ତି। ମୋତେ ଲକ୍ଷ୍ମୀପୁରର ପ୍ରାର୍ଥୀ ନ କରି କୋଟିଏ ଟଙ୍କାର କିଣିବାକୁ ଯେଉଁ ପ୍ରୟାସ କଲେ ମୋ ହୃଦୟକୁ ବାଧିଲା। ମୁଁ ଗୋଟେ ସ୍ୱାଭିମାନୀ ଅଧିବାସୀ ପିଲା। ଏତେ ବାଧିଲା ଯେ ମୁଁ ବାଧ୍ୟ ହୋଇ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛି। ମୋ ଲୁହ ବିଜୁ ଜନତା ଦଳ ଉପରେ ପଡ଼ିବ। ସେମାନଙ୍କ ଉପରେ ମୋର ଅଭିଶାପ ପଡ଼ିବ। ବିଜେଡି ଲକ୍ଷ୍ମୀପୁରରେ ହାରିବ, ବିଜେପି ସେଠି ଜିତିବ।